ନିର୍ବାଚନ ପୂର୍ବରୁ ଦଳିତ ଛାତ୍ରଛାତ୍ରୀଙ୍କ ପାଇଁ ବଡ ଘୋଷଣା କଲେ କେଜ୍ରିୱାଲ
ସମ୍ବିଧାନ ପ୍ରଣେତା ଡ ବିଆର ଆମ୍ବେଦକରଙ୍କ ନାଁରେ ଦଳିତ ଶିକ୍ଷାର୍ଥୀଙ୍କ ପାଇଁ ସ୍କଲାରଶିପ୍ ବା ବୃତ୍ତି ଘୋଷଣା କରିଛନ୍ତି ଆପ୍ର ଜାତୀୟ ଆବାହକ ଅରବିନ୍ଦ କେଜ୍ରିୱାଲ। ବର୍ତ୍ତମାନ ଦେଶରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ରାଜ୍ୟସଭାରେ ଆମ୍ବେଦକରଙ୍କ ପ୍ରସଙ୍ଗରେ ଦେଇଥିବା ବୟାନକୁ ନେଇ ବିବାଦ ଲାଗି ରହିଛି।

ଆଗକୁ ମଧ୍ୟ ଦିଲ୍ଲୀ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏହି ବିବାଦ ଓ ନିର୍ବାଚନକୁ ଦୃଷ୍ଟିରେ ରଖି କେଜ୍ରିୱାଲ ଆଜି ଆମ୍ବେଦକର ଛାତ୍ର ବୃତ୍ତି ଲାଗୁ କରିବେ ବୋଲି କହିଛନ୍ତି। ସମ୍ବିଧାନର ପ୍ରତିଷ୍ଠାତା ଆମ୍ବେଦକରଙ୍କ ପ୍ରତି ଅମିତ ଶାହ ଅସମ୍ମାନ କରିବା ଭଳି ଶବ୍ଦ ପ୍ରୟୋଗ କରିଥିବାରୁ ଏହାର ଜବାବରେ କେଜ୍ରିୱାଲ ଏପରି ଏକ ବୃତ୍ତି ଯୋଜନା ଲାଗୁ କରିଥିବା କହିଛନ୍ତି।
ଗୋଟିଏ ନିର୍ବାଚନୀ ସଭାକୁ ସମ୍ବୋଧନ କରି କେଜ୍ରିୱାଲ କହିଛନ୍ତି, ଯଦି ଆପ୍ ଆସନ୍ତା ବିଧାନସଭା ନିର୍ବାଚନରେ ଦିଲ୍ଲୀରେ ବିଜୟୀ ହୁଏ, ତା'ହେଲେ ସରକାର ବିଦେଶରେ ନାମ ଲେଖାଇଥିବା ଦଳିତ ଶିକ୍ଷାର୍ଥୀଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବେ। ଅର୍ଥ ଅଭାବରୁ ଦିଲ୍ଲୀର କୌଣସି ଦଳିତ ଶିକ୍ଷାର୍ଥୀ ଯେମିତି ବିଦେଶରେ ପାଠ ପଢ଼ିବା ଅଧାରୁ ନ ଛାଡ଼ିବେ, ତା'ର ବ୍ୟବସ୍ଥା ଆପ୍ କରିବ।












Click it and Unblock the Notifications