ଇଟଲି ଖାଉଛନ୍ତି କି ହୋଇଯାଆନ୍ତୁ ସତର୍କ, ହୋଇପାରେ କ୍ୟାନ୍ସର !

Health News: ପ୍ରାୟତଃ ଅଧିକାଂଶ ଲୋକ ଜଳଖିଆରେ ଇଟଲି ଖାଇବାକୁ ପସନ୍ଦ କରନ୍ତି । ସାଧାରଣତଃ ଇଟଲି ଏକ ସ୍ୱାସ୍ଥ୍ୟକର ଜଳଖିଆ ଭାବରେ ଗଣଯାଏ । ହେଲେ ବର୍ତ୍ତମାନ ଇଡଲି ସ୍ୱାସ୍ଥ୍ୟ ପାଇଁ ବିପଦଜନକ ହୋଇପାରେ । ନିକଟରେ, କର୍ଣ୍ଣାଟକ ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା କରାଯାଇଥିବା ଏକ ତଦନ୍ତରୁ ଜଣାପଡିଛି ଯେ ରାଜ୍ୟର ଅନେକ ହୋଟେଲ ଏବଂ ରାସ୍ତା ବିକ୍ରେତା ଇଡଲି ରାନ୍ଧିବା ପାଇଁ କପଡ଼ା ବଦଳରେ ପ୍ଲାଷ୍ଟିକ୍ ସିଟ୍ ବ୍ୟବହାର କରୁଛନ୍ତି।

ଗରମ ହେଲା ପରେ ପ୍ଲାଷ୍ଟିକରୁ ବାହାରୁଥିବା ରାସାୟନିକ ପଦାର୍ଥ ଇଡଲିରେ ମିଶିଯାଇଥାଏ । ଯାହା କ୍ୟାନ୍ସର ପରି ରୋଗର ଆଶଙ୍କା ସୃଷ୍ଟି କରିଥାଏ । କର୍ଣ୍ଣାଟକ ସରକାର ରାଜ୍ୟର ସମସ୍ତ ହୋଟେଲରେ ଇଡଲି ତିଆରିରେ ପ୍ଲାଷ୍ଟିକ୍ ବ୍ୟବହାରକୁ ସମ୍ପୂର୍ଣ୍ଣ ନିଷେଧ କରିଛନ୍ତି।

idli

ସ୍ୱାସ୍ଥ୍ୟମନ୍ତ୍ରୀ ଦିନେଶ ଗୁଣ୍ଡୁ ରାଓ କହିଛନ୍ତି ଯେ ଏହିପରି ପ୍ରସ୍ତୁତ ଇଡଲି ଖାଇବା ଲୋକଙ୍କ ସ୍ୱାସ୍ଥ୍ୟ ପାଇଁ ଗମ୍ଭୀର ବିପଦ ସୃଷ୍ଟି କରିପାରେ। ସରକାର ଖୁବ୍‌ଶୀଘ୍ର ଏକ ସରକାରୀ ନିର୍ଦ୍ଦେଶ ଜାରି କରିବେ ଏବଂ ଏହି ନିୟମ ଉଲ୍ଲଂଘନ କରୁଥିବା ହୋଟେଲ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ସ୍ୱାସ୍ଥ୍ୟ ବିଭାଗ ରାଜ୍ୟର ୨୫୦ ରୁ ଅଧିକ ହୋଟେଲରୁ ଇଡଲି ନମୁନା ସଂଗ୍ରହ କରି ପରୀକ୍ଷା କରିଥିବା ନେଇ ସୂଚନା ରହିଛି । ଏହି ହୋଟେଲଗୁଡ଼ିକ ମଧ୍ୟରୁ ୫୨ ଟିରେ ପ୍ଲାଷ୍ଟିକ୍ ବ୍ୟବହାର ହୋଇଥିବା ଜଣାପଡ଼ିଛି। ପୂର୍ବରୁ ଇଡଲି ରାନ୍ଧିବା ପାଇଁ କପଡ଼ା ବ୍ୟବହାର କରାଯାଉଥିଲା କିନ୍ତୁ ଏବେ ଅନେକ ହୋଟେଲ ଏବଂ ରାସ୍ତା ବିକ୍ରେତା ପ୍ଲାଷ୍ଟିକ୍ ସିଟ୍ ବ୍ୟବହାର କରୁଥିବାର ଦେଖିବା ପାଇଁ ମିଳିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+