ତୁରନ୍ତ ସାରିଦିଅନ୍ତୁ ବ୍ୟାଙ୍କ କାମ, ନଭେମ୍ବରରେ ୧୩ ଦିନ ବ୍ୟାଙ୍କ ଛୁଟି

ପ୍ରତିମାସରେ କିଛିଦିନ ବ୍ୟାଙ୍କ ପର୍ବପର୍ବାଣୀ ହେଉ ଅବା ଶନିବାର, ରବିବାର ବନ୍ଦ ରହିଥାଏ । ରିଜର୍ଭ ବ୍ୟାଙ୍କ ଏଥିପାଇଁ ପ୍ରତି ମାସରେ ଛୁଟି ତାଲିକା ଘୋଷଣା କରିଥାଏ । ନଭେମ୍ବରରେ ବ୍ୟାଙ୍କ କାମ ରଖିଥିଲେ, ତୁରନ୍ତ ସାରିଦିଅନ୍ତୁ । ମାସରେ ଦ୍ୱିତୀୟ ଓ ଚତୁର୍ଥ ଶନିବାର ଓ ଚାରିଟି ରବିବାରକୁ ମିଶାଇ ମୋଟ ୧୩ ଦିନ ଛୁଟି ରହିବ ବ୍ୟାଙ୍କ। ତେଣୁ ଜରୁରୀ କାମ ପାଇଁ ବ୍ୟାଙ୍କ ଯିବା ପୂର୍ବରୁ ଛୁଟିଦିନ ତାଲିକା ଉପରେ ଭଲ କରି ନଜର ପକାଇ ନିଅନ୍ତୁ।

ଆରବିଆଇର ନିର୍ଦ୍ଦେଶାବଳୀ ଅନୁଯାୟୀ ମାସର ୪ଟି ରବିବାର ବ୍ୟତୀତ ବ୍ୟାଙ୍କଗୁଡିକ ମାସର ଦ୍ୱିତୀୟ ଏବଂ ଚତୁର୍ଥ ଶନିବାରରେ ପୂର୍ବ ପରି ବନ୍ଦ ରହିବ। ଏଠାରେ ଦେଶର ବିଭିନ୍ନ ରାଜ୍ୟର ପର୍ବ ପର୍ବାଣୀ ସହ ସମସ୍ତ ୧୩ ଛୁଟିଦିନର ତାଲିକା ଉପରେ ନଜର ପକାନ୍ତୁ,

bank holiday

୧ ନଭେମ୍ବର- ଦୀପାବଳି (ଅମାବାସ୍ୟା), କୁଟ ମହୋତ୍ସବ ଏବଂ କର୍ଣ୍ଣାଟକ ରାଜ୍ୟ ପ୍ରତିଷ୍ଠା ଦିବସ ଅବସରରେ ତ୍ରିପୁରା, କର୍ଣ୍ଣାଟକ, ଉତ୍ତରାଖଣ୍ଡ, ଜାମ୍ମୁ କାଶ୍ମୀର, ମହାରାଷ୍ଟ୍ର, ମେଘାଳୟ, ସିକ୍କିମ ଏବଂ ମଣିପୁରରେ ବ୍ୟାଙ୍କ ବନ୍ଦ ରହିବ।
୨ ନଭେମ୍ବର- ଦୀପାବଳି (ବାଲି ପ୍ରତିପଦା), ଲକ୍ଷ୍ମୀ ପୂଜା, ଗୋବର୍ଦ୍ଧନ ପୂଜା, ବିକ୍ରମ ସମ୍ୱତ ନୂଆବର୍ଷ ଆଦି ପର୍ବ ପାଇଁ ଗୁଜୁରାଟ, ମହାରାଷ୍ଟ୍ର, କର୍ଣ୍ଣାଟକ, ଉତ୍ତରାଖଣ୍ଡ, ସିକ୍କିମ, ରାଜସ୍ଥାନ ଓ ଉତ୍ତରପ୍ରଦେଶରେ ବ୍ୟାଙ୍କ ବନ୍ଦ ରହିବ।
୩ ନଭେମ୍ବର- ରବିବାର
୭ ନଭେମ୍ବର- ପଶ୍ଚିମବଙ୍ଗ, ବିହାର ଓ ଝାଡଖଣ୍ଡ ଭଳି ରାଜ୍ୟରେ ଛଟ ପୂଜା (ସନ୍ଧ୍ୟା ଅର୍ଘ୍ୟ) ଅବସରରେ ବ୍ୟାଙ୍କଗୁଡିକ ବନ୍ଦ ରହିବ।
୮ ନଭେମ୍ବର- ବିହାର, ଝାଡ଼ଖଣ୍ଡ ଏବଂ ମେଘାଳୟ ଭଳି ରାଜ୍ୟରେ ଛଟ ପୂଜା (ପ୍ରଭାତ ଅର୍ଘ୍ୟ) ଅବସରରେ ବ୍ୟାଙ୍କଗୁଡ଼ିକ ବନ୍ଦ ରହିବ।
୯ ନଭେମ୍ବର- ମାସର ଦ୍ୱିତୀୟ ଶନିବାର
୧୦ ନଭେମ୍ବର- ରବିବାର
୧୨ ନଭେମ୍ବର- ଉତ୍ତରାଖଣ୍ଡରେ ଇଗାସ-ବାଗୱାଲ୍ ଅବସରରେ ବ୍ୟାଙ୍କଗୁଡିକ ବନ୍ଦ ରହିବ।
୧୫ ନଭେମ୍ବର- ଗୁରୁ ନାନକ ଜୟନ୍ତୀ, କାର୍ତ୍ତିକ ପୂର୍ଣ୍ଣିମା, ରାହାସ ପୂର୍ଣ୍ଣିମା ଆଦି ପର୍ବ ପାଇଁ ଓଡିଶା, ମିଜୋରାମ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ଚଣ୍ଡିଗଡ଼, ଉତ୍ତରାଖଣ୍ଡ, ତେଲେଙ୍ଗାନା, ଜାମ୍ମୁ-କାଶ୍ମୀର, ପଶ୍ଚିମବଙ୍ଗ, ଦିଲ୍ଲୀ, ଅରୁଣାଚଳ ପ୍ରଦେଶ, ରାଜସ୍ଥାନ, ଛତିଶଗଡ, ଉତ୍ତରପ୍ରଦେଶ, ନାଗାଲାଣ୍ଡ, ଝାଡ଼ଖଣ୍ଡ, ହିମାଚଳ ପ୍ରଦେଶ ଓ ପଞ୍ଜାବରେ ବ୍ୟାଙ୍କ ବନ୍ଦ ରହିବ।
୧୭ ନଭେମ୍ବର- ରବିବାର
୧୮ ନଭେମ୍ବର- କର୍ଣ୍ଣାଟକରେ କନକଦାସ ଜୟନ୍ତୀ ପାଇଁ ବ୍ୟାଙ୍କ ବନ୍ଦ ରହିବ।
୨୩ ନଭେମ୍ବର- ମାସର ଚତୁର୍ଥ ଶନିବାର
୨୪ ନଭେମ୍ବର- ରବିବାର

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+