କେହି ଦଙ୍ଗା କରିବାକୁ ଆସିଲେ ଚୁପ୍ ରୁହନ୍ତୁ, ମୁଣ୍ଡକୁ ଥଣ୍ଡା ରଖନ୍ତୁ , ଜାଣନ୍ତୁ ଏଭଳି କାହିଁକି କହିଲେ ମମତା
କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୁଣିଥରେ ମୋଦୀ ସରକାରଙ୍କୁ କରିଛନ୍ତି ଟାର୍ଗେଟ । ପଶ୍ଚିମବଙ୍ଗରେ ଇଡି, ଏନଆଇଏ ଓ ଅନ୍ୟ କେନ୍ଦ୍ରୀୟ ଏଜେନ୍ସି ଦ୍ୱାରା ହେଉଥିବା କାର୍ଯ୍ୟାନୁଷ୍ଠାନକୁ ନେଇ ମୋଦୀ ସରକାର ଉପରେ ବର୍ଷିଛନ୍ତି ମମତା । ଇଦ୍-ଉଲ-ଫିତର ଅବସରରେ ଲୋକଙ୍କୁ ମମତା କହିଛନ୍ତି, ''ଯଦି କେହି ଦଙ୍ଗା କରିବାକୁ ଆସନ୍ତି ତେବେ ଚୁପ୍ ରୁହନ୍ତୁ ଏବଂ ମୁଣ୍ଡ ଥଣ୍ଡା ରଖନ୍ତୁ । ଆମେ ସୁନ୍ଦର ଓ ଶାନ୍ତ ପରିବେଶ ଚାହୁଁଛୁ ତେଣୁ ସମସ୍ତଙ୍କୁ ସାଥୀରେ ରହିବା ଆବଶ୍ୟକ ବୋଲି କହିଛନ୍ତି ମମତା ।
ସୂଚନାନୁସାରେ ଇଦ୍-ଉଲ-ଫିତର ଅବସରରେ ମୁସଲମାନ ସମୁଦାୟଙ୍କୁ ସମ୍ବୋଧିତ କରି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବନାର୍ଜି କହିଛନ୍ତି ଆମେ ଦେଶପାଇଁ ରକ୍ତ ଦେବାକୁ ପ୍ରସ୍ତୁତ କିନ୍ତୁ ଦେଶରେ ହେଉଥିବା ଅତ୍ୟାଚାରକୁ ବରଦାସ୍ତ କରିବୁ ନାହିଁ । ବିଜେପି ଉପରେ ବର୍ଷିବା ସହ ସେ କହିଛନ୍ତି ୟୁନିଫର୍ମ ସିଭିଲ୍ କୋଡ୍ ଗ୍ରହଣୀୟ ନୁହେଁ ।
ମୁଁ ସମସ୍ତ ଧର୍ମ ମଧ୍ୟରେ ସମନ୍ୱୟ ଚାହୁଁଛି । ସ୍ପଷ୍ଟ ଭାବେ ମମତା କହିଛନ୍ତି ଯେ ରାଜ୍ୟରେ ସେ କେବେ ହେଲେ ୟୁନିଫର୍ମ ସିଭିଲ୍ କୋଡ୍, ଏନଆରସି ଏବଂ ସିଏଏ କାର୍ଯ୍ୟକାରୀ କରିବାକୁ ଅନୁମତି ଦେବେ ନାହିଁ । ପ୍ରଥମ ଥର ପାଇଁ ୟୁସିସି ଉପରେ ଟିଏମସିର ଆଭିମୁଖ୍ୟକୁ ସ୍ପଷ୍ଟ କରିଛନ୍ତି ମମତା । ପ୍ରଥମ ଥର ପାଇଁ ମମତା ବାନାର୍ଜୀ ୟୁସିସି ଉପରେ ଟିଏମସିର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି । ଲୋକସଭା ନିର୍ବାଚନରେ ଭୋଟ୍ ଦେବା ପୂର୍ବରୁ ତାଙ୍କର ଏହି ଷ୍ଟାଣ୍ଡ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଯାହା ଦର୍ଶାଏ ଯେ ସେ ବେଙ୍ଗାଲୁରୁରେ ମୁସଲମାନ ଭୋଟକୁ ମଜବୁତ କରିବା ଲକ୍ଷ୍ୟରେ ଲୋକସଭା ନିର୍ବାଚନ ପୂର୍ବରୁ ୟୁସିସି ବିରୋଧରେ ଛିଡା ହେବାକୁ ଚାହୁଁଛନ୍ତି ।

ମମତା କହିଛନ୍ତି, ଆମେ ରୟାଲ ବେଙ୍ଗଲ ଟାଇଗର ଭଳି । ମୁଁ ଦେଶ ପାଇଁ ମୋର ରକ୍ତ ଦେବାକୁ ପ୍ରସ୍ତୁତ । ନିର୍ବାଚନ ସମୟରେ ତୁମେ ମୁସଲମାନ ନେତାମାନଙ୍କୁ ଫୋଳ କରୁଛି ପଚାରୁଛି ତୁମେ କଣ ଚାହୁଁଛ । ମୁଁ କହୁଛି ସେମାନେ କିଛି ଚାହାଁନ୍ତି ନାହିଁ, ସେମାନେ ପ୍ରେମ ଚାହାଁନ୍ତି । ଆମେ ଟଉଉକୁ କେବେବି ଗ୍ରହଣ କରିବୁ ନାହିଁ ।












Click it and Unblock the Notifications