ନୈତିକତା ହେଉଛି ଅର୍ଥପୂର୍ଣ୍ଣ ଜୀବନର ମୂଳଦୁଆ: ରାଷ୍ଟ୍ରପତି
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି ପଞ୍ଜାବ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ କେବଳ ଭାରତ ନୁହେଁ ବରଂ ବିଦେଶର ବିଭିନ୍ନ ସଂସ୍କୃତିର ସଙ୍ଗମସ୍ଥଳ ପାଲଟିଛି । ସେଠାକାର ଛାତ୍ରଛାତ୍ରୀ ଏବଂ ଶିକ୍ଷକମାନଙ୍କ ମଧ୍ୟରେ ଆମ ଦେଶର ବିବିଧତା ପ୍ରତିଫଳିତ ହେଉଛି ବୋଲି ରାଷ୍ଟ୍ରପତି କହିଛନ୍ତି ।
ଆଜି ଭଟିଣ୍ଡାଠାରେ ବିଶ୍ୱବିଦ୍ୟାଳୟର ଦଶମ ସମାବର୍ତ୍ତନ ଉତ୍ସବରେ ଯୋଗଦେଇ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ କହିଛନ୍ତି ଏହି ବିଶ୍ଵବିଦ୍ୟାଳୟ ଆଗାମୀ ଦିନରେ ଦେଶର ବିବିଧତା, ଏକତା ଏବଂ ଉତ୍କର୍ଷତା ଆହୁରି ଦୃଢ଼ ଭାବରେ ପ୍ରତିପାଦିତ କରିବ । ଏହି ଅବସରରେ ରାଷ୍ଟ୍ରପତି କହିଛନ୍ତି ମହିଳାଙ୍କ ବିକାଶ ଘଟିଲେ ହିଁ ସମାଜର ସର୍ବାଙ୍ଗୀନ ବିକାଶ ହୋଇପାରିବ ।
କାରଣ ଶିକ୍ଷିତ ମହିଳାମାନେ ଏକ ଦୃଢ଼ ସମାଜ ଗଠନ କରନ୍ତି । ରାଷ୍ଟ୍ରପତି ୧ହଜାର ୩୧ ଜଣଙ୍କୁ ସ୍ନାକତ୍ତୋର ଉପାଧ୍, ୬୦ ଜଣଙ୍କୁ ପିଏଚ୍ଡି ଉପାଧ୍ ଏବଂ ୪୩ଜଣଙ୍କୁ ସ୍ଵର୍ଣପଦକ ପ୍ରଦାନ କରିଛନ୍ତି । ଅନୁଷ୍ଠିତ ସମାବର୍ତ୍ତନ ଉତ୍ସବରେ ୬୫ ପ୍ରତିଶତ ମହିଳା ପଦକ ହାସଲ କରିଥିବାରୁ ଆଗାମୀ ଦିନରେ ଝିଅମାନେ ଏକ ବିକଶିତ ଭାରତ ଗଠନର ସ୍ଵପ୍ନକୁ ସୁନ୍ଦର ରୂପ ଦେବେ ବୋଲି ରାଷ୍ଟ୍ରପତି କହିଛନ୍ତି ।

ଏହି ଅବସରରେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ପୂର୍ବତନ ରାଷ୍ଟ୍ରପତି ଭାରତରନ୍ ଡକ୍ଟର ଏପିଜେ ଅବଦୁଲ କଲାମଙ୍କ ଉଦାହରଣ ଦେଇ କହିଥିଲେ ଯେ ନୈତିକତା ହେଉଛି ଅର୍ଥପୂର୍ଣ୍ଣ ଜୀବନର ମୁଳଦୁଆ । ଜଣେ ସଫଳ ବ୍ୟକ୍ତି ହେବା ଅପେକ୍ଷା ଜଣେ ଭଲ ବ୍ୟକ୍ତି ହେବା ଅଧିକ ଗୁରୁତ୍ବପୂର୍ଣ ଓ ଲକ୍ଷ୍ୟ ହାସଲର ମାଧ୍ୟମ ନୈତିକତା ଉପରେ ଆଧାରିତ ହେବା ଉଚିତ୍ ବୋଲି ସେ କହିଥିଲେ । ପରିବେଶ ସୁରକ୍ଷା ଦିଗରେ ବିଶ୍ବବିଦ୍ୟାଳୟର ପଦକ୍ଷେପ ଗୁଡ଼ି ଚୂଡ଼ିକ ସନ୍ତୋଷଜନକ ବୋଲି ବାଲି କହିବା ସହ ରାଷ୍ଟ୍ରପତି ଏହାର ପ୍ରଶଂସା କରିଥିଲେ ।












Click it and Unblock the Notifications