Bangladeshi increasing in Odisha: ଚିନ୍ତା ବଢ଼ାଉଛନ୍ତି ବାଂଲାଦେଶୀ ଅନୁପ୍ରବେଶକାରୀ

ଦେଶରେ ସୁରକ୍ଷା ଓ ଉପକୂଳ ଅଞ୍ଚଳରେ ବିଶେଷ କରି ବାଂଲାଦେଶୀ ଅନୁପ୍ରବେଶକାରୀ ଆଡ୍ଡା ଜମାଇବା ସହ ଦେଶ ପାଇଁ ବିପଦ ସୃଷ୍ଟି କରୁଛନ୍ତି। ୩ ଦିନ ପୂର୍ବରୁ ଜଗତ୍‌ସିଂହପୁର ଜିଲାରୁ କେତେଜଣ ବେଆଇନ ଭାବେ ବାଂଲାଦେଶୀ ଅନୁପ୍ରବେଶକାରୀମାନେ ପୋଲିସକୁ ଚକ୍‌ମା ଦେଇ ଫେରାର ହେବାରେ ସକ୍ଷମ ହୋଇଛନ୍ତି। ପରେ କେତେଜଣ ଧରା ପଡ଼ିଥିଲେ ମଧ୍ୟ ତାଙ୍କ ବେଆଇନ ଘରକୁ ବୁଲ୍‌ଡୋଜର ଲଗାଇ ଜିଲା ପ୍ରଶାସନ ଭାଙ୍ଗି ଦେଇଥିଲା। ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ଉପକୂଳ ସୁରକ୍ଷା ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି।

ତଟବର୍ତ୍ତୀ ଅଞ୍ଚଳର ସାମୁଦ୍ରିକ ଥାନାଗୁଡ଼ିକୁ ହାଇ ଆଲର୍ଟ ଜାରି କରାଯାଇଛି। କେନ୍ଦ୍ରାପଡ଼ା ଜିଲାର ତାଳଚୁଆ, ତନ୍ତିଆପାଳ ଓ ଜମ୍ବୁ ସାମୁଦ୍ରିକ ଥାନା ପକ୍ଷରୁ ବିଭିନ୍ନ ଜଳ ଓ ସ୍ଥଳ ଭାଗରେ ନାକାବନ୍ଦୀ କରାଯାଇ ଗାଡ଼ିଗୁଡ଼ିକ ଯାଞ୍ଚ କରାଯାଉଛି। ଅପରପକ୍ଷରେ ବାଂଲାଦେଶଠାରୁ ଓଡ଼ିଶାର କେନ୍ଦ୍ରାପଡ଼ା ଉପକୂଳ ଅଞ୍ଚଳ ପର୍ଯ୍ୟନ୍ତ ୧୨ ଶହ ନଟିକାଲ ମାଇଲ ତଥା ୨ ହଜାର କିମି ଦୂର ସମୁଦ୍ର ପଥ ଦେଇ ଛଦ୍ମ ବେଶରେ ବାଂଲାଦେଶ ନାଗରିକମାନେ ବେଆଇନ ଭାବରେ ଯନ୍ତ୍ର ଚାଳିତ ଡଙ୍ଗା ବା ବୋଟରେ ୭୨ ଘଣ୍ଟା ମଧ୍ୟରେ ପହଞ୍ଚିବା ଅସମ୍ଭବ ନୁହେଁ ବୋଲି କୁହାଯାଉଛି।

Bangladeshi increasing in Odisha

ସେହିପରି କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳରେ ଭିତରକନିକା ଓ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଅଞ୍ଚଳ ଘଞ୍ଚ ଅରଣ୍ୟ, ଲୁଣା ହେନ୍ତାଳ ଜଙ୍ଗଲ ମଧ୍ୟରେ ଲୁଚିଛପି ରହି ବେଆଇନ କାର୍ଯ୍ୟରେ ଲିପ୍ତଥାନ୍ତି ବୋଲି କୁହାଯାଉଛି। କିଛି ବର୍ଷ ପୂର୍ବେ କେତେଜଣ ସନ୍ଦିଗ୍ଧ ବାଂଲାଦେଶୀମାନେ ଏହି ଅଞ୍ଚଳର ଜମ୍ବୁଠାରେ ନକଲି ରେଡିଓ ଷ୍ଟେଶନ ନିର୍ମାଣ ଠାବ କରିବା, ପିତାପାଟଠାରେ ଖଟ ତଳେ ନକଲି ଟଙ୍କା ଛପାଇବା ମେଶିନ ଜବତ ହେବା, କୋକେନ୍‌ ଚରସ ଅଫିମ୍‌ ଓ ବ୍ରଉନସୁଗାର କାରବାର, ବିଭିନ୍ନ ମାରଣାସ୍ତ୍ର ବନ୍ଧୁକ କାରବାର ଆଦି ସମ୍ପୃକ୍ତି ଥିବା ବ୍ୟକ୍ତିଙ୍କୁ ସେ ସମୟର ପୋଲିସ ପକ୍ଷରୁ ବ୍ୟାପକ ଚଢ଼ାଉ କରାଯାଇଥିଲା।

ଅଦ୍ୟାବଧି କେତେଜଣ ବେଆଇନ ଭାବେ ଛଦ୍ମବେଶୀ ବ୍ୟବସାୟୀମାନେ ମନୋହରୀ, ପୋଷାକ ସାମଗ୍ରୀ, ନକଲି ଡାକ୍ତର ବା ବୈଦ ସାଜି ଚିକିତ୍ସା କରିବା, ଟ୍ରଲରଗୁଡ଼ିକରେ ନିୟୋଜିତ ହେବା, ଚିଙ୍ଗୁଡ଼ି ଘେରିରେ ରହି ଆତ୍ମଗୋପନ କରି ବାଂଲାଦେଶୀ, ରୋହିଙ୍ଗ୍ୟାମାନେ ବିଭିନ୍ନ ଉପାୟରେ ବସବାସ କରୁଥିବା କୁହାଯାଉଛି। ଏମାନେ ନକଲି ଆଧାର କାର୍ଡ, ଭୋଟର ପରିଚୟ, ନକଲି ଜମି ପଟ୍ଟା ହାସଲ କରି ପରିବାର ସହ ରହୁଥିବା କୁହାଯାଉଛି। କିଛି ବର୍ଷ ପୂର୍ବେ କେତେଜଣ ବାଂଲାଦେଶୀ ଏହି ଅଞ୍ଚଳରେ ଝିଅପୁଅ ଗୁପ୍ତରେ ବିବାହ କରାଉଥିବା ନେଇ ନଜରକୁ ଆସିଛି। ଏବେ ବି ବାଂଲାଦେଶୀ ଝିଅ ଆମ ଅଞ୍ଚଳରେ ବୋହୂ ଭାବେ ରହି ଘର ସଂସାର କରିଥିବା କୁହାଯାଉଛି।

ଏହି ଅବସରରେ ଜିଲା ପ୍ରଶାସନ ପକ୍ଷରୁ ବ୍ୟାପକ ଚଢ଼ାଉ କରାଯାଇ ଖାନ ତଲାସ କରାଯାଉଛି। ଅପରପକ୍ଷରେ ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ଜମ୍ବୁ ସାମୁଦ୍ରିକ ଥାନା ପକ୍ଷରୁ ତଟାଞ୍ଚଳ ଜଳ ଓ ସ୍ଥଳ ଭାଗରେ ନାକାବନ୍ଦୀ କରାଯାଇ ରାତି ଅଧିଆ ପାଟ୍ରୋଲିଂ କରାଯାଉଛି। କୌଣସି ସନ୍ଦିଗ୍ଧ ଅଜଣା ବ୍ୟକ୍ତିଙ୍କୁ ଦେଖି ସନ୍ଦେହ ପ୍ରକାଶ ପାଇଲେ ତୁରନ୍ତ ନିକଟସ୍ଥ ଥାନା କିମ୍ବା ଜିଲା ପ୍ରଶାସନକୁ ସୂଚନା ଦେବାକୁ ଆଇଆଇସି ସୌମ୍ୟ ରଞ୍ଜନ ବିଶ୍ୱାଳ କହିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+