ବାଟଲା ହାଉସ ଏନକାଉଣ୍ଟର: ଆରିଜ୍ ଖାନଙ୍କ ଦଣ୍ତରେ ହେଲା ପରିବର୍ତ୍ତନ ମୃତ୍ୟୁଦଣ୍ତ ଆଜୀବନକୁ ବଦଳିଲା

Batla House Convict: ୨୦୦୮ ବହୁ ଚର୍ଚ୍ଚିତ ବାଟଲା ହାଉସ ଏନକାଣ୍ଟର ଘଟଣାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଅପରାଧି ଆରିଜ ଖାନକୁ ମିଳିଲା ବଡ଼ ଆଶ୍ୱସ୍ତି । ବାଟଲା ହାଉସ ଏନକାଣ୍ଟର ଘଟଣାରେ ତଳ କୋର୍ଟ ତାକୁ ମୃତ୍ୟୁ ଦଣ୍ତରେ ଦଣ୍ତିତ କରିଥିଲେ ହେଲେ ଆଜି ଦିଲ୍ଲୀ ହାଇକୋର୍ଟ ତାଙ୍କ ମୃତ୍ୟୁଦଣ୍ତକୁ ବଦଳାଇ ଆଜୀବନ କରିଦେଇଛନ୍ତି ଅର୍ଥାତ୍ ମୃତ୍ୟୁ ପର୍ଯ୍ୟନ୍ତ ଆରିଜ୍ ଜେଲରେ ରହିବେ ।

Batla House Convict

ସୂଚନାଥାଉ ଯେ, ବାଟଲା ହାଉସରେ ଘଟିଥିବା ଗୁଳିକାଣ୍ତରେ ଦିଲ୍ଲୀ ପୋଲିସ ଇନସପେକ୍ଟର ମୋହନ ଚାନ୍ଦ ଶର୍ମା ପ୍ରାଣ ହରାଇଥିଲେ । ଯାହା ପପେ ଟ୍ରାଏଲ କୋର୍ଟ ଏହାର ଶୁଣାଣି କରି ଆରିଜ ଖାନଙ୍କୁ ଫାଶୀ ଦଣ୍ତରେ ଦଣ୍ତିତ କରିଥିଲେ । ହେଲେ ଆଜି ହାଇକୋର୍ଟର ବିଚାରପତି ଜଷ୍ଟିସ୍ ସିଦ୍ଧାର୍ଥ ମ୍ରିଦୁଲ ଓ ଜଷ୍ଟିସ ଅମିତ ଶର୍ମାଙ୍କ ଖଣ୍ତପୀଠ ଟ୍ରାଏଲ କୋର୍ଟଙ୍କ ରାୟକୁ ବଦଶାଇ ଦେଇଛନ୍ତି ।

ବାଟଲା ହାଇସ ଏନକାଣ୍ଟର ପୂର୍ବରୁ ସ୍ଥାନରେ ବୋମା ବିସ୍ଫୋରଣ ହୋଇଥିଲା । ଯେଉଁ ଦୁର୍ଘଟଣାରେ ୩୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୫୯ ଜଣ ଆହତ ହୋଇଥିଲେ । ବୋମା ବିସ୍ଫୋରଣ ଘଟଣାରେ ସାମିଲ ଥିବା ଆତଙ୍କବାଦୀଙ୍କୁ ଧରିବା ପାଇଁ ଶର୍ମା ରେଡ୍ ଆରମ୍ଭ କରିଥିଲେ । ଏହି ସମୟରେ ଜାମିଆ ନଗରରେ ଗୁଳି ବିନିମୟ ହୋଇଥିଲା ।

ଶେଷରେ ଆରିଜ ଖାନକୁ ପୋଲିସ ଧରିବାରେ ସଫଳ ହୋଇଥିଲା । ୨୦୨୧ ମସିହା ମାର୍ଚ୍ଚ ୮ ରେ ଶୁଣାଣି କରି ଟ୍ରାଏଲ କୋର୍ଟ ଆରିଜକୁ ଦୋଷୀ ସାବ୍ୟସ୍ତ କରିଥିଲେ ଏବଂ ଫାଶୀ ଦଣ୍ତରେ ଦଣ୍ତିତ କରିବା ସହ ୧୧ ଲକ୍ଷ ଟଙ୍କାର ଜୋରିମାନା ମଧ୍ୟ ଲଗାଇଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+