ଲୋକସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ପୂର୍ବରୁ ଦେଶବାସୀଙ୍କୁ ଚିଠି ଲେଖିଲେ ମୋଦି, ଜାଣନ୍ତୁ କାହିଁକି

ଆଜି ଲୋକସଭା ନିର୍ବାଚନର ତାରିଖ ଘୋଷଣା କରାଯିବ। ନିର୍ବାଚନ ଆୟୋଗ ଅପରାହ୍ନ ୩ ଟାରେ ଏକ ସାମ୍ବାଦିକ ସମ୍ମିଳନୀରେ ଲୋକସଭା ନିର୍ବାଚନର ତାରିଖ ଘୋଷଣା କରିବେ। ଏହା ବ୍ୟତୀତ ଓଡିଶା, ସିକ୍କିମ, ଅରୁଣାଚଳ ପ୍ରଦେଶ ଏବଂ ଆନ୍ଧ୍ରପ୍ରଦେଶ ହେବାକୁ ଥ‌ିବା ବିଧାନସଭା ନିର୍ବାଚନର ତାରିଖ ମଧ୍ୟ ଘୋଷଣା କରାଯିବ। ଲୋକସଭା ନିର୍ବାଚନ ଏପ୍ରିଲରୁ ଆରମ୍ଭ ହୋଇପାରେ ଏବଂ ମେ ମାସ ଶେଷ ପର୍ଯ୍ୟନ୍ତ ଅନେକ ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହୋଇପାରେ ।

narendra modi

ନିର୍ବାଚନ ତାରିଖ ଘୋଷଣା ହେବା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଦିନ ଚିଠି ମାଧ୍ୟମରେ ଦେଶକୁ ଏକ ବାର୍ତ୍ତା ଦେଇଛନ୍ତି। ଏଥିରେ ପ୍ରଧାନମନ୍ତ୍ରୀ ମୋଦୀ ଦେଶବାସୀଙ୍କୁ ସମ୍ବୋଧିତ କରି କହିଛନ୍ତି, "ଆପଣଙ୍କ ସହ ଆମର ସମ୍ପର୍କ ଏକ ଦଶନ୍ଧି ପୂର ପୂରଣ କରିସାରିଛି। ମୁଁ ନିଶ୍ଚିତ ଯେ ଆପଣଙ୍କ ସମର୍ଥନ ଜାରି ରଖିବେ । ରାଷ୍ଟ୍ର ନିର୍ମାଣ ପାଇଁ ଆମେ କଠିନ ପରିଶ୍ର ଜାରି ରଖୁବୁ, ଏହା ମୋଦୀଙ୍କ ଗ୍ୟାରେଣ୍ଟି ।

୧୪୦ କୋଟି ଭାରତୀୟଙ୍କ ବିଶ୍ୱାସ ଏବଂ ସମର୍ଥନ ମୋତେ ବହୁତ ପ୍ରେରଣା ଦେଇଛି। ଲୋକଙ୍କ ଜୀବନରେ ଯେଉଁ ପରିବର୍ତ୍ତନ ଆସିଛି, ତାହା ଗତ ୧୦ ବର୍ଷରେ ଆମ ସରକାର ପାଇଁ ସବୁଠାରୁ ବଡ଼ ଉପଲବ୍ଧି।''

‌ମୋଦୀ ଆହୁରି ବି କହିଛନ୍ତି ଯେ ''ଆପଣମାନଙ୍କ ସମର୍ଥନ ଓ ବିଶ୍ୱାସ ଯୋଗୁ ଆମେ ଜିଏସଟି ଲାଗୁ କରିବା, ଧାରା ୩୭୦ ହଟାଇବା, ତିନି ତଲାକ ରୋକିବାକୁ ଆଇନ୍ ଆଣିବା, ଚାଷୀଙ୍କୁ ଆର୍ଥିକ ସହାୟତା, ଆୟୁଷ୍ମାନ ଭାରତ ମାଧ୍ୟମରେ ମାଗଣା ଚିକିତ୍ସା, ସଂସଦରେ ମହିଳାଙ୍କ ଭାଗିଦାରୀ ବଢ଼ିବା, ନୂଆ ସଂସଦ ଭବନର ଉଦଘାଟନ କରିବା ସହ ଅନେକ ଐତିହାସିକ ପଦକ୍ଷେପ ନେଇଛୁ।''

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+