ମାଓ ମୁକ୍ତ ହେଉଛି ଛତିଶଗଡ଼ର ବସ୍ତର, ସରକାରୀ ତଥ୍ୟ ଦେଲା ପ୍ରମାଣ

ମାଓ ମୁକ୍ତ ହେଉଛି ଛତିଶଗଡ଼ର ବସ୍ତର । କେନ୍ଦ୍ର ଗୃହମନ୍ତ୍ରାଳୟ ବସ୍ତର ଜିଲ୍ଲାକୁ ବାମପନ୍ଥୀ ଉଗ୍ରବାଦୀ ଦ୍ବାରା ପ୍ରଭାବିତ ଜିଲ୍ଲା ତାଲିକାରୁ ବାଦ ଦେଇଛି । ନକ୍ସଲଙ୍କ ଉପଦ୍ରବ କମିବା ଓ ସୁରକ୍ଷା କର୍ମୀଙ୍କ ଏନ୍‌କାଉଣ୍ଟର ପରେ ବସ୍ତରକୁ ଏହି ତାଲିକାରୁ ବାଦ ଦେଇଛନ୍ତି କେନ୍ଦ୍ର ସରକାର । ସରକାରୀ ତଥ୍ୟ ଅନୁସାରେ ୧୦ ବର୍ଷ ଭିତରେ ସବୁଠୁ ଅଧିକ ୮ ହଜାରରୁ ଅଧିକ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ଫଳରେ ସାରା ଦେଶରେ ନକ୍ସଲ ପ୍ରଭାବିତ ଜିଲ୍ଲା ସଂଖ୍ୟା ହ୍ରାସ ପାଇବାରେ ଲାଗିଛି ।

Chhattisgarh

ଦୀର୍ଘଦିନ ହେବ ଏହି ଅଞ୍ଚଳରେ ମାଓଦମନ ଅଭିଯାନ ଚାଲିଥିଲା । ମାଓବାଦୀଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନେଇଥିଲେ ସେନା । ଫଳରେ ଅନେକ ମାଓବାଦୀ ନିପାତ ହେବା ସହ କିଛି ଆତ୍ମସମର୍ପଣ କରିଥିଲେ । ଆାଗମୀ ଦିନରେ ବିଭିନ୍ନ ଅଞ୍ଚଳରେ ମାଓ ଅଭିଯାନକୁ ଆହୁରି ତ୍ୱରାନ୍ୱିତ କରାଯିବ ବୋଲି ସୂଚନା ମିଳିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+