ଅନିଲ ଅମ୍ୱାନିଙ୍କ ବଢିଲା ଅଡ଼ୁଆ, ED ଜେରା ପରେ ଏବେ SBI ରେଡ୍
ଶିଳ୍ପପତି ଅନିଲ ଅମ୍ବାନୀଙ୍କ ସମସ୍ୟା ବଢ଼ିବାରେ ଲାଗିଛି। ଇଡି ପରେ ଏବେ ତାଙ୍କ ସଂପତ୍ତି ଉପରେ ସିବିଆଇ ଚଢ଼ାଉ କରିବା ଆରମ୍ଭ କରିଛି। ସିବିଆଇ ୧୭,୦୦୦ କୋଟି ଟଙ୍କାର ବ୍ୟାଙ୍କ ଠକେଇ ମାମଲାରେ ଅନିଲ ଅମ୍ବାନୀଙ୍କ ସହ ଜଡିତ ସ୍ଥାନ ଖୋଜୁଛି। କାଳ ୭ଟାରୁ ଅନିଲ ଅମ୍ବାନୀଙ୍କ ଘରେ ସିବିଆଇ ଚଢାଉ କରୁଛି। ୭ ରୁ ୮ ଜଣ ସିବିଆଇ ଅଧିକାରୀ ଏହି ତଲାସୀ ଅଭିଯାନ ଚଳାଇଛନ୍ତି। CBI ଅଧିକାରୀମାନେ ସକାଳ ପ୍ରାୟ ୭ଟାରେ ଅମ୍ବାନୀଙ୍କ ବାସଭବନରେ ପହଞ୍ଚିଥିଲେ। ସୂତ୍ର ଅନୁଯାୟୀ, ୭ରୁ ୮ ଜଣ ଅଧିକାରୀ ସେହି ସ୍ଥାନରେ ପହଞ୍ଚିଛନ୍ତି ଏବଂ ସେବେଠାରୁ ଖୋଜାଖୋଜି କରୁଛନ୍ତି।
ତଲାସୀ ସମୟରେ ଅମ୍ବାନୀ ଏବଂ ତାଙ୍କ ପରିବାର ସଦସ୍ୟ ବାସଭବନରେ ଉପସ୍ଥିତ ଥିଲେ। CBIର ଏହି କାର୍ଯ୍ୟାନୁଷ୍ଠାନ କଥିତ ଋଣ ଠକେଇ ମାମଲାର ତଦନ୍ତର ଏକ ଅଂଶ। ଏଥିରେ ଏଜେନ୍ସି ରିଲାଏନ୍ସ ADA ଗ୍ରୁପ ସହିତ ଜଡିତ କମ୍ପାନୀଗୁଡିକ ଉପରେ ତଦନ୍ତକୁ ବିସ୍ତାର କରୁଛି।

ପୂର୍ବରୁ ଅଗଷ୍ଟ ୪ରେ, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ଅନିଲ ଅମ୍ବାନୀଙ୍କ କମ୍ପାନୀଗୁଡିକ ସହିତ ଜଡିତ ୧୭,୦୦୦ କୋଟି ଟଙ୍କାର ଋଣ ଠକେଇ ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା। ଅନିଲ ଅମ୍ବାନୀଙ୍କୁ ସମନ କରିବା ପରେ କିଛି ଏଜେନ୍ସି ମନି ଲଣ୍ଡରିଂ ନିବାରଣ ଆଇନ (PMLA) ଅନୁଯାୟୀ, ପଚରାଉଚରା ପାଇଁ ତାଙ୍କର ଅନେକ ଉଚ୍ଚ ଅଧିକାରୀଙ୍କୁ ସମନ ଜାରି କରିଥିଲା।
ତଦନ୍ତକାରୀ ଅଧିକାରୀମାନେ ୟେସ ବ୍ୟାଙ୍କରୁ ଅନିଲ ଅମ୍ବାନୀଙ୍କ କମ୍ପାନୀଗୁଡ଼ିକୁ ଦିଆଯାଇଥିବା ବିପୁଳ ଋଣର ତଦନ୍ତ କରୁଛନ୍ତି ଏବଂ ଋଣ ରାଶି ଗୋଷ୍ଠୀର ଅନ୍ୟ କମ୍ପାନୀ କିମ୍ବା ସେଲ କମ୍ପାନୀଗୁଡ଼ିକୁ ସ୍ଥାନାନ୍ତରିତ ହୋଇଛି କି ନାହିଁ, ତାହା ମଧ୍ୟ ଯାଞ୍ଚ କରାଯାଉଛି।
ଋଣ ଠକେଇ ମାମଲାରେ ଡକ୍ୟୁମେଣ୍ଟ ଦାଖଲ କରିବା ପାଇଁ ଅନିଲ ଅମ୍ବାନୀ ଇଡିଠାରୁ ୧୦ ଦିନ ସମୟ ମାଗିଥିଲେ, କିନ୍ତୁ ଅଧିକାରୀମାନେ କହିଛନ୍ତି, ସେ ଏହାକୁ ସମ୍ପୂର୍ଣ୍ଣ ପାଳନ କରିନାହାଁନ୍ତି। ବ୍ୟାଙ୍କରୁ ନିଆଯାଇଥିବା ଋଣର ଅପବ୍ୟବହାର ଖୋଜିବା ପାଇଁ ତଦନ୍ତକାରୀ ଅଧିକାରୀମାନେ ଯାଞ୍ଚକୁ ତୀବ୍ର କରିଛନ୍ତି। ସିବିଆଇ ଏବଂ ଇଡି ଉଭୟ ଏହି ଘଟଣାର ଗଭୀର ତଦନ୍ତ କରୁଛନ୍ତି। କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଶନିବାର ରିଲାଏନ୍ସ କମ୍ୟୁନିକେସନ୍ସ ବିରୋଧରେ ଏକ ମାମଲା ପଞ୍ଜିକୃତ କରିଛି। କାରଣ ଏହି ଠକେଇ ଯୋଗୁ ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସ୍ବିଆଇ)କୁ ୨,୦୦୦ କୋଟି ଟଙ୍କାରୁ ଅଧିକ କ୍ଷତି ହୋଇଥିବା କୁହାଯାଉଛି।












Click it and Unblock the Notifications