Health tips: କାଚ ଗ୍ଲାସରେ ପାଣି ପିଇବା ସାସ୍ଥ୍ୟ ପାଇଁ କେତେ ହିତକାର?
Health tips: ପାଣି ପିଇବା ପାଇଁ ଲୋକମାନେ ସାଧାରଣତ ଘରେ ଷ୍ଟିଲ ଗ୍ଲାସ ବ୍ୟବହାର କରନ୍ତି। ସେଥିପାଇଁ ପ୍ରାୟ ଘରେ ପାଣି ପିଇବା ଓ ରଖିବା ପାଇଁ ପ୍ଲାଷ୍ଟିକ ବୋତଲ ବ୍ୟବହାର କରାଯାଏ । କାଚରେ ତିଆରି ଗ୍ଲାସ କିମ୍ବା ବୋତଲ ବହୁତ କମ ବ୍ୟବହାର ହୁଏ । ବିଶେଷକରି ଯେତେବେଳେ ଜଣେ ଅତିଥି ଆସନ୍ତି ସେତେବେଳେ ଆମେ କାଚ ଗ୍ଲାସର ବ୍ୟବହାର କରୁ । କିନ୍ତୁ ଯଦି ଆପଣ ପ୍ରତିଦିନ କାଚ ଗ୍ଲାସରେ ପାଣି ପିଅନ୍ତି, ତେବେ ଆପଣ ଲାଭ ପାଇବେ ।
ସାଧାରଣତ ଯେତେବେଳେ ଆପଣ ପ୍ଲାଷ୍ଟିକ୍ ବୋତଲ କିମ୍ବା ଷ୍ଟିଲ ଗ୍ଲାସରେ ପାଣି ପିଅନ୍ତି ଏହାର ସାଦ ସାଧାରଣ ପାଣି ଠାରୁ ଟିକିଏ ଅଲଗା ଲାଗିଥାଏ। କିଛି ବାସ୍ନା ମଧ୍ୟ ଆସେ । ଏହାର କାରଣ ହେଉଛି ପ୍ଲାଷ୍ଟିକରେ କ୍ଷତିକାରକ ରାସାୟନିକ ପଦାର୍ଥ ଥାଏ । ଯାହା ପାଣି ମାଧ୍ୟମରେ ଶରୀରକୁ ଯାଇ ସାସ୍ଥ୍ୟ ସମସ୍ୟା ସୃଷ୍ଟିକରେ । କିନ୍ତୁ କାଚ ଗ୍ଲାସ କିମ୍ବା ବୋତଲରେ କୌଣସି ପ୍ରକାରର ରାସାୟନିକ ପଦାର୍ଥର ବିପଦ ନଥାଏ । ଆହୁରି ମଧ୍ୟ କୌଣସି ପ୍ରକାରର ଗନ୍ଧ କିମ୍ବା ସାଦରେ ପରିବର୍ତ୍ତନ ହୋଇନଥାଏ।

ଯେତେବେଳେ କାଚ ଗ୍ଲାସ୍, ବୋତଲରେ ପାଣି ରଖାଯାଏ, ତାହା ଦିନସାରା ସତେଜ ରହିଥାଏ। ଆହୁରି ମଧ୍ୟ ଏଥରେ ପାଣି ସଫା ଅଛି କି ନାହିଁ ଜାଣିବା ସହଜ ହୋଇଥାଏ । କାଚ ଗ୍ଲାସଟି ପରିଷ୍କାର ହୋଇଥିବାରୁ ପାଣିରେ ଥିବା ମଇଳା ମଧ୍ୟ ଶୀଘ୍ର ଜଣାପଡ଼ିଯାଏ। ଅନେକଥର ଷ୍ଟିଲ୍ ଗ୍ଲାସ କିମ୍ବା ପ୍ଲାଷ୍ଟିକ୍ ଗ୍ଲାସରେ ପାଣି ପିଇଲେ ଆଁଇଷ ଗନ୍ଧ ଆସେ । କିନ୍ତୁ କାଚ ଗ୍ଲାସରେ ପାଣି ପିଇଲେ ଏପରି କିଛି ଅନୁଭବ ହୁଏ ନାହିଁ । କାଚ ଗ୍ଲାସ ସଫା କରିବା ବହୁତ ସହଜ ।
ଯଦି ପ୍ଲାଷ୍ଟିକ କିମ୍ବା ଷ୍ଟିଲ ବୋତଲରେ ପାଣି ରଖାଯାଏ ତେବେ ଏହା ସାଭାବିକ ତାପମାତ୍ରାରେ ରହେନି । ଏହାର ତାପମାତ୍ରା ସବୁବେଳେ ବଢ଼ିଯାଏ ଓ ଜଳର ସାଦ ମଧ୍ୟ ଭଲ ଲାଗେ ନାହିଁ। କିନ୍ତୁ କାଚ ଗ୍ଲାସ କିମ୍ବା ବୋତଲରେ ପାଣି ରଖିଲେ ଏହା ହୁଏ ନାହିଁ । କାରଣ କାଚ ଗ୍ଲାସ୍ କିମ୍ବା ବୋତଲ ଜଳର ତାପମାତ୍ରାକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଥଣ୍ଡା କିମ୍ବା ଗରମ ରଖିବାରେ ସହାୟକ ହୋଇଥାଏ। କେବଳ ପାଣି ନୁହେଁ, ଯେକୌଣସି ପାନୀୟ ରଖିବା ପାଇଁ ଆପଣ କାଚ ଗ୍ଲାସ୍ କିମ୍ବା ବୋତଲ ବ୍ୟବହାର କରିପାରିବେ












Click it and Unblock the Notifications