Get Updates
Get notified of breaking news, exclusive insights, and must-see stories!

ବିବିସି ଡକ୍ୟୁମେଣ୍ଟାରୀ ପ୍ରସଙ୍ଗ:ମୋଦୀଙ୍କ ସମ୍ପର୍କରେ ବ୍ରିଟେନର ଆଭିମୁଖ୍ୟ ପୂର୍ବ ପରି ଅତୁଟ ଅଛି ଏବଂ ଆଗକୁ ରହିବ: ଋଷି ସୁନକ

ବିବିସି ଡକ୍ୟୁମେଣ୍ଟାରୀ ପ୍ରସଙ୍ଗ । ମୋଦୀଙ୍କ ସମ୍ପର୍କରେ ବ୍ରିଟେନର ଆଭିମୁଖ୍ୟ ପୂର୍ବ ପରି ଅତୁଟ ଅଛି ଏବଂ ଆଗକୁ ରହିବ: ଋଷି ସୁନକ

ନୂଆଦିଲ୍ଲୀ: ୨୦୦୨ ଗୁଜରାଟ ଦଙ୍ଗା ଉପରେ ବିବିସ ପକ୍ଷରୁ ପ୍ରସାରିତ ଡକ୍ୟୁମେଣ୍ଟାରିକୁ ନେଇ ବିବାଦ ମାମଲା । ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସପକ୍ଷରେ ମୁହଁ ଖୋଲିଲେ ବ୍ରିଟିସ୍ ପ୍ରଧାନମନ୍ତ୍ରୀ ଋଷି ସୁନକ । ସେ ମୋଦୀଙ୍କ ଏହି ଚରିତ୍ର ସହ ସହମତ ନୁହଁନ୍ତି ବୋଲି ବ୍ରିଟିଶ ସଂସଦରେ କହିଛନ୍ତି । ପାକିସ୍ତାନରେ ଜନ୍ମିତ ବ୍ରିଟିଶ ସାଂସଦ ଇମ୍ରାନ ହୁସେନଙ୍କ ଦ୍ୱାରା ଉଠାଯାଇଥିବା ଏହି ବିବାଦୀୟ ଡକ୍ୟୁମେଣ୍ଟାରୀ ଉପରେ ସୁନକ ଏହି ମନ୍ତବ୍ୟ ଦେଇ ଚର୍ଚ୍ଚାରେ ।

Rishi Sunak

ବିସିସିଆଇ ରିପୋର୍ଟରେ ହୁସେନ୍‌ଙ୍କ ପ୍ରଶ୍ନର ଉତ୍ତରରେ ଋଷି ସୁନକ କହିଛନ୍ତି, "ଏହି ଘଟଣା ଉପରେ ବ୍ରିଟେନ ସରକାରଙ୍କ ଆଭିମୁଖ୍ୟ ଅତ୍ୟନ୍ତ ସ୍ପଷ୍ଟ । ଏହା ଉପରେ ଆମର ନୀତି ଦୀର୍ଘ ଦିନ ଧରି ରହିଆସିଛି ଏବଂ ପରିବର୍ତ୍ତନ ହୋଇନାହିଁ । ଆମେ ଅନ୍ୟାୟ ସହ୍ୟ କରିବୁ ନାହିଁ । ହେଲେ ସେଥିରେ ଚିତ୍ରଣ କରାଯାଇଥିବା ଚିରିତ୍ରକୁ ନେଇ ମୁଁ ସହମତ ନୁହେଁ । ପ୍ରଧାନମନ୍ତ୍ରୀ ମୋଦିଙ୍କ ସମ୍ପର୍କରେ ବ୍ରିଟେନର ଆଭିମୁଖ୍ୟ ପୂର୍ବ ପରି ଅତୁଟ ଅଛି ଏବଂ ଆଗରୁ ରହିବ । ସେହିପରି ପାର୍ଲାମେଣ୍ଟର ଅନ୍ୟତମ ସଦସ୍ୟ ଲର୍ଡ ରାମି ରେଞ୍ଜର ବିବିସିର ଏପରି କାର୍ଯ୍ୟକୁ ନିନ୍ଦା କରିଛନ୍ତି ।

୨୦୦୨ ଗୁଜରାଟ ଦଙ୍ଗା
୨୦୦୨ ଗୁଜରାଟ ଦଙ୍ଗା ଉପରେ ବିବିସ ପକ୍ଷରୁ ପ୍ରସାରିତ ହୋଇଥିବା ଡକ୍ୟୁମେଣ୍ଚାରିକୁ ନେଇ ବିବାଦ ସୃଷ୍ଟି ହୋଇଛି । ଭାରତ ସରକାରଙ୍କ ପକ୍ଷରୁ ମଧ୍ୟ ଏହି ଡକ୍ୟୁମେଣ୍ଚାରିର ନିନ୍ଦା କରାଯାଇଛି । ଏହା ପକ୍ଷପାତପୂର୍ଣ୍ଣ ଏବଂ ଉପନିବେଶବାଦୀ ମାନସିକତା ବୋଲି କହିଛନ୍ତି ସରକାର ।

ୟୁଟ୍ୟୁବରୁ ଡିଲିଟ ହେଲା ଡକ୍ୟୁମେଣ୍ଟାରୀ

ବିବିସି ନିକଟରେ, India: The Modi Question ନାମକ ଡକ୍ୟୁମେଣ୍ଟାରୀର ଦୁଇଟି ପାର୍ଟ ରିଲିଜ୍ କରିଥିଲା । ଯାହା ଭାରତରେ ରିଲିଜ୍ ହୋଇ ନାହିଁ । ପିଏମ ମୋଦୀଙ୍କ ଉପରେ ବିସିସିଆଇର ଏହି ଡକ୍ୟୁମେଣ୍ଟାରୀର ପ୍ରଥମ ଏପିସୋଡ ମଙ୍ଗଳବାର ଦିନ ପ୍ରସାରିତ ହୋଇଥିବାବେଳେ ସିରିଜର ଦ୍ୱିତୀୟ ଭାଗ ଆସନ୍ତା ସପ୍ତାହ ଜାନୁଆରୀ ୨୪ରେ ପ୍ରସାରିତ ହେବ । ମିଡିଆ ରିପୋର୍ଟ ଅନୁଯାୟୀ, ଏହି ଡକ୍ୟୁମେଣ୍ଟାରୀ ୟୁଟ୍ୟୁବରେ ମଧ୍ୟ ଲଞ୍ଚ କରାଯାଇଥିଲା କିନ୍ତୁ ବିବାଦ ବଢିବାରୁ ଏହାକୁ ସୋସିଆଲ ମିଡିଆ ପ୍ଲାଟଫର୍ମରୁ ଡିଲେଟ୍ କରାଯାଇଛି ।

ବିବିସି ଏହି ଡକ୍ୟୁମେଣ୍ଟାରୀରେ ୨୦୦୨ ଗୁଜୁରାଟ ସମୟରେ ମୋଦୀଙ୍କ ନେତୃତ୍ୱ ଉପରେ ପ୍ରଶ୍ନ ଉଠାଯାଇଛି । ମୋଦୀଙ୍କୁ ମୁସଲମାନ ବିରୋଧୀ ଆଭିମୁଖ୍ୟକୁ ଏଥିରେ ଦର୍ଶାଯାଇଛି । ସୂଚନାଯୋଗ୍ୟ ଯେ, ଗୁଜରାଟ ଦଙ୍ଗା ମାମଲାରେ ସୁପ୍ରିମକୋର୍ଟ ମୋଦୀଙ୍କୁ କ୍ଲିନଚିଟ୍ ପୂର୍ବରୁ ଦେଇ ସାରିଛନ୍ତି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+