ମାର୍ଚ୍ଚ ମାସରେ ୧୪ ଦିନ ବନ୍ଦ ରହିବ ବ୍ୟାଙ୍କ: କେଉଁ ଦିନ ଖୋଲିବନି ବ୍ୟାଙ୍କ, ଜାଣନ୍ତୁ
ମାର୍ଚ୍ଚରେ ଅଧା ଦିନ BANK ବନ୍ଦ । ମାର୍ଚ୍ଚ ମାସରେ ୧୪ ଦିନ ବନ୍ଦ ରହିବ ବ୍ୟାଙ୍କ । ମାର୍ଚ୍ଚ ମାସ ପାଇଁ ବ୍ୟାଙ୍କ ଛୁଟି ତାଲିକା ପ୍ରକାଶ କରିଛି ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ।
ଦେଶର ବିଭିନ୍ନ ରାଜ୍ୟ ଏବଂ ସହରରେ ବ୍ୟାଙ୍କଗୁଡ଼ିକ ମୋଟ ୧୪ ଦିନ ପାଇଁ ବନ୍ଦ ରହିବ । ୫ଟି ରବିବାର ଏବଂ ଦ୍ବିତୀୟ ଓ ଚତୁର୍ଥ ଶନିବାର ବ୍ୟତୀତ, ବ୍ୟାଙ୍କ କାର୍ଯ୍ୟ ୭ ଦିନ ପାଇଁ ବନ୍ଦ ରହିବ । ମାର୍ଚ୍ଚ ମାସରେ ଦୁଇଟି ବଡ଼ ପର୍ବ ହେଉଛି ୧୪ ମାର୍ଚ୍ଚରେ ହୋଲି ଏବଂ ୩୧ ମାର୍ଚ୍ଚରେ ଇଦ୍ ଉଲ୍ ଫିତର ।
ରାଜ୍ୟର ନିର୍ଦ୍ଦିଷ୍ଟ ପର୍ବପର୍ବାଣୀ କ୍ଷେତ୍ରରେ, କେବଳ ସେହି ରାଜ୍ୟଗୁଡ଼ିକରେ ବ୍ୟାଙ୍କଗୁଡ଼ିକ ବନ୍ଦ ରହିବ । ନେଗୋସିଆବଲ୍ ଇନଷ୍ଟ୍ରୁମେଣ୍ଟ୍ସ ଆକ୍ଟ ଅନୁଯାୟୀ, ଭାରତୀୟ ରିଜର୍ଭ ବ୍ୟାଙ୍କ-ଆରିବିଆଇ (RBI)ର ଛୁଟି ଦିନ ତାଲିକା ଉପରେ ଆଧାରିତ ଏହି ଛୁଟିଦିନଗୁଡ଼ିକ ରାଜ୍ୟ ଏବଂ ପର୍ବ ଅନୁସାରେ ଅଲଗା ହୋଇଥାଏ । ତେବେ ମାର୍ଚ୍ଚ ମାସରେ କେଉଁ ରାଜ୍ୟ ଏବଂ ସହରରେ କେବେ ବ୍ୟାଙ୍କଗୁଡ଼ିକ ବନ୍ଦ ରହିବ ତାହାର ସମ୍ପୂର୍ଣ୍ଣ ତାଲିକା ଜାଣନ୍ତୁ ।

ମାର୍ଚ୍ଚ ମାସରେ ଏହି ତାରିଖଗୁଡ଼ିକରେ ବ୍ୟାଙ୍କ ଛୁଟି:
- ତାରିଖ ଦିନ କାରଣ କେଉଁଠି ବ୍ୟାଙ୍କ ବନ୍ଦ
- ୨ ମାର୍ଚ୍ଚ ରବିବାର ସାପ୍ତାହିକ ଛୁଟି ସବୁ ରାଜ୍ୟ
- ୭ ମାର୍ଚ୍ଚ ଶୁକ୍ରବାର ଚାପଚୁର କୁଟ୍ ମିଜୋରାମ
- ୮ ମାର୍ଚ୍ଚ ଶନିବାର ମାସର ୨ୟ ଶନିବାର ସବୁ ରାଜ୍ୟ
- ୯ ମାର୍ଚ୍ଚ ରବିବାର ସାପ୍ତାହିକ ଛୁଟି ସବୁ ରାଜ୍ୟ
- ୧୩ ମାର୍ଚ୍ଚ ଗୁରବାର ହୋଲିକା ଦହନ ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ଝାଡ଼ଖଣ୍ଡ, କେରଳ
- ୧୪ ମାର୍ଚ୍ଚ ଶୁକ୍ରବାର ହୋଲି ସବୁ ରାଜ୍ୟ
- ୧୫ ମାର୍ଚ୍ଚ ଶନିବାର ୟାଓସାଙ୍ଗ ଓଡ଼ିଶା, ତ୍ରୀପୁରା, ମଣିପୁର, ବିହାର
- ୧୬ ମାର୍ଚ୍ଚ ରବିବାର ସାପ୍ତାହିକ ଛୁଟି ସବୁ ରାଜ୍ୟ
- ୨୨ ମାର୍ଚ୍ଚ ଶନିବାର ୪ର୍ଥ ଶନିବାର ସବୁ ରାଜ୍ୟ
- ୨୩ ମାର୍ଚ୍ଚ ରବିବାର ସାପ୍ତାହିକ ଛୁଟି ସବୁ ରାଜ୍ୟ
- ୨୭ ମାର୍ଚ୍ଚ ଗୁରୁବାର ଶବ-ଏ-କଦର ଜମ୍ମୁ
- ୨୮ ମାର୍ଚ୍ଚ ଶୁକ୍ରବାର ଜୁମତ-ଉଲ-ଭିଦା ଜମ୍ମୁ ଓ କାଶ୍ମୀର
- ୩୦ ମାର୍ଚ୍ଚ ରବିବାର ସାପ୍ତାହିକ ଛୁଟି ସବୁ ରାଜ୍ୟ
- ୩୧ ମାର୍ଚ୍ଚ ସୋମବାର ଈଦ୍ ଉଲ୍ ଫିତର ହିମାଚଳପ୍ରଦେଶ ଓ ମିଜୋରାମ ବ୍ୟତୀତ ସବୁ ରାଜ୍ୟ
କେତେ ଦିନ ବନ୍ଦ ରହିବ ସେୟାର ବଜାର ?:
ବ୍ୟାଙ୍କ ବନ୍ଦ ରହିଲେ ମଧ୍ୟ, ଅନଲାଇନ୍ ବ୍ୟାଙ୍କିଂ ମାଧ୍ୟମରେ କାରବାର କରିହେବ । ଅନଲାଇନ୍ ବ୍ୟାଙ୍କିଂ ଏବଂ ଏଟିଏମ୍ ମାଧ୍ୟମରେ ଟଙ୍କା କାରବାର ଏବଂ ଅନ୍ୟାନ୍ୟ କାମ କରାଯାଇ ପାରିବ । ଛୁଟିଦିନ ଦ୍ୱାରା ବ୍ୟାଙ୍କର ଏହି ସୁବିଧାଗୁଡ଼ିକ ପ୍ରଭାବିତ ହେବ ନାହିଁ । କେବଳ ସେତିକି ନୁହେଁ, ୨୦୨୫ ମାର୍ଚ୍ଚ ମାସରେ ୧୨ ଦିନ ପାଇଁ ଷ୍ଟକ୍ ବଜାରରେ କୌଣସି କାରବାର ହେବ ନାହିଁ । ଶନିବାର ଏବଂ ରବିବାର ମୋଟ ୧୦ ଦିନ ପାଇଁ କୌଣସି କାରବାର ହେବ ନାହିଁ । ଏହା ସହିତ, ୧୪ ମାର୍ଚ୍ଚରେ ହୋଲି ଏବଂ ୩୧ ମାର୍ଚ୍ଚରେ ଇଦ୍-ଉଲ୍-ଫିତରରେ ସେୟାର ବଜାର ବନ୍ଦ ରହିବ ।












Click it and Unblock the Notifications