ବାଂଲାଦେଶ ସାଂସଦଙ୍କୁ କୋଲକାତାରେ ହତ୍ୟା
ନୂଆଦିଲ୍ଲୀ: ଭାରତରେ ନିଖୋଜ ହୋଇଥିବା ବାଂଲାଦେଶର ବରିଷ୍ଠ ସାଂସଦ ଅନୱାରୁଲ ଅଜିମ୍ ଅନାରଙ୍କୁ କୋଲକାତାରେ ହତ୍ୟା କରାଯାଇଛି ଏବଂ ଏହି ମାମଲାରେ ୩ ଜଣଙ୍କୁ ଗିରଫ କରାଯାଇଛି ବୋଲି ବାଂଲାଦେଶ ଗୃହମନ୍ତ୍ରୀ ଅସଦୁଜମାନ ଖାନ୍ ବୁଧବାର ଢାକାରେ ଘୋଷଣା କରିଛନ୍ତି । ଗଣମାଧ୍ୟମକୁ ସୂଚନା ଦେଇ ସେ କହିଛନ୍ତି ଯେ ଭାରତରେ ନିଖୋଜ ହୋଇଥିବା ଆୱାମି ଲିଗ୍ ସାଂସଦ ଅନୱାରୁଲ ଅଜିମ ଅନାରଙ୍କୁ କୋଲକାତାର ଏକ ଫ୍ଲାଟରେ ହତ୍ୟା କରାଯାଇଛି ।
ବର୍ତ୍ତମାନ ସୁଦ୍ଧା ଆମେ ଜାଣିବାକୁ ପାଇଛୁ ଯେ ଏଥିରେ ସମ୍ପୃକ୍ତ ସମସ୍ତ ହତ୍ୟାକାରୀ ବାଂଲାଦେଶୀ । ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ସେ କହିଛନ୍ତି । ସୂଚନାନୁସାରେ, ଅଜମି ହେଉଛନ୍ତି ବାଂଲାଦେଶରେ କ୍ଷମତାରେ ଥିବା ଆୱାମି ଲିଗର ଜଣେ ସାଂସଦ । ସେ ମେ' ୧୨ ତାରିଖରେ ନିଜର ଚିକିତ୍ସା ପାଇଁ କୋଲକାତା ଆସିଥିଲେ ।

ଏହାପରେ ତାଙ୍କ ନିଖୋଜ ଖବର ସାମ୍ନାକୁ ଆସିଥିଲା । ସେ ନିଖୋଜ ହୋଇଯାଇଥିବାରୁ କୋଲକାତା ପୁଲିସ୍ ମେ' ୧୮ରେ ଗୋଟିଏ ଅଭିଯୋଗ ପାଇଥିଲା । ପ୍ରାରମ୍ଭିକ ଅଭିଯୋଗ ପରେ କୋଲକାତାର ବାରାନଗର ପୁଲିସ୍ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଥିଲା । ଅଜିମଙ୍କ ଶେଷ ଥର ପାଇଁ ସହରର ନ୍ୟୁଟାଉନ ଅଞ୍ଚଳରେ ରହିଥିବା ଖବାର ମିଳିଥିଲା ।
ଏଠାରେ ଥିବା ଗୋଟିଏ ଫ୍ଲାଟକୁ ସେ ଯାଇ ଜଣଙ୍କୁ ଦେଖା କରିଥିଲା । ହେଲେ ସେଠାରେ ତାଙ୍କର ରହସ୍ୟଜନକ ଭାବେ ମୃତ୍ୟୁ ହୋଇ ଯାଇଥିଲା ।












Click it and Unblock the Notifications