ଅଧା ରହିଗଲା ପ୍ରେମ କାହାଣୀ,ଏହି କାରଣରୁ ସିମି ଗାରେୱାଲଙ୍କୁ ବିବାହ କରିନଥିଲେ ରତନ ଟାଟା
Simi Garewal: ସିମି ଗାରେୱାଲଙ୍କର ଗଣନା 70-80 ଦଶକର ଶ୍ରେଷ୍ଠ ଅଭିନେତ୍ରୀମାନଙ୍କ ମଧ୍ୟରେ କରାଯାଏ । ସେ ପିଲାଟି ଦିନରୁ ହିଁ ଅଭିନୟ କରିବାକୁ ପସନ୍ଦ କରନ୍ତି । ତାଙ୍କର ପ୍ରଥମ ଚଳଚ୍ଚିତ୍ର 1962 ମସିହାରେ ମୁକ୍ତିଲାଭ କରିଥିଲା । ଯାହାର ନାମ ଥିଲା 'Tarzan Goes to India' । ତେବେ ଏହି ଅଭିନେତ୍ରୀଙ୍କୁ ପରିଚୟ 'ତିନ ଦେବିୟାଁ'ରୁ ମିଳିଥିଲା ।
ସିମି ଗାରେୱାଲ ଅନେକ ହିଟ୍ ଫିଲ୍ମରେ ଏବଂ ବଲିଉଡର ଶ୍ରେଷ୍ଠ ଅଭିନେତାମାନଙ୍କ ସହିତ ତାଙ୍କ କ୍ୟାରିୟରରେ କାମ କରିଛନ୍ତି । ଅଭିନୟ ବ୍ୟତୀତ ସେ ତାଙ୍କ ପ୍ରେମ ପାଇଁ ମଧ୍ୟ ପ୍ରାୟତଃ ଲାଇମଲାଇଟରେ ରହୁଥିଲେ । ଏକ ସମୟ ଥିଲା ଯେତେବେଳେ ସିମି ସୈଫ ଅଲ୍ଲୀ ଖାନଙ୍କ ପିତା ମନସୁର ଅଲୀ ଖାନ ପଟୌଦିଙ୍କୁ ଡେଟ୍ କରୁଥିଲେ । କିନ୍ତୁ କୌଣସି କାରଣରୁ ଏହି ସମ୍ପର୍କ ଆଗକୁ ବଢି ପାରି ନଥିଲା ।

ଯେତେବେଳେ ସିମି ମନସୁର ଅଲୀ ଖାନ ପଟୌଦିଙ୍କୁ ଡେଟ୍ କରୁଥିଲେ ସେତେବେଳେ ଚର୍ଚ୍ଚା ହେଉଥିଲା ଉଭୟ ବିବାହ କରିବେ । ହେଲେ ଶର୍ମିଲା ଟାଗୋରଙ୍କ ଏଣ୍ଟ୍ରୀ ଉଭୟ ସମ୍ପର୍କରେ ପୂର୍ଣ୍ଣଚ୍ଛେଦ ପକାଇଥିଲା । ଶେଷରେ ସିମି ଗାରେୱାଲଙ୍କ ସହ ମନସୁର ଅଲୀ ଖାନ ପଟୌଦିଙ୍କ ସମ୍ପର୍କ ଭାଙ୍ଗି ଯାଇଥିଲା । ଏହା ପରେ ସେ ଅର୍ଥାତ୍ ସିମି ଗାରେୱାଲ ରତନ ଟାଟାଙ୍କୁ ଡେଟ୍ କରୁଥିଲେ । ଦୁହିଁଙ୍କ ମଧ୍ୟରେ ପ୍ରଥମେ ବନ୍ଧୁତା ହୋଇଥିଲା ଏବଂ କିଛି ସମୟ ପରେ ଏହି ସମ୍ପର୍କ ପ୍ରେମରେ ପରିଣତ ହୋଇଥିଲା । କୁହାଯାଏ ଯେ ରତନ ଟାଟା ତାଙ୍କୁ ବିବାହ କରିବାକୁ ଚାହୁଁଥିଲେ କିନ୍ତୁ ସେ ବିବାହ କରିବା ପାଇଁ ଭୟ କରୁଥିଲେ। ତେବେ, ଏହି ସମ୍ପର୍କ ସମାପ୍ତ ହେବା ପରେ ରତନ ଟାଟା କେବେ ବି ବିବାହ କରିନଥିଲେ ।
ରତନ ଟାଟାଙ୍କ ସହ ତାଙ୍କର ସମ୍ପର୍କ ଶେଷ ହେବା ପରେ ସିମି ଗାରେୱାଲ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। ଏହି ଅଭିନେତ୍ରୀ ଦିଲ୍ଲୀର ପ୍ରସିଦ୍ଧ ବ୍ୟବସାୟୀ ରବି ମୋହନଙ୍କୁ ବିବାହ କରିଥିଲେ। କିନ୍ତୁ ସେମାନଙ୍କ ସମ୍ପର୍କ ବେଶୀ ଦିନ ରହିଲା ନାହିଁ ଏବଂ ଅଭିନେତ୍ରୀ ଛାଡପତ୍ର ହୋଇଥିଲା । ବର୍ତ୍ତମାନ ସିମି ଗାରେୱାଲ ଏକାକୀ ତାଙ୍କ ଜୀବନ ବିତାଉଛନ୍ତି।












Click it and Unblock the Notifications