ଦଳ ପାଇଁ ନୁହେଁ, ସମ୍ବିଧାନ ପ୍ରତି ବିଶ୍ୱସ୍ତ ରୁହ: ଡି.ୱାଇ ଚନ୍ଦ୍ରଚୂଡ଼
Lok Sabha Election: ଆଗକୁ ରହିଛି ଲୋକସଭା ନିର୍ବାଚନ ୨୦୨୪ । ଏହାରି ମଧ୍ୟରେ ଦେଶର ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୁଡଙ୍କର ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି । ଆଇନଜୀବୀ ଏବଂ ବିଚାରପତିମାନେ ସମ୍ବିଧାନ ପ୍ରତି ବିଶ୍ୱସ୍ତ ରହିବା ଉଚିତ ବୋଲି ସେ କହିଛନ୍ତି। ଜଷ୍ଟିସ ଡିୱାଇ ଚନ୍ଦ୍ରଚୁଡ ଆହୁରି କହିଛନ୍ତି, ବିଚାରପତିମାନଙ୍କ ପକ୍ଷହୀନ ହେବା ଅତ୍ୟନ୍ତ ଆବଶ୍ୟକ ।

ନାଗପୁର ହାଇକୋର୍ଟ ବାର୍ ଆସୋସିଏସନର ଶତବାର୍ଷିକୀ ଉତ୍ସବରେ ଯୋଗ ଦେଇ CJI DY Chandrachud କହିଛନ୍ତି, 'ଆମ ଭଳି ଏକ ଜୀବନ୍ତ ତଥା ଯୁକ୍ତିଯୁକ୍ତ ଲୋକତନ୍ତ୍ରରେ ଅଧିକାଂଶ ଲୋକଙ୍କର କୌଣସି ନା କୌଣସି ରାଜନୈତୀକ ଚିନ୍ତାଧାରା ପ୍ରତି ଦୃଷ୍ଟି ରହିଥାଏ । ବାର୍ ର ସଦସ୍ୟମାନଙ୍କୁ କୋର୍ଟ ଏବଂ ସମ୍ବିଧାନ ସହିତ ପକ୍ଷପାତିତା କରିବା ଉଚିତ୍ ନୁହେଁ'।
ଦେଶର ପ୍ରଧାନ ବିଚାରପତି ମଧ୍ୟ ଭାରତର ନ୍ୟାୟିକ ବ୍ୟବସ୍ଥା ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି ଯେ, ନ୍ୟାୟପାଳିକା ଅନେକ ଥର ନିଜ ସ୍ୱାଧୀନତା ଏବଂ ପାର୍ଟିହୀନତା, କାର୍ଯ୍ୟନିର୍ବାହୀ, ବିଧାନସଭା ଏବଂ ରାଜନୈତିକ ସ୍ୱାର୍ଥ ପାଇଁ କ୍ଷମତାକୁ ପୃଥକ କରିବା ପାଇଁ ବାରମ୍ବାର ସାମ୍ନାକୁ ଆସୁଛି। ହେଲେ ଆମେ ଭୁଲିଯିବା ଉଚିତ୍ ନୁହେଁ ଯେ ନ୍ୟାୟପାଳିକାର ସ୍ୱାଧୀନତା ଏବଂ ବାର୍ ର ସ୍ୱାଧୀନତା ମଧ୍ୟରେ ଗଭୀର ସଂଯୋଗ ରହିଛି ।
ସେ ଆହୁରି କହିଛନ୍ତି ଯେ, ସୁପ୍ରିମକୋର୍ଟର ସାମ୍ବିଧାନିକ ବେଞ୍ଚର ନିଷ୍ପତ୍ତି କଠୋର କାର୍ଯ୍ୟ, ପୁଙ୍ଖାନୁପୁଙ୍ଖ ଆଇନଗତ ବିଶ୍ଳେଷଣ ଏବଂ ସାମ୍ବିଧାନିକ ନୀତି ପ୍ରତି ପ୍ରତିବଦ୍ଧତାକୁ ଦର୍ଶାଉଛି। ଥରେ ଏହି ନିଷ୍ପତ୍ତି ଘୋଷଣା ହେବା ପରେ ଏହା ସର୍ବସାଧାରଣ ସମ୍ପତ୍ତି ହୋଇଯାଇଥାଏ । ଆମେ ଉଭୟ ପ୍ରଶଂସା ଏବଂ ସମାଲୋଚନାକୁ ଗ୍ରହଣ କରୁ। ଏହି ପ୍ରଶଂସା ଏବଂ ସମାଲୋଚନା, ସାମ୍ବାଦ, ରାଜନୈତିକ ମନ୍ତବ୍ୟ କିମ୍ବା ସୋସିଆଲ ମିଡିଆ ମାଧ୍ୟମରେ ହୋଇଥାଏ ଏହାର ଏକ ବଡ ପ୍ରଭାବ ରହିଛି ।
ପ୍ରଧାନ ବିଚାରପତି କହିଛନ୍ତି ଯେ, ବାର ଆସୋସିଏସନର ସଦସ୍ୟ, ଆଇନଜୀବୀମାନେ କୋର୍ଟଙ୍କ ନିଷ୍ପତ୍ତି ଉପରେ ପ୍ରତିକ୍ରିୟା ପ୍ରକାଶ କରିବାବେଳେ ସାଧାରଣ ଲୋକଙ୍କ ପ୍ରତି ମନ୍ତବ୍ୟ ଦେବା ଉଚିତ୍ ନୁହେଁ ।












Click it and Unblock the Notifications