ବେଗୁସରାଇ ଗୁଳିକାଣ୍ଡ: ପୋଲିସ କବଜାରେ 4 ଅଭିଯୁକ୍ତ

ବେଗୁସରାଇ ଗଣ ଗୁଳିକାଣ୍ଡ ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ଏବଂ ଅତି କମରେ ନଅ ଜଣ ଆହତ ହୋଇଥିଲେ । ଏହି ଘଟଣାରେ ବର୍ତ୍ତମାନ ଚାରି ଅଭିଯୁକ୍ତ ପୋଲିସ କବଜାରେ ।

ପାଟନା: ବେଗୁସରାଇ ଗଣ ଗୁଳିକାଣ୍ଡ ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ଏବଂ ଅତି କମରେ ନଅ ଜଣ ଆହତ ହୋଇଥିଲେ । ଏହି ଘଟଣାରେ ବର୍ତ୍ତମାନ ଚାରି ଅଭିଯୁକ୍ତ ପୋଲିସ କବଜାରେ । ଅଭିଯୁକ୍ତମାନେ ଯୁବରାଜ, କେଶବ, ଅର୍ଜୁନ ଏବଂ ସୁମିତ ବୋଲି ଜଣାପଡିଛି। ସେମାନେ ବେଗୁସରାଇର ବାସିନ୍ଦା । ଏଡିଜିପି ମାନ୍ୟତା ପ୍ରାପ୍ତ ଅଧିକାରୀ ଦୃଢୋକ୍ତି ପ୍ରକାଶ କରିଛନ୍ତି, ଯେ ''ଅପରାଧୀମାନେ କାହାକୁ ଗୁଳି କରୁଛନ୍ତି ତାହା ମଧ୍ୟ ଜାଣି ନାହାଁନ୍ତି। ଏହା ସାଇକୋପାଥମାନଙ୍କର କାର୍ଯ୍ୟ ବୋଲି ଜଣାପଡିଛି । ''

begusarai

ମଙ୍ଗଳବାର ସନ୍ଧ୍ୟାରେ ବେଗୁସରାଇ ସହରର ମାଲହିପୁର ଛକରେ ବନ୍ଧୁକଧାରୀମାନେ ଲୋକ ଚଳପ୍ରଚଳ ହେଉଥିବା ଅଞ୍ଚଳରେ ଦୋକାନଗୁଡ଼ିକୁ ଟାର୍ଗେଟ କରି ଗୁଳି ଚଳାଇଥିଲେ ବୋଲି ଜଣେ ପୋଲିସ ଅଧିକାରୀ କହିଛନ୍ତି। ଭୟଭୀତ ଲୋକମାନେ ନିଜ ଜୀବନ ପାଇଁ ଦୌଡିବାକୁ ଲାଗିଥିବାବେଳେ ଦୋକାନୀମାନେ ଦୋକାନ ଖୋଲା ଛାଡି ପଳାଇଥିଲେ। ଏହାପରେ ଦୁର୍ବୃତ୍ତମାନେ ବାରୁନି ଥର୍ମାଲ ଛକ, ବାରୁନି, ତେଘରା, ବଚୱାରା ଏବଂ ରାଜେନ୍ଦ୍ର ବ୍ରିଜକୁ ଯାଇ ଲୋକଙ୍କ ଉପରକୁ ଗୁଳି ଚଳାଇବା ଜାରି ରଖିଥିଲେ।

ଜଣେ ଅଭିଯୁକ୍ତ କେଶବଙ୍କୁ ଜାମୁଇର ଝାଝାରୁ ଗିରଫ କରାଯାଇଥିଲା ଯେତେବେଳେ ସେ ରାଞ୍ଚିକୁ ଖସିଯିବାକୁ ଚେଷ୍ଟା କରୁଥିବା ମୌର୍ଯ୍ୟ ଏକ୍ସପ୍ରେସ ଟ୍ରେନରେ ଥିଲେ। ସୁମିତ ଏବଂ ଯୁବରାଜଙ୍କୁ ଗୁରୁବାର ବେଗୁସରାଇରୁ ଗିରଫ କରାଯାଇଥିବାବେଳେ ଚତୁର୍ଥ ଅଭିଯୁକ୍ତ ଅର୍ଜୁନଙ୍କୁ ସାହିବପୁର କମଲରୁ ଗିରଫ କରାଯାଇଥିଲା।

ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଉକ୍ତ ଘଟଣାରେ ବିଜେପିର ସମ୍ପୃକ୍ତି ଅଭିଯୋଗ କରିଛନ୍ତି। ଦଳର ନାମ ଉଲ୍ଲେଖ ନକରି ମୁଖ୍ୟମନ୍ତ୍ରୀ କହିଛନ୍ତି, "ମୁସଲମାନ ଏବଂ ଓବିସିଙ୍କ ପ୍ରାଧାନ୍ୟ ଥିବା ଅଞ୍ଚଳରେ ଗୁଳିବିନିମୟ ହୋଇଥିବା ଜଣାପଡିଛି। ଏହା ମଧ୍ୟ ଚୟନାତ୍ମକ ଥିଲା । ମତଲବ ସାଫ ହୈ ଅର୍ଥାତ ଏହାର ଅର୍ଥ ସ୍ପଷ୍ଟ ଜଣାପଡୁଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+