ମହିଳାଙ୍କ ପାଇଁ ସୁରକ୍ଷିତ ବେଙ୍ଗାଲୁ; ଶ୍ରେଷ୍ଠ ୫ରେ ପୁନେ-ଚେନ୍ନାଇ

ମହିଳାଙ୍କ ପାଇଁ ଦେଶର ସବୁଠୁ ସୁରକ୍ଷିତ ସହର ତାଲିକାରେ ବେଙ୍ଗାଲୁରୁ ଶୀର୍ଷରେ ରହିଛି । ଏହା ତଳକୁ ଚେନ୍ନାଇ, ପୁନେ ଏବଂ ହାଇଦ୍ରାବାଦ ତାଲିକାରେ ସ୍ଥାନିତ ହୋଇଛି । ୱାର୍କ ପ୍ଲେସ୍ କଲ୍ଚର (କାର୍ଯ୍ୟସ୍ଥଳୀ ସଂସ୍କୃତି) କନ୍‌ସଲ୍ଟିଂ ଫାର୍ମ ଅବତାର ଗ୍ରୁପ୍ ରିପୋର୍ଟ 'ଟପ୍ ସିଟିଜ୍ ଫର୍ ୱିମେନ ଇନ୍ ଇଣ୍ଡିଆ (ଟିସିଡବ୍ଲ୍ୟୁଆଇ)'ର ଚତୁର୍ଥ ସଂସ୍କରଣରେ ଏହି ତଥ୍ୟ ପ୍ରକାଶ ପାଇଛି । ରିପୋର୍ଟରେ ଦେଶର ୧୨୫ ସହରକୁ ମହିଳାଙ୍କ ଭାଗିଦାରୀ, ସୁରକ୍ଷା, କ୍ୟାରିୟର ଅଭିବୃଦ୍ଧି, ଜୀବନ ବଞ୍ଚିବାର ଗୁଣବତ୍ତା ଆଧାରରେ ର୍ୟାଙ୍କ୍ ଦିଆଯାଇଛି । ବେଙ୍ଗାଲୁରୁ ସର୍ବାଧିକ ୫୩.୨୯ ସ୍କୋର କରି ତାଲିକାର ଶୀର୍ଷରେ ରହିଛି ।

Bengal

ବେଙ୍ଗାଲୁରୁ ତଳକୁ ଦ୍ୱିତୀୟରେ ଥିବା ଚେନ୍ନାଇର ସ୍କୋର ୪୯.୮୬ ରହିଛି । ମହିଳାଙ୍କ ସୁରକ୍ଷା, ସାର୍ବଜନୀନ ସେବା, ପରିବହନ, ସ୍ୱାସ୍ଥ୍ୟ, ଶିକ୍ଷା ଭଳି ସାମାଜିକ କାରକରେ ଚେନ୍ନାଇ ଆଗରେ ରହିଛି । ଶୀର୍ଷ ୧୦ରେ ମୁମ୍ବାଇ, ଗୁରୁଗ୍ରାମ, କୋଲକାତା, ଅହମ୍ମଦାବାଦ, ଥିରୁଅନନ୍ତପୁରମ, କୋଏମ୍ବାଟୁର ରହିଛି । ପୁନେକୁ ୪୬.୨୭ ସ୍କୋର ମିଳିଥିବାବେଳେ ହାଇଦ୍ରାବାଦକୁ ୪୬.୦୪ ଏବଂ ମୁମ୍ବାଇକୁ ୪୪.୪୯ ସ୍କୋର ମିଳିଛି । ଗୁରୁଗ୍ରାମ ୨୦୨୪ ତୁଳନାରେ ଭଲ ପ୍ରଦର୍ଶନ କରିଛି । ଦିଲ୍ଲୀ, ଗୁରୁଗ୍ରାମ ଏବଂ ନୋଏଡା ଶିଳ୍ପ ମାମଲାରେ ଆଗରେ ରହିଥିଲେ ହେଁ ସୁରକ୍ଷା, ପରିବହନ, ଦରଦାମ ଦୃଷ୍ଟିରୁ ପଛୁଆ ଅଛି । ତିରୁଅନନ୍ତପୁରମ, ଶିମଲା ଏବଂ ତିରୁଚିରାପଲ୍ଲୀ ସାମାଜିକ ସମାବେଶ ଦୃଷ୍ଟିରୁ ଉନ୍ନତ ରହିଛି । କିନ୍ତୁ ରୋଜଗାର ସୁଯୋଗ ଏଠାରେ କମ୍ ।

ମୁମ୍ବାଇରେ ଚାକିରି, ଶିଳ୍ପ ମଜଭୁତ ଥିଲେ ହେଁ ଜୀବନଯାପନ ଲାଗି ଅତ୍ୟଧିକ ଖର୍ଚ୍ଚ ଏବଂ ଭିତ୍ତିଭୂମି ବଡ଼ ଚ୍ୟାଲେଞ୍ଜ । ୨୦୨୫ର ର୍ୟାଙ୍କିଙ୍ଗ ଟାୟର-୨ ସହରଗୁଡ଼ିକରେ ଭାଗିଦାରୀ ବଢ଼ିଛି । ଏହା ମହିଳା ଅନୁକୂଳ ସହର କେବଳ ମେଟ୍ରୋ ସହର ପର୍ଯ୍ୟନ୍ତ ସୀମିତ ନ ଥିବା ଦର୍ଶାଉଛି । ଦକ୍ଷିଣ ଭାରତ ସବୁଠୁ ଅଧିକ ସମାବେଶୀ କ୍ଷେତ୍ର ଭାବେ ଉଭା ହୋଇଛି । ଏଠାରେ ହାରାହାରି ସିଆଇଏସ୍ (ସିଟି ଇନ୍‌କ୍ଲୁଜନ୍ ସ୍କୋର) ୨୧.୬୦, ଏସ୍ଆଇଏସ୍ (ସୋସିଆଲ ଇନ୍‌କ୍ଲୁଜନ୍ ସ୍କୋର) ୨୭.୮୧ ଏବଂ ଆଇଆଇଏସ୍ (ଇଣ୍ଡଷ୍ଟ୍ରିଆଲ ଇନ୍‌କ୍ଲୁଜନ ସ୍କୋର) ୧୧.୬୧ ରହିଛି । ପଶ୍ଚିମ ଭାରତ ଦ୍ୱିତୀୟ ସ୍ଥାନରେ ରହିଛି ଯେଉଁଠି ସବୁଠୁ ଅଧିକ ହାରାହାରି ଆଇଆଇଏସ୍ ୧୨.୦୧ ରେକର୍ଡ କରାଯାଇଛି । ମଧ୍ୟ ଏବଂ ପୂର୍ବ ଭାରତ ସୋସିଆଲ (ସାମାଜିକ) ଏବଂ ଇଣ୍ଡଷ୍ଟ୍ରିଆଲ୍ (ଶିଳ୍ପ) ଇନ୍‌କ୍ଲୁଜନ (ସମାବେଶ)ରେ ପଛରେ ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+