ବେଙ୍ଗଲର ଦିଗ୍ଗଜ ନେତା ମୁକୁଲ ରାୟଙ୍କ ୭୧ ବର୍ଷରେ ନିଧନ

ପରଲୋକରେ ବେଙ୍ଗଲ ରାଜନୀତିର ଚାଣକ୍ୟ । ୭୧ ବର୍ଷ ବୟସରେ ପୂର୍ବତନ ରେଳମନ୍ତ୍ରୀ ତଥା ଟିଏମସି ନେତା ମୁକୁଲ ରାୟଙ୍କ ଦେହାନ୍ତ ହୋଇଛି । କୋଲକାତାର ସଲ୍ଟ ଲେକ୍ ସ୍ଥିତ ଆପୋଲୋ ହସ୍ପିଟାଲରେ ରାତି ୧:୩୦ ସମୟରେ ଦେହାନ୍ତ ହୋଇଛି । ତାଙ୍କ ପୁଅ ଶୁଭ୍ରାଂଶୁ ରୟ ଏହି ଖବରକୁ ନିଶ୍ଚିତ କରିଛନ୍ତି । ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି ।

Mukul Roy

ଶୁଭ୍ରାଂଶୁ ରୟ କହିଛନ୍ତି ଯେ ତାଙ୍କ ବାପା ଅନେକ ସ୍ୱାସ୍ଥ୍ୟ ସମସ୍ୟାରେ ପୀଡିତ ଥିଲେ । ପରବର୍ତ୍ତୀ ସମୟରେ ତାଙ୍କର ଅବସ୍ଥା ଆହୁରି ବିଗିଡି ଯାଇଥିଲା ।ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଯେଉଁଠାରେ ଚିକିତ୍ସାଧୀନ ଅବସ୍ଥାରେ ରବିବାର ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ହୋଇଥିଲା । ମୁକୁଲ ରୟ ବଙ୍ଗଳାରେ ଯୁବ କଂଗ୍ରେସ ସହିତ ତାଙ୍କର ରାଜନୈତିକ କ୍ୟାରିଅର ଆରମ୍ଭ କରିଥିଲେ ।

ପରବର୍ତ୍ତୀ ସମୟରେ ସେ ତୃଣମୂଳ କଂଗ୍ରେସର ପ୍ରତିଷ୍ଠାତା ସଦସ୍ୟ ଏବଂ ଦୀର୍ଘ ସମୟ ଧରି ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ସୁପ୍ରିମୋ ମମତା ବାନାର୍ଜୀଙ୍କ ନିକଟତର ସହଯୋଗୀ ଥିଲେ । ପ୍ରାରମ୍ଭରେ, ମମତା ତାଙ୍କୁ ଦଳର ସାଧାରଣ ସମ୍ପାଦକ ଭାବରେ ନିଯୁକ୍ତ କରିଥିଲେ। ପରବର୍ତ୍ତୀ ସମୟରେ ସେ ଦିଲ୍ଲୀରେ ଟିଏମସିର ଏକ ପ୍ରମୁଖ ଚେହେରା ଭାବରେ ଉଭା ହୋଇଥିଲେ। ସେ ୨୦୦୬ ମସିହାରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ । ୨୦୦୯ ରୁ ୨୦୧୨ ପର୍ଯ୍ୟନ୍ତ ଉଚ୍ଚ ସଦନରେ ଦଳର ନେତା ଭାବରେ କାର୍ଯ୍ୟ କରିଥିଲେ। ତଥାପି, ରାୟ ନଭେମ୍ବର ୨୦୧୭ରେ ଟିଏମସି ଛାଡି ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+