ଥାନା ଏ ଏସ ଆଇ ୬ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡ଼ି ବସିଲା ଭିଜିଲାନ୍ସ
ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ବାରିପଦା ଟାଉନ ଥାନା ଏଏସ୍ଆଇ ରାମଚନ୍ଦ୍ର ସୋରେନ। ତାଙ୍କଠାରୁ ସମସ୍ତ ଲାଞ୍ଚ ଟଙ୍କା ଜବତ କରାଯାଇଛି। ବାରିପଦା ଟାଉନ ଥାନା ଏ ଏସ ଆଇ ରାମଚନ୍ଦ୍ର ସୋରେନ। ୬ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ତଙ୍କୁ ଭିଜିଲାନ୍ସ ଟିମ୍ ମାଡ଼ିବସିଥିଲା। ବାରିପଦା ଭଜିଲାନ୍ସ ଆଡିସନାଲ ଏସ ପି ହରେକୃଷ୍ଣ ମାଝୀଙ୍କ ନେତୃତ୍ୱରେ ଯାଇଥିଲା ଟିମ୍ ।
ଅଭିଯୋଗକାରୀ ଶୁଭ୍ରାଂଶୁ ଶେଖର ଦତ୍ତଙ୍କ ଠାରୁ ଏକ ମାମଲାରୁ ନାମ କାଟିବା ଲାଗି ଏ ଏସ ଆଇ ରାମଚନ୍ଦ୍ର ସୋରେନ ନେଉଥିଲେ ଲାଞ୍ଚ। ଅଭିଯୁକ୍ତ ବାରିପଦା ବାରୁଣୀ ରୋଡ଼ ଠାରେ ନିଜ ଭଡ଼ା ଘର ସାମାନାରେ ଏହି ଟଙ୍କା ନେଉଥିଲେ। ସୂଚନାଯୋଗ୍ୟ, ଏକ ପାରିବାରିକ ଗଣ୍ଡଗୋଳକୁ ନେଇ ଅଭିଯୋଗକାରୀଙ୍କ ଦାଦା ଓ ଖୁଡ଼ୀ ସେମାନଙ୍କ ନାମରେ ବାରିପଦା ଟାଉନ ଥାନାରେ ଏକ ମିଥ୍ୟା ମାମଲା କରିଥିଲେ।

ଦୀର୍ଘ ମାସ ପରେ ହଠାତ୍ ଏଏସ୍ଆଇ ରାମଚନ୍ଦ୍ର ସୋରେନ ତାଙ୍କ ଘରକୁ ଆସି ପୁଅର ନାମ କାଟିବାକୁ ୭ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ପରେ ଭିଜିଲାନ୍ସ ବିଭାଗକୁ ଏନେଇ ଖବର ଦେଇ ଶନିବାର ଶୁଭ୍ରାଂଶୁ ଏଏସ୍ଆଇଙ୍କୁ ୬ ହଜାର ଟଙ୍କା ଲାଞ୍ଚ ଦେବା ବେଳେ ଭିଜିଲାନ୍ସ ଟିମ୍ ଧରିଥିଲା।












Click it and Unblock the Notifications