Get Updates
Get notified of breaking news, exclusive insights, and must-see stories!

ଓଲଟିଲା ଟ୍ରକ୍ : ୪ ମୃତ, ୨୫ ଆହତ

ମାଲକାନଗିରି: ସୀମାନ୍ତ ଛତିଶଗଡ଼ର ଦରଭା ଘାଟିରେ ଓଲଟିଲା ଟ୍ରକ। ଟ୍ରକରେ ୪୫ରୁ ଊର୍ଦ୍ଧ୍ବ ଯାତ୍ରୀ ବସିଥିଲେ। ପ୍ରତି ଶନିବାର ଦିନ ଚନ୍ଦାମେଟା ଗ୍ରାମରୁ ଲୋକେ କଲେଙ୍ଗ ସାପ୍ତାହିକ ହାଟକୁ ଏଭଳି ଟ୍ରକରେ ଲଦାଲଦି ହୋଇ ଯାଇଥାନ୍ତି। ଆଜି ମଧ୍ୟ ପ୍ରାୟ ୪୫ରୁ ଉର୍ଦ୍ଧ୍ବ ଲୋକ ଟ୍ରକରେ ବସି କଲେଙ୍ଗ ସାପ୍ତାହିକ ହାଟକୁ ଯାଉଥିଲେ। ତେବେ ଦରଭା ଘାଟିରେ ଭାରସାମ୍ୟ ହରାଇ ଟ୍ରକ୍‌ଟି ରାସ୍ତାରୁ ତଳକୁ ଓଲଟି ପଡ଼ିଥିଲା। ଯାହାଫଳରେ ୪ ଜଣଙ୍କର ମୃତ୍ୟୁ ଘଟିଛି। ୨୫ଜଣ ଆହତ ହୋଇଛନ୍ତି ।

accident in malkanagari

ଆହତ ମାନଙ୍କୁ କୋଲେଙ୍ଗ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଗୁରୁତର ଆହତ ମାନଙ୍କୁ ଜଗଦଲପୁର ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଛି । ମୃତକଙ୍କ ମଧ୍ୟରେ ୩ ଜଣ ମହିଳା ଓ ଜଣେ ପୁରୁଷ ରହିଛନ୍ତି । ଟ୍ରକ୍ ଚନ୍ଦାମେଟା ଗାଁର ୩୫ ଜଣ ଆଦିବାସୀ ଯାଇଥିବା ବେଳେ ଏହି ଦୁର୍ଘଟଣା ହୋଇଛି । ସିଆରପିଏଫ କ୍ୟାମ୍ପ ଠାରୁ ମାତ୍ର ଦୁଇ କିଲୋମିଟର ଦୂରରେ ଏହି ଦୁର୍ଘଟଣା ହୋଇଥିବା ବେଳେ ତୁରନ୍ତ ସେଠାରେ ଜବାନ ମାନେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+