ଏଣିକି ବ୍ୟାଙ୍କ ଆକାଉଣ୍ଟରେ ରହିପାରିବେ ୪ ନୋମିନ, ସଂସଦରେ ବ୍ୟାଙ୍କିଂ ଲ' ବିଲ୍ ହେଲା ଆଗତ
ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଶୁକ୍ରବାର ଲୋକସଭାରେ ବ୍ୟାଙ୍କି ଆଇନ (ସଂଶୋଧନ) ବିଧେୟକ, ଆଗତ କରିଛନ୍ତି । ଏହି ବିଧେୟକରେ ଏପରି ପ୍ରାବଧାନ ରହିଛି, ଯାହାପରେ ପ୍ରତ୍ୟେକ ଖାତାଧାରୀ ଚାରି ଜଣ ନୋମିନି ରଖିପାରିବେ । ଜମାକାରୀମାନଙ୍କୁ ଉତ୍ତମ ସୁରକ୍ଷା ସୁନିଶ୍ଚିତ କରାଇବା ଏବଂ ଗ୍ରାହକ ସୁବିଧା ବଢ଼ାଇବା ବ୍ୟାଙ୍କିଙ୍ଗ ଆଇନ(ସଂଶୋଧନ) ବିଲ୍ର ଉଦ୍ଦେଶ୍ୟ।
ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧରୀ ଏହି ବିଲ୍ ଆଗତ କରିଥିଲେ। ଏଥିରେ ଥିବା ବ୍ୟବସ୍ଥା ଅନୁଯାୟୀ ଜଣେ ଆକାଉଣ୍ଟଧାରୀ ୪ ଜଣଙ୍କୁ ତାଙ୍କ ନୋମିନି ରଖିପାରିବେ। ଦାବିଦାର ନ ଥିବା ଲାଭାଂଶ, ଅଂଶଧନ ଏବଂ ସୁଧ ବା ବଣ୍ଡ୍ ରିଡେମ୍ପଶନ୍କୁ ନିବେଶକ ଶିକ୍ଷା ଓ ସୁରକ୍ଷା ପାଣ୍ଠି (ଆଇଇପିଏଫ୍) ସ୍ଥାନାନ୍ତର କରାଯାଇପାରିବ। ବ୍ୟକ୍ତିବିଶେଷ ଉକ୍ତ ପାଣ୍ଠିରୁ ନିଜର ଅର୍ଥ ଦାବି କରିପାରିବେ।

ଏହାଦ୍ୱାରା ଜମାକାରୀମାନଙ୍କ ସ୍ୱାର୍ଥର ସୁରକ୍ଷା ହୋଇପାରିବ। ବର୍ତମାନର ନିୟମ ଅନୁସାରେ ଗୋଟିଏ ବ୍ୟାଙ୍କ ଖାତାରେ ଜଣେ ନୋମିନର ଉଲ୍ଲେଖ ରହିଛି । ଯଦି ବିଲ୍ ସଂସଦରେ ପାରିତ ହୁଏ ତେବେ ନୋମିନି ସଂଖ୍ୟା ବଢି ଚାରି ଯାଏ ହେବ । ତେବେ, ଏହା ବୈକଳ୍ପିକ ପ୍ରାବଧାନ ରହିବ । ପ୍ରସ୍ତାବିତ ବିଧେୟକରେ ଆଉ ଏକ ବଡ଼ ପରିବର୍ତନ କଥା ଉଲ୍ଲେଖ କରାଯାଇଛି ।
ଏହା ଅନୁସାରେ କମ୍ପାନିର ନିର୍ଦ୍ଦେଶକଙ୍କୁ ସବଷ୍ଟାନସିଆଲ୍ ଇଣ୍ଟରେଷ୍ଟକୁ ନୂଆ ପରିଭାଷା ଦିଆଯାଇଛି ଏବଂ ଏହା ଅଧାନରେ ୫ ଲକ୍ଷ ଟଙ୍କାର ବର୍ତମାନ ସୀମାକୁ ବଢାଇ ୨ କୋଟି ଟଙ୍କା କରାଯାଇଛି ।












Click it and Unblock the Notifications