କର୍ଣ୍ଣାଟକରେ ବଡ଼ ହଲଚଲ, ବଦଳିବେ ମୁଖ୍ୟମନ୍ତ୍ର!

କର୍ନାଟକରେ କଂଗ୍ରେସ ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ କରିପାରେ। ଯଦିଓ ଦଳ ପକ୍ଷରୁ ଏ ସମ୍ପର୍କରେ ଆନୁଷ୍ଠାନିକ ଭାବରେ କିଛି କୁହାଯାଇ ନାହିଁ, କିନ୍ତୁ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ ଦ୍ୱାରା ଦିଆଯାଇଥିବା ବୟାନକୁ ନେଇ ଅନୁମାନ କରାଯାଉଛି। ରାଜ୍ୟରେ ନିର୍ବାଚନ ଜିତିବା ପରେ, ଅଢ଼େଇ ବର୍ଷ ପରେ ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ ହେବ ବୋଲି ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି।

ମୁଖ୍ୟମନ୍ତ୍ରୀ ପଦ ପାଇଁ ଦୌଡ଼ରେ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାରଙ୍କ ନାମ ଆଗରେ ଅଛି। ଗତ ଗୁରୁବାର ସିଦ୍ଧରମୈୟାଙ୍କ ବୟାନ ସୂଚାଇ ଦେଇଥିଲା ଯେ ତାଙ୍କର ଏବଂ ଡିକେ ଶିବକୁମାରଙ୍କ ମଧ୍ୟରେ ଏକ କଥାବାର୍ତ୍ତା ହୋଇଥିଲା। ଗଣମାଧ୍ୟମ ରିପୋର୍ଟ ଅନୁସାରେ, ସେ କହିଛନ୍ତି ଯେ ଶେଷରେ ହାଇକମାଣ୍ଡକୁ ସବୁକିଛି ଉପରେ ନିଷ୍ପତ୍ତି ନେବାକୁ ପଡିବ।

siddaramaiah

ରିପୋର୍ଟ ଅନୁଯାୟୀ, ସିଦ୍ଧରମୈୟାଙ୍କ ଏହି ବକ୍ତବ୍ୟକୁ ତାଙ୍କର ପୂର୍ବ ବକ୍ତବ୍ୟ ସହିତ ଯୋଡାଯାଉଛି, ଯେତେବେଳେ ସେ ତାଙ୍କର ପାଞ୍ଚ ବର୍ଷର କାର୍ଯ୍ୟକାଳ ପୂରଣ କରିବା ବିଷୟରେ କହୁଥିଲେ ଏବଂ ରାଜ୍ୟରେ ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ ଖବରକୁ ଅସ୍ବୀକାର କରୁଥିଲେ। ତଥାପି, ଯେତେବେଳେ ଡିକେ ଶିବକୁମାରଙ୍କୁ ଏ ବିଷୟରେ ପଚରାଗଲା, ସେ କୌଣସି ପଦବୀ ପାଇଁ କୌଣସି ମହତ୍ତ୍ୱାକାଂକ୍ଷାକୁ ପ୍ରତ୍ୟାଖ୍ୟାନ କଲେ। ସେ କହିଥିଲେ ଯେ ଆମେ ଆମର କାମ ଜାରି ରଖିବୁ। ଦଳର ହାଇକମାଣ୍ଡ ନେତୃତ୍ୱ ବିଷୟରେ ନିଷ୍ପତ୍ତି ନେବେ।

ସୁଚନାନୁସାରେ କର୍ଣ୍ଣାଟକରେ ୨୦୨୩ ବିଧାନସଭା ନିର୍ବାଚନରେ କଂଗ୍ରେସ ଜିତିଥିଲା। ସେତେବେଳେ ଉଭୟ ଡି.କେ ଶିବକୁମାର ଏବଂ ସିଦ୍ଧରମୈୟା ସିଏମ୍ ପଦବୀ ପାଇଁ ଦୌଡ଼ରେ ଥିଲେ। ତେବେ ଦଳ ସିଦ୍ଧରମୈୟାଙ୍କୁ ମୁଖ୍ୟମନ୍ତ୍ରୀ ଏବଂ ଡି.କେ ଶିବକୁମାରଙ୍କୁ ଡେପୁଟି ସିଏମ୍ କରିଥିଲେ। ତେବେ ସେତେବେଳେ ଅଢ଼େେଇ ବର୍ଷ ପରେ ରାଜ୍ୟରେ ସିଏମ ପରିବର୍ତ୍ତନ କରାଯିବ ବୋଲ କୁହାଯାିଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+