ଏପ୍ରିଲରେ ଏତିକି ଦିନ ବନ୍ଦ ରହିବ ବ୍ୟାଙ୍କ, ଶୀଘ୍ର ଚେକ୍ କରିନିଅନ୍ତୁ କେଉଁଦିନ ବନ୍ଦ ରହିବ ବ୍ୟାଙ୍କ
ମୁମ୍ବାଇ: ବ୍ୟାଙ୍କ ଛୁଟି ଦିନ ତାଲିକା ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ଦ୍ୱାରା ପ୍ରତି ମାସରେ ପ୍ରକାଶ ପାଇଥାଏ । ୨୦୨୪ ବର୍ଷର ଚତୁର୍ଥ ମାସ, ଏପ୍ରିଲ୍ (ଏପ୍ରିଲ୍ ୨୦୨୪) ଆସନ୍ତା ସୋମବାରରୁ ଆରମ୍ଭ ହେବାକୁ ଯାଉଛି । ଆରବିଆଇ ଏପ୍ରିଲ ପାଇଁ ବ୍ୟାଙ୍କ ଛୁଟି ତାଲିକା ପ୍ରକାଶ କରିଛି ।
ଆରବିଆଇର ଅଫିସିଆଲ ୱେବସାଇଟ୍ରେ ଦିଆଯାଇଥିବା ସୂଚନାନୁଯାୟୀ, ଏପ୍ରିଲ ମାସରେ ୧୪ ଦିନ ବ୍ୟାଙ୍କ ବନ୍ଦ ରହିବ । ଏହି ଛୁଟି ତାଲିକାରେ ଭିନ୍ନ ଭିନ୍ନ ରାଜ୍ୟରେ ହେବାକୁ ଥିବା ପର୍ବପର୍ବାଣିର ଛୁଟି ବ୍ୟତୀତ ଶନିବାର ଓ ରବିବାରରେ ହେବାକୁ ଥିବା ସପ୍ତାହିକ ବ୍ୟାଙ୍କ ଛୁଟି ଗୁଡିକ ମଧ୍ୟ ସାମିଲ ରହିଛି । ବ୍ୟାଙ୍କକୁ ଯିବା ପୂର୍ବରୁ, ତୁମ ସହରରେ ବ୍ୟାଙ୍କ ଖୋଲା ଅଛି କି ନାହିଁ ଥରେ ଯାଞ୍ଚ କରି ନିଅନ୍ତୁ ।
୧ ଏପ୍ରିଲ ୨୦୨୪: ବାର୍ଷିକ ଆକାଉଣ୍ଟ ବନ୍ଦ ହେତୁ ସମଗ୍ର ଦେଶରେ ବ୍ୟାଙ୍କ ବନ୍ଦ ରହିବ ।
୫ ଏପ୍ରିଲ ୨୦୨୪: ବାବୁ ଜଗଜୀବନ ରାମଙ୍କ ଜନ୍ମଦିନ ଏବଂ ଜାମାତ ଉଲ୍ ଭିଦା ଅବସରରେ ତେଲେଙ୍ଗାନା, ଜାମ୍ମୁ ଏବଂ ଶ୍ରୀନଗରରେ ବ୍ୟାଙ୍କ ବନ୍ଦ ରହିବ ।
୯ ଏପ୍ରିଲ ୨୦୨୪: ବେଲାପୁର, ବେଙ୍ଗାଲୁରୁ, ଚେନ୍ନାଇ, ଇମ୍ଫାଲ, ଜାମ୍ମୁ, ମୁମ୍ବାଇ, ନାଗପୁର, ହାଇଦ୍ରାବାଦ, ପାନଜୀ ଏବଂ ଶ୍ରୀନଗରରେ ଗୁଡି ପଡୱା / ଉଗାଡି ଫେଷ୍ଟିଭାଲ / ତେଲୁଗୁ ନୂଆ ବର୍ଷ ଏବଂ ପ୍ରଥମ ନବରାତ୍ରୀ ଅବସରରେ ବ୍ୟାଙ୍କ ବନ୍ଦ ରହିବ ।
୧୦ ଏପ୍ରିଲ ୨୦୨୪: ରମଜାନ-ଇଦ୍ ଅବସରରେ କୋଚି ଏବଂ କେରଳରେ ବ୍ୟାଙ୍କଗୁଡିକ ବନ୍ଦ ରହିବ ।
୧୧ ଏପ୍ରିଲ୍ ୨୦୨୪: ଇଦ୍ ବା ଇଦ୍ ଉଲ୍ ଫିତର ଅବସରରେ ଚଣ୍ଡିଗଡ଼, ଗ୍ୟାଙ୍ଗଟୋକ, କୋଚି ବ୍ୟତୀତ ସମଗ୍ର ଦେଶରେ ବ୍ୟାଙ୍କ ବନ୍ଦ ରହିବ ।

୧୫ ଏପ୍ରିଲ ୨୦୨୪: ବୋହାଗ ବିହୁ ଏବଂ ହିମାଚଳ ଦିବସ ଅବସରରେ ଗୁଆହାଟି ଏବଂ ଶିମଲାରେ ବ୍ୟାଙ୍କଗୁଡିକ ବନ୍ଦ ରହିବ ।
୧୭ ଏପ୍ରିଲ ୨୦୨୪: ରାମ ନବମୀ ଅବସରରେ ଚଣ୍ଡିଗଡ଼, ଡେରାଡୁନ୍, ଗାଙ୍ଗଟୋକ, ହାଇଦ୍ରାବାଦ, ଅହମ୍ମଦାବାଦ, ବେଲାପୁର, ଭୋପାଳ, ଭୁବନେଶ୍ୱର, ପାଟନା, ରାଞ୍ଚି, ଶିମଲା, ମୁମ୍ବାଇ, ଜୟପୁର, କାନପୁର, ଲକ୍ଷ୍ନୌ ଏବଂ ନାଗପୁରରେ ବ୍ୟାଙ୍କ ବନ୍ଦ ରହିବ ।
୨୦ ଏପ୍ରିଲ୍ ୨୦୨୪: ଗରିଆ ପୂଜା ଅବସରରେ ଅଗରତାଲାରେ ବ୍ୟାଙ୍କଗୁଡିକ ବନ୍ଦ ରହିବ ।
ଏହା ବ୍ୟତୀତ ମାସର ୪ଟି ରବିବାର ଏବଂ ଦ୍ୱିତୀୟ ଶନିବାର ଓ ଚତୁର୍ଥ ଶନିବାର ମଧ୍ୟ ବ୍ୟାଙ୍କ ବନ୍ଦ ରହିବ , ଆଉ ସେହିସବୁ ତାରିଖ ହେଉଛି
୭ ଏପ୍ରିଲ ୨୦୨୪ - ରବିବାର
୧୩ ଏପ୍ରିଲ ୨୦୨୪- ମାସର ୨ୟ ଶନିବାର
୧୪ ଏପ୍ରିଲ ୨୦୨୪- ରବିବାର
୨୧ ଏପ୍ରିଲ ୨୦୨୪ - ରବିବାର
୨୭ ଏପ୍ରିଲ ୨୦୨୪- ମାସର ୪ର୍ଥ ଶନିବାର
୨୮ ଏପ୍ରିଲ ୨୦୨୪- ରବିବାର ବ୍ୟାଙ୍କ ବନ୍ଦ ରହିବ












Click it and Unblock the Notifications