Get Updates
Get notified of breaking news, exclusive insights, and must-see stories!

ନଭେମ୍ୱରରେ ଏହି ୧୫ ଦିନ ବନ୍ଦ ରହିବ ବ୍ୟାଙ୍କ୍, କରି ନିଅନ୍ତୁ ବାକି ଥିବା ବ୍ୟାଙ୍କ୍ କାମ

ଆଉ ପାଞ୍ଚ ଦିନ ପରେ ନଭେମ୍ବର ମାସ । ଦୀପାବଳୀ ସହ ଅନ୍ୟାନ୍ୟ ପର୍ବ ଏହି ମାସରେ ପଡେ । ତେଣୁ ଏହି ସବୁ ଦିନ ବ୍ୟାଙ୍କ୍ ବନ୍ଦ ରହିବ । ସେଥିପାଇଁ କରି ନିଅନ୍ତୁ ଦରକାରୀ କାମ । କାରଣ ଅଧା ନଭେମ୍ବରରେ ବ୍ୟାଙ୍କ୍ ରହିବ ବନ୍ଦ ।

କାଳୀପୂଜା ସହ ବିଭିନ୍ନ ପର୍ବ ପର୍ବାଣୀ ଆଉ ସେଥିପାଇଁ ଅଧା ନଭେମ୍ବରରେ ବ୍ୟାଙ୍କ୍ ବନ୍ଦ ରହିବ । ତେବେ ଶୀଘ୍ର ଜାଣି ନିଅନ୍ତୁ କେଉଁ କେଉଁ ଦିନ ବନ୍ଦ ରହିବ ବ୍ୟାଙ୍କ୍ ଆଉ ସେହି ଅନୁସାରେ ନିଜ କାମ କରି ନିଅନ୍ତୁ । ନଭେମ୍ବରକୁ ଆଉ ମାତ୍ର ୫ ଦିନ ବାକି ଅଛି। ଜଲଦି ସାରନ୍ତୁ ବ୍ୟାଙ୍କ କାମ, ନଚେତ୍ ହେବେ ହଇରାଣ ।

ଯେହେତୁ ନଭେମ୍ବର ମାସରେ ଅଧିକ ଛୁଟିଦିନ ଅଛି, ବ୍ୟାଙ୍କ କେବେ ଛୁଟି ହେବ ତାହା ଜାଣିବା ଆପଣଙ୍କ ପାଇଁ ନିହାତି ଆବଶ୍ୟକ । ଯାହା ଦ୍ବାରା ଆପଣ କୌଣସି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକୁ ହାତଛଡ଼ା କରିବେ ନାହିଁ ।

ଆଗାମୀ ନଭେମ୍ବର ମାସରେ ୧୫ ଦିନ ବ୍ୟାଙ୍କ ବନ୍ଦ୍ ରହିବ । ଯଦି ଆପଣ ଦୁଇ କିମ୍ବା ଚାରି ଶନିବାର ଏବଂ ରବିବାର ଅନ୍ତର୍ଭୂକ୍ତ କରନ୍ତି, ଏହା କୁହାଯାଇପାରେ ଯେ ଅଧିକାଂଶ ଦିନ ବ୍ୟାଙ୍କଗୁଡିକ ଛୁଟି ରହିବ ।

bank_holiidays_november

ନଭେମ୍ବର ୧(ବୁଧବାର) ରେ କନ୍ନଡ ରାଜୋତ୍ସବ, ବେଙ୍ଗାଲୁରୁର କରୱା ଚୌଥ, ଇମ୍ଫାଲ ଏବଂ ଶିମଲା ପାଇଁ ଏକ ଛୁଟିଦିନ ରହିବ। ଏହି ଦିନ ବ୍ୟାଙ୍କ ମଧ୍ୟ ବନ୍ଦ ରହିବ ।

ନଭେମ୍ବର ୫ରେ ସମଗ୍ର ଦେଶରେ ରବିବାର ଛୁଟି ରହିବ। ଏହି ଦିନ ଦେଶର ସବୁ ବ୍ୟାଙ୍କ ବନ୍ଦ ରହିବ।

ନଭେମ୍ବର ୧୦(ଶୁକ୍ରବାର) ରେ ୱାଙ୍ଗଲା ମହୋତ୍ସବ ଅଛି ଯେଉଁଥି ପାଇଁ ମେଘାଳୟରେ ବ୍ୟାଙ୍କ୍ ବନ୍ଦ ରହିବ।

ନଭେମ୍ବର ୧୧ ହେଉଛି ଦ୍ୱିତୀୟ ଶନିବାର ଏବଂ ୧୨ ନଭେମ୍ବର, ରବିବାର ଦିନ, ସମଗ୍ର ଦେଶରେ ବ୍ୟାଙ୍କ ବନ୍ଦ ରହିବ।

ନଭେମ୍ବର ୧୩ (ସୋମବାର) ରେ (ଦୀପାବଳୀ ) ପାଇଁ ଗୋବର୍ଦ୍ଧନ ପୂଜା ଲକ୍ଷ୍ମୀ ପୂଜା/ଦୀପାବଳୀ ଅନୁଷ୍ଠିତ ହେବ । ଯେଉଁଥିପାଇଁ କାନପୁର, ଅଗରତାଲା, ଡେରାଡୁନ୍, ଜୟପୁର, ଲକ୍ଷ୍ନୌ ଏବଂ ଇମ୍ଫାଲରେ ବ୍ୟାଙ୍କ ବନ୍ଦ ରହିବ।

ନଭେମ୍ବର ୧୪(ମଙ୍ଗଳବାର) ରେ ଲକ୍ଷ୍ମୀ ପୂଜା/ଦୀପାବଳୀ କାରଣରୁ ମୁମ୍ବାଇ, ଅହମ୍ମଦାବାଦ, ଗ୍ୟାଙ୍ଗଟକ୍, ବେଙ୍ଗାଲୁରୁ, ନାଗପୁରରେ ବ୍ୟାଙ୍କ ବନ୍ଦ ରହିବ।

ଭଇ ଦୁଜ, ଲକ୍ଷ୍ମୀ ପୂଜା ପାଇଁ ନଭେମ୍ବର ୧୫(ବୁଧବାର) ରେ କାନପୁର, ଲକ୍ଷ୍ନୌ, କଲିକତା, ଶିମଲା, ଇମ୍ଫାଲ ଏବଂ ଗ୍ୟାଙ୍ଗଟକରେ ଛୁଟିଦିନ ରହିବ। ବ୍ୟାଙ୍କ ମଧ୍ୟ ବନ୍ଦ ରହବି।

ଏନଭେମ୍ବର ୧୯ରେ ରବିବାର ଦିନ ସମଗ୍ର ଦେଶରେ ଛୁଟିଦିନ ଅଛି ।

ନଭେମ୍ବର ୨୦(ସୋମବାର) ଛଠ୍ ପୂଜା ଅଛି, ତେଣୁ ରାଞ୍ଚି ଏବଂ ପାଟନାରେ ବ୍ୟାଙ୍କ ବନ୍ଦ ରହବି।

ନଭେମ୍ବର ୨୩ରେ ସାଙ୍ଗ କୁଟସେନମ ପାଇଁ ଶିଲଙ୍ଗ ଏବଂ ଡେରାଡୁନରେ ବ୍ୟାଙ୍କ ବନ୍ଦ ରହିବ।

ନଭେମ୍ବର ୨୫ରେ ଚତୁର୍ଥ ଶନିବାର ଏବଂ ୨୬ ନଭେମ୍ବର ରବିବାର ଥିବାରୁ ବ୍ୟାଙ୍କଗୁଡିକ ବନ୍ଦ ରହିବ।

ନଭେମ୍ବର ୨୭ରେ ଗୁରୁ ନାନକ ଜୟନ୍ତୀ କାରଣରୁ ନୂଆଦିଲ୍ଲୀ, ତେଲେଙ୍ଗାନା, ଜୟପୁର, କଲିକତା, ମୁମ୍ବାଇ, ଲକ୍ଷ୍ନୌ, ନାଗପୁର, ଜାମ୍ମୁ, କାନପୁର, ଚଣ୍ଡିଗଡ଼, ହାଇଦ୍ରାବାଦ, ଡେରାଡୁନ୍, ଭୋପାଳ, ରାୟପୁର, ଶିମଲା ଏବଂ ରାଞ୍ଚିରେ ବ୍ୟାଙ୍କ ବନ୍ଦ ରହିବ।

ନଭେମ୍ବର ୩୦ରେ, କନକ ଦାସ ଜୟନ୍ତୀ କାରଣରୁ ବେଙ୍ଗାଲୁରୁରେ ବ୍ୟାଙ୍କ ବନ୍ଦ ରହବି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+