ଆଇପିଏଲ୍‌ ୨୦୨୫ ସିଜିନ୍‌ ପୂର୍ବରୁ ଚର୍ଚ୍ଚାରେ ମହେନ୍ଦ୍ର ସିଂହ ଧୋନି, ଜାଣନ୍ତୁ କାହିଁକି ?

ଆଇପିଏଲ୍‌ ୨୦୨୫ ସିଜିନ୍‌ ପୂର୍ବରୁ ପୁଣି ଚର୍ଚ୍ଚାରେ ମହେନ୍ଦ୍ର ସିଂହ ଧୋନିଙ୍କ କିଲର ଲୁକ୍‌ । କୌଣସି ହିରୋ ଠାରୁ ବି କମ୍‌ ନୁହେଁ ଧୋନିଙ୍କ ଷ୍ଟାଇଲିସ୍‌ ଅନ୍ଦାଜ । ଯାହାର ଫଟୋ ସୋସିଆଲ୍‌ ମିଡିଆରେ ଖୁବ୍‌ ଭାଇରାଲ ହେବାର ଲାଗିଛି । ଧୋନିଙ୍କ ଏହି ଷ୍ଟାଇଲିସ୍‌ ଫଟୋ ଫେମସ୍‌ ହେୟାର ଷ୍ଟାଇଲିସ୍‌ ଅଲିମ୍‌ ହକିମ୍‌ଙ୍କ ଡିଜାଇନ୍‌ କରିଛନ୍ତି ।

Mahendra Singh Dhoni

୨୦୨୪ର ଆଇପିଏଲ୍‌ ସିଜିନ୍‌ ପୂର୍ବରୁ ଧୋନିଙ୍କର ଲଙ୍ଗ ହେୟାର ଷ୍ଟାଇଲ୍‌ ବେଶ ଚର୍ଚ୍ଚାକୁ ଆସିଥିଲା । ଯାହାକୁ ହେୟାର ଷ୍ଟାଇଲିସ୍‌ ଅଲିମ୍‌ ହକିମ୍‌ଙ୍କ ପକ୍ଷରୁ ରିଲିଜ୍‌ କରାଯାଇଥିଲା । ୨୦୨୪ରେ ବି ଅଲିମ୍‌ ହକିମ୍‌ଙ୍କ ଧୋନିଙ୍କ ହେୟାର ଷ୍ଟାଇଲିସ୍‌ କରିଥିଲେ । ୨୦୨୪ ସିଜିନ୍‌ରେ ଧୋନି ଧୁଆଁଧାର ବ୍ୟାଟିଂ କରିଥିଲେ । ସେ ୧୪ଟି ମ୍ୟାଚ୍‌ ଖେଳି ୧୬୧ ରନ୍‌ ସଂଗ୍ରହ କରିଥିଲେ । ଯେଉଁଥିରେ ୨୨୦ର ଷ୍ଟାଇକ୍‌ ରେଟ୍‌ରେ ରନ୍‌ ସଂଗ୍ରହ କରିଥିଲେ । ତେବେ ଦେଖାଯାଉ ଧୋନି ଏଥର ଆଇପିଏଲ୍‌ ସିଜିନ୍‌ ଖେଳୁଛନ୍ତି ନା ଚେନ୍ନାଇ ସୁପର କିଙ୍ଗସ୍‌ ପାଇଁ ମେଣ୍ଟର ଭୂମିକାରେ ନଜର ଆସୁଛନ୍ତି । ତାହା ଦେଖିବାକୁ ବାକି ରହିଲା ।

ସୂଚନାଯୋଗ୍ୟ ଯେ, ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଅବସର ନେଇସାରିଛନ୍ତି ଧୋନି । ଏବେ ବି କେବଳ ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗସ ପାଇଁ ଖେଳୁଛନ୍ତି । ଧୋନି ୯୦ଟି ଟେଷ୍ଟ ମ୍ୟାଚ୍‌ ଖେଳି ୪୮୭୬ ରନ୍‌ କରିଥିବା ବେଳେ ୩୫୦ଟି ଦିନିକିଆ ମୁକାବିଲା ଖେଳି ୧୦୭୭୩ ରନ୍‌ ସଂଗ୍ରହ କରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+