ଦିଲ୍ଲୀରେ ବ୍ଲାଷ୍ଟ କରିବା ପୂର୍ବରୁ ଉମରଭାଇକୁ ଦେଇ ଥିଲା ଫୋନ୍

ଜମ୍ମୁ-କାଶ୍ମର ପୁଲିସ ଲାଲ୍ କିଲ୍ଲାରେ ଆତ୍ମଘାତୀ ହମଲା କରିଥିବା ଡାକ୍ତର ଉମର-ଉନ୍-ନବୀର ମୋବାଇଲ ଫୋନ୍ ଜବତ କରି ସାରିଛି। ଉମର ନବୀର ମୋବାଇଲ ଫୋନରୁ ଅନେକ ପ୍ରମୁଖ ସୂଚନା ସାମ୍ନାକୁ ଆସିଛି। ଜଣାପଡ଼ିଛି ଯେ ,କେମିତି ସେ ଆଇଏସଆଇଏସ ଓ ଅଲକାଏଦର ଆତ୍ମଘାତୀ ହମଲାକୁ ଦେଖୁ ଥିଲା ଏବଂ ସେ ବୋମା ବାନ୍ଧି ନିଜ ସହ ଅନ୍ୟଙ୍କୁ ହତ୍ୟା କରିବାକୁ ଧର୍ମର ଭଲ କାମ ଭାବୁଥିଲା। ଏହି ଫୋନରୁ ପୁଲିସ ଭିଡ଼ିଓ ମଧ୍ୟ ବାହାର କରିଛି ,ଯେଉଁଥିରେ ସେ ଆତ୍ମଘାତୀ ହମଲାକୁ ସଫଳ କରିବାକୁ ଦେଖିଥିଲା। ଉମର ଏହି ଫୋନ୍ ନିଜ ଭାଇକୁ ଦେଇ କହିଥିଲା, ଯଦି ତାକୁ ନେଇ କୌଣସି ଖବର ଆସେ ତ ଫୋନକୁ ପାଣିରେ ଫିଙ୍ଗି ଦେବ।

ଅଧିକାରୀମାନେ ମଙ୍ଗଳବାର କହିଛନ୍ତି ଯେ, ଉମରର ଭାଇ ଜହୁର ଇଲାହୀକୁ କାଶ୍ମୀରରେ ହେପାଜତକୁ ନିଆଯାଇଛି। ତାକୁ ପଚରାପଚରି ପରେ ଗୁରୁତ୍ତ୍ୱପୂର୍ଣ୍ଣ ସାକ୍ଷ୍ୟ ପ୍ରମାଣ ସାମ୍ନାକୁ ଆସିଛି। ଉମର ୧୦ ନଭେମ୍ୱରରେ ଲାଲ୍ କିଲ୍ଲା ବାହାରେ ସେ କାର ଚଲାଉ ଥିଲା ,ଯେଉଁଥିରେ ବିସ୍ଫୋରଣ ପରେ ୧୫ ଜଣ ଲୋକଙ୍କ ମୃତ୍ୟୁ ହୋଇଥିଲା। ଇଲାହୀକୁ ବରିଷ୍ଠ ପୁଲିସ ଅଧିକାରୀ (ଶ୍ରୀନଗର) ଜି.ବି . ସନ୍ଦୀପ ଚକ୍ରବର୍ତ୍ତୀଙ୍କ ଦ୍ୱାରା ଗଠିତ ଏକ ସ୍ୱତନ୍ତ୍ର ଟିମ୍ ଗିରଫ କରିଛି। ଏହି ଗିରଫଦାରୀ ସେତେବେଳେ ହୋଇଥିଲା ଯେବେ ପୂରା 'ହ୍ୱାଇଟ୍ -କୋଲାର ଟେରୋରିଷ୍ଟ ମଡ୍ୟୁଲ'ର ଷଡ଼ଯନ୍ତ୍ରର ପର୍ଦ୍ଦାଫାସ ହେବା ଆରମ୍ଭ ହୋଇଛି।

umar

ଅଧିକାରୀମାନେ କହିଛନ୍ତି ଯେ, ଆରମ୍ଭରେ ଅଜ୍ଞତାର ପରିଚୟ ଦେଇ ଥିବା ଇଲାହୀ ଅନ୍ତତଃ ଲଗାତାର ପଚରାପଚରିରେ ଭାଙ୍ଗି ପଡ଼ିଥିଲା ଏବଂ ସେ ପ୍ରଶ୍ନ କରୁଥିବା ଲୋକଙ୍କୁ କହିଥିଲା ଯେ, ଉମର ୨୬ ଓ ୨୯ ଅକ୍ଟୋବର ମଧ୍ୟରେ କାଶ୍ମୀ ଘାଟୀରେ ଥିଲା। ଇଲାହୀ ମୁତାବିକ , ଉମର ତାକୁ ମୋବାଇଲ ଫୋନ୍ ଦେଇଥିଲା ଏବଂ ସ୍ପଷ୍ଟ ନିର୍ଦ୍ଦେଶ ଦେଇ ଥିଲା ଯେ, ଯଦି ତା ବିଷୟରେ କୌଣସି ଖବର ସାମ୍ନାକୁ ଆସେ ତ ତାକୁ ପାଣିରେ ଫିଙ୍ଗି ଦେବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+