ଆଜିଠାରୁ ତିନି ଦିନ ବ୍ୟାଙ୍କ ବନ୍ଦ: ବ୍ୟାଙ୍କ୍ ଯିବା ପୂର୍ବରୁ ଦେଖନ୍ତୁ RBIର ଛୁଟି ତାଲିକା
ନୂଆଦିଲ୍ଲୀ: ଯଦି ଆପଣଙ୍କର ବ୍ୟାଙ୍କ ସମ୍ପର୍କିତ କୌଣସି ଜରୁରୀ କାମ ରହିଛି, ତେବେ ଏହି ସପ୍ତାହରେ ବ୍ୟାଙ୍କ ଯିବା ପୂର୍ବରୁ ଛୁଟି ତାଲିକା ନିଶ୍ଚୟ ଯାଞ୍ଚ କରନ୍ତୁ। ଆଜିଠାରୁ ଶନିବାରକୁ ଛାଡ଼ି ଲଗାତାର ତିନି ଦିନ ବ୍ୟାଙ୍କ ବନ୍ଦ ରହିବ। ଏହି ଛୁଟିଗୁଡ଼ିକ Reserve Bank of India (RBI) ଦ୍ୱାରା ପ୍ରକାଶିତ ତାଲିକା ଅନୁସାରେ ହେବ।

RBI କେମିତି ଛୁଟି ବିଭାଜନ କରେ?
RBI ବ୍ୟାଙ୍କ ଛୁଟିକୁ ତିନିଟି ବର୍ଗରେ ବିଭକ୍ତ କରେ-
1. ନେଗୋଶିଏବଲ୍ ଇନ୍ଷ୍ଟ୍ରୁମେଣ୍ଟସ୍ ଆକ୍ଟ ଅନୁସାରେ ଛୁଟି
ଏହି ଦିନଗୁଡ଼ିକରେ ବ୍ୟାଙ୍କ ପୁରାପୁରି ବନ୍ଦ ରହେ। ହୋଳି, ଦୀପାବଳି, କ୍ରିସ୍ମାସ୍, ଗଣେଶ ଚତୁର୍ଥୀ, ଇଦ୍ ଭଳି ପର୍ବପର୍ବାଣୀ ଏହି ବର୍ଗରେ ପଡ଼େ। ଏହାର ପ୍ରଭାବ ଚେକ କ୍ଲିଅରିଂ ଓ ବ୍ରାଞ୍ଚ ସେବା ଉପରେ ପଡ଼େ।
2. RTGS ଛୁଟି
ଏହି ଛୁଟିଗୁଡ଼ିକ ରାଜ୍ୟ ଅନୁସାରେ ଅଲଗା ହୁଏ। ଏହି ଦିନ ବ୍ରାଞ୍ଚ ବନ୍ଦ ରହିଥାଏ, କିନ୍ତୁ ଡିଜିଟାଲ୍ ସେବା ଚାଲୁ ରହେ। ତଥାପି ବ୍ରାଞ୍ଚରେ ରିଆଲ୍ ଟାଇମ୍ ଗ୍ରୋସ୍ ସେଟଲମେଣ୍ଟ (RTGS) ଟ୍ରାଞ୍ଜାକ୍ସନ୍ ପ୍ରୋସେସ୍ ହୁଏନାହିଁ।
3. ବ୍ୟାଙ୍କ ଆକାଉଣ୍ଟ କ୍ଲୋଜିଂ
ପ୍ରତିବର୍ଷ ୧ ଏପ୍ରିଲ୍ ଦିନଟି ନୂତନ ଆର୍ଥିକ ବର୍ଷ ଆରମ୍ଭ ହେବାରୁ ଆକାଉଣ୍ଟ କ୍ଲୋଜିଂ ଦିନ ଭାବେ ଗଣାଯାଏ। ଏହି ଦିନ ବ୍ୟାଙ୍କ ଖୋଲା ଥିଲେ ମଧ୍ୟ କାଉଣ୍ଟର ସେବା ସୀମିତ ରହେ।
କେବେ କେଉଁଠି ବନ୍ଦ ରହିବ ବ୍ୟାଙ୍କ?
୧୮ ଫେବ୍ରୁଆରୀ: ସିକ୍କିମରେ ଲୋସର ପର୍ବ ଅବସରରେ ବ୍ୟାଙ୍କ ବନ୍ଦ।
୧୯ ଫେବ୍ରୁଆରୀ: ମହାରାଷ୍ଟ୍ରରେ ବୀର ଛତ୍ରପତି ଶିବାଜୀ ମହାରାଜଙ୍କ ଜୟନ୍ତୀ ଅବସରରେ ବ୍ୟାଙ୍କ ବନ୍ଦ।
୨୦ ଫେବ୍ରୁଆରୀ: ଅରୁଣାଚଳ ପ୍ରଦେଶ ଓ ମିଜୋରାମରେ ଷ୍ଟେଟ୍ ଡେ ଅବସରରେ ବ୍ୟାଙ୍କ ବନ୍ଦ।
୨୨ ଫେବ୍ରୁଆରୀ: ରବିବାର ଥିବାରୁ ସମଗ୍ର ଦେଶରେ ବ୍ୟାଙ୍କ ବନ୍ଦ।
ଏହିପରି ମୋଟ ୪ ଦିନ ବ୍ୟାଙ୍କିଂ ସେବାରେ ପ୍ରଭାବ ପଡ଼ିବ।
ଅନଲାଇନ୍ ବ୍ୟାଙ୍କିଂ ସେବା ଚାଲୁ ରହିବ
ବ୍ୟାଙ୍କ ବନ୍ଦ ଥିଲେ ମଧ୍ୟ ଗ୍ରାହକମାନେ ନେଟ୍ ବ୍ୟାଙ୍କିଂ, UPI, NEFT ଓ RTGS ମାଧ୍ୟମରେ ଟଙ୍କା ଲେନଦେନ କରିପାରିବେ। ଏଟିଏମ୍ ମାଧ୍ୟମରେ ଟଙ୍କା ଉତ୍ତୋଳନ ସହ କ୍ରେଡିଟ୍/ଡେବିଟ୍ କାର୍ଡ ଦ୍ୱାରା ଟ୍ରାଞ୍ଜାକ୍ସନ୍ ସମ୍ଭବ। ତେବେ ଚେକ କ୍ଲିଅରେନ୍ସ, କ୍ୟାଶ ଡିପୋଜିଟ୍ କିମ୍ବା ଲୋନ୍ ଆବେଦନ ଭଳି କାମ ପାଇଁ ବ୍ରାଞ୍ଚ ଖୋଲିବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ।
ଗ୍ରାହକମାନଙ୍କୁ ପରାମର୍ଶ: ବ୍ୟାଙ୍କ ଯିବା ପୂର୍ବରୁ ଛୁଟି ତାଲିକା ଯାଞ୍ଚ କରି ସମୟୋଚିତ ଯୋଜନା କରନ୍ତୁ।












Click it and Unblock the Notifications