ନିର୍ବାଚନ ପୂର୍ବରୁ ମୁହାଁମୁହିଁ ବିଜେପି-ଟିଏମସି, ବିଜେପି କର୍ମୀ ମୃତ
Lok Sabha Election 2024: ଲୋକସଭା ନିର୍ବାଚନର ଷଷ୍ଠ ପର୍ଯ୍ୟାୟ ମତଦାନ ପୂର୍ବରୁ ମୁହାଁମୁହିଁ ବିଜେପି-ଟିଏମସି । ପଶ୍ଚିମବଙ୍ଗର ନନ୍ଦିଗ୍ରାମର ସୋନଚୁରାରେ ହିଂସା ସ୍ଥିତି ଉପୁଜିଛି । ବିଜେପି ଏବଂ ତୃଣମୂଳ କଂଗ୍ରେସ କର୍ମୀ ମୁହାଁମୁହିଁ ହୋଇଛନ୍ତି ଫଳରେ ଜଣେ ବିଜେପି କର୍ମୀଙ୍କ ମୃତ୍ୟୁ ହୋଇଥିବା ବେଳେ ୭ରୁ ଅଧିକ କାର୍ଯ୍ୟକର୍ତ୍ତା ଆହତ ହୋଇଥିବା ନେଇ ସୂଚନା ରହିଛି ।

ସୂଚନା ଅନୁସାରେ, ମେ'୨୨ ତାରିଖ ବିଳମ୍ବିତ ରାତିରେ ନନ୍ଦିଗ୍ରାମର ସୋନଚୁରାରେ ନିର୍ବାଚନୀ ହିଂସା ଘଟିଛି । TMC ଏବଂ ବିଜେପି କର୍ମୀଙ୍କ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା । ଟିଏମସି କାର୍ଯ୍ୟକର୍ତ୍ତାମାନେ ବିଜେପି କର୍ମୀଙ୍କ ଉପରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଯେଉଁଥିରେ ଜଣେ ମହିଳାଙ୍କ କର୍ମୀଙ୍କର ମୃତ୍ୟୁ ହୋଇଛି ।
ମହିଳା ମୃତ୍ୟୁ ପରେ ବିଜେପି କର୍ମୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ନନ୍ଦିଗ୍ରାମରେ ବିକ୍ଷୋଭ ପ୍ରଦର୍ଶନ କରିଛି ବିଜେପି । ପୂର୍ବରୁ ୨୦ ତାରିଖରେ ପଶ୍ଚିମବଙ୍ଗର ବାରକପୁରରେ ବିଜେପି ପ୍ରାର୍ଥୀ ଅର୍ଜୁନ ସିଂହ ଓ ଟିଏମସି କାର୍ମକର୍ତ୍ତାଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ଉକ୍ତ ସ୍ଥାନରେ ପୋଲିସ ଥାଇ ମଧ୍ୟ ବିବାଦ ସୃଷ୍ଟି ହୋଇଥିଲା । ବର୍ତ୍ତମାନ ପୂରା ଅଞ୍ଚଳରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା । ଏହାର ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।












Click it and Unblock the Notifications