ଶେଷ ହୋଇ ନାହିଁ କରୋନା, ସତର୍କ ରୁହନ୍ତୁ, ମାସ୍କ ପିନ୍ଧନ୍ତୁ: ସ୍ୱାସ୍ଥ୍ୟମନ୍ତ୍ରୀ

ନୂଆ ବର୍ଷରେ ଲାଗୁ ହୋଇପାରେ ନୂଆ କଟକଣା, ବିଦେଶ ଫେରନ୍ତାଙ୍କ ଉପରେ ରହିଛି କଡ଼ା ନଜର

Corona Virus In India: ପୁଣି ଚିନ୍ତା ବଢାଉଛି ମହାମାରୀ କରୋନା । ଅନେକ ଦେଶରେ ଦୃତ ଗତିରେ କାୟା ବିସ୍ତାର କରୁଛି କୋଭିଡ୍ । ଏହି ବିପଦକୁ ନଜରରେ ରଖି ସତର୍କ ରହିବା ପାଇଁ ଲୋକଙ୍କୁ ପରାମର୍ଶ ଦେଇଛନ୍ତି କେନ୍ଦ୍ର ସରକାର ।

ସ୍ୱାସ୍ଥ୍ୟମନ୍ତ୍ରୀ ନିଜ ଟୁଇଟ୍‌ରେ ଉଚ୍ଚ ସ୍ତରୀୟ ବୈଠକ ସମ୍ପର୍କରେ ସୂଚନା ଦେଇ ଲେଖିଛନ୍ତି ଯେ, ବିଶ୍ୱର ଅନେକ ଦେଶରେ ଦ୍ରୁତ ଗତିରେ ବଢୁଥିବା କରୋନା ମାମଲାକୁ ଦୃଷ୍ଟିରେ ରଖି ଆଜି ସ୍ୱାସ୍ଥ୍ୟ ଅଧିକାରୀ ଏବଂ ବିଶେଷଜ୍ଞଙ୍କ ଉପସ୍ଥିତିରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ବର୍ତ୍ତମାନ ମଧ୍ୟ କରୋନା ଶେଷ ହୋଇନାହିଁ । ତେଣୁ ସମସ୍ତଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଉଛି ଏବଂ ସମସ୍ତ ପରିସ୍ଥିତିର ମୁକାବିଲା ପାଇଁ ଆମେ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛୁ ବୋଲି ସେ କହିଛନ୍ତି ।

Union Health Minister Review Meeting

ସୂଚନାନୁସାରେ, କେନ୍ଦ୍ର ସରକାରଙ୍କ ଏହି ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଛି । କରୋନାର ମୁକାବିଲା ପାଇଁ ଏକ ରୋଡ ମ୍ୟାପ୍ ପ୍ରସ୍ତୁତ କରାଯାଇଛି । ଏହି ବୈଠକରେ ଆନ୍ତର୍ଜାତୀୟ ତଥା ଘରୋଇ ବିମାନବନ୍ଦରରେ ସୁରକ୍ଷା ବ୍ୟବସ୍ଥାକୁ ବୃଦ୍ଧି କରିବା ନେଇ ଆଲୋଚନା ହୋଇଛି । ବିଦେଶରୁ ଆସୁଥିବା ଯାତ୍ରୀଙ୍କର କଡା ଯାଞ୍ଚ କରିବା ସହ କରୋନାର ନୂଆ ଭ୍ୟାରିଏଣ୍ଟର ଚିହ୍ନଟ ପାଇଁ ସମସ୍ତ ପ୍ରକାର ସୁବିଧା ଯୋଗାଇବା ପାଇଁ ମଧ୍ୟ କୁହାଯାଇଛି । ସେହିପରି ନୂଆ ବର୍ଷ ପାଳନ କରିବାକୁ ବିଦେଶରୁ ଫେରୁଥିବା ଭାରତୀୟଙ୍କ ପାଇଁ ଏକ ସ୍ୱତନ୍ତ୍ର ପ୍ରୋଟୋକଲ୍ ପ୍ରସ୍ତୁତ କରାଯିବା ଉଚିତ୍ ବୋଲି କହିଛନ୍ତି ଆଇସିଏମଆର୍ ମୁଖ୍ୟ । ଯଦି କରୋନା ପରି ଲକ୍ଷଣ ଦେଖାଯାଏ, ତେବେ ସେମାନଙ୍କର ନମୁନାକୁ ତୁରନ୍ତ ଜେନମ ସିକ୍ୱେନ୍ସ ପାଇଁ ପଠାଯାଉ ବୋଲି କୁହାଯାଇଛି ।

କେନ୍ଦ୍ର ସରକାରଙ୍କ ଏହି ସମୀକ୍ଷା ବୈଠକରେ ଆସିଏମଆର୍, ନୀତି ଆୟୋଗ ଏବଂ ସ୍ୱାସ୍ଥ୍ୟ ସେବା ସହିତ ଜଡିତ ସମସ୍ତ ଅଧିକାରୀ ଉପସ୍ଥିତ ଥିଲେ । ଖାସ୍ କଥା ହେଲା ଏହି ବୈଠକରେ ସମସ୍ତଙ୍କ ମୁହଁରେ ମାସ୍କ ଦେଖିବା ପାଇଁ ମିଳିଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+