ଆଇଓଏକୁ ୮.୫ କୋଟି ଟଙ୍କା ସହାୟତା ଯୋଗାଇଲା ବିସିସିଆଇ
ନୂଆଦିଲ୍ଲୀ: ପ୍ୟାରିସ ଅଲିମ୍ପିକ୍ସ ଆରମ୍ଭ ହେବାକୁ ସପ୍ତାହରୁ କମ ଦିନ ବାକି ରହିଛି । ଭାରତ ଏଥର ଶ୍ରେଷ୍ଠ ପ୍ରଦର୍ଶନ ଆଶାରେ ୧୧୭ ଜଣ ଆଥଲେଟଙ୍କୁ ଅଲିମ୍ପିକ୍ସ ପାଇଁ ପଠାଇଛି । ଇତି ମଧ୍ୟରେ ଆଥଲେଟଙ୍କ ମନୋବଳ ବଢ଼ାଇବା ପାଇଁ ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ୮.୫ କୋଟି ଟଙ୍କାର ଆର୍ଥୀକ ସହାୟତା ଆଇଓସିକୁ ଯୋଗାଇଛି ।
ଦେଶ ପାଇଁ ଗୌରବ ଆଣିବା ଲକ୍ଷ୍ୟରେ ଭାରତୀୟ କ୍ରୀଡ଼ାବିତମାନେ ପ୍ୟାରିସ ଯାତ୍ରା କରୁଛନ୍ତି। ୧୧୭ ଜଣ ଖେଳାଳି ବିଭିନ୍ନ ବର୍ଗରେ ଭାଗ ନେବାକୁ ସେଠାକୁ ଯାଉଛନ୍ତି। ସେମାନଙ୍କ ପାଇଁ ବିସିସିଆଇ ଏପରି ଆର୍ଥିକ ସହାୟତା କରିଛି। ଜୟ ଶାହ ଆର୍ଥିକ ସହାୟତା ଘୋଷଣା କରିବା ସହ ଭାରତୀୟ କ୍ରୀଡ଼ାବିତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ସେମାନେ ଭାରତକୁ ନିଶ୍ଚିତ ଅଲିମ୍ପିକ୍ସରେ ଗୌରବାନ୍ୱିତ କରିବେ ବୋଲି ମଧ୍ୟ ସେ ଆଶା ରଖିଛନ୍ତି। ପ୍ୟାରିସ ଅଲିମ୍ପିକ୍ସର ବିଭିନ୍ନ କ୍ରୀଡ଼ା ଇଭେଣ୍ଟରେ ୪୭ ଜଣ ମହିଳା ଓ ୭୦ ଜଣ ପୁରୁଷ ଭାଗ ନେବେ। ଦୌଡ଼କୁଦ ଇଭେଣ୍ଟ ପାଇଁ ସର୍ବାଧିକ ୨୯ ଜଣ କ୍ରୀଡ଼ାବିତ ରହିଛନ୍ତି। ସେହିପରି ଶୁଟିଂରେ ୨୧ ଜଣ ଖେଳାଳି ପ୍ୟାରିସ ଯିବେ।
ଭାରଉତ୍ତୋଳନରେ ଭାରତକୁ ପ୍ୟାରିସରେ କେବଳ ମୀରବାଈ ଚାନୁ ପ୍ରତିନିଧିତ୍ୱ କରିବେ। ୨୦୨୧ ଟୋକିଓ ଗେମ୍ସରେ ସେ ଦେଶ ପାଇଁ ରୌପ୍ୟ ପଦକ ଜିତିଥିଲେ। ଏହାବାଦ ଇକ୍ୱିଷ୍ଟ୍ରେନ, ଜୁଡୋ ଓ ରୋଇଂରେ ମଧ୍ୟ ଜଣେ ଲେଖାଏ ଭାରତୀୟ ରହିଛନ୍ତି।












Click it and Unblock the Notifications