Get Updates
Get notified of breaking news, exclusive insights, and must-see stories!

ବାଂଲାଦେଶ ହିଂସା ; ମୁହଁ ଖୋଲିଲା ଭାରତ କହିଲା ସଂଖ୍ୟାଲଘୁଙ୍କ ଉପରେ ଏମିତି ଅତ୍ୟାଚାର ଦୁର୍ଭାଗ୍ୟଜନକ

ବାଂଲାଦେଶର କଠୋରପନ୍ଥୀ ଭାରତ ବିରୋଧୀ ଯୁବ ନେତା ଶରିଫ୍ ଓସମାନ୍ ହାଦିଙ୍କ ମୃତ୍ୟୁକୁ ନେଇ ସମଗ୍ର ଦେଶରେ ଉତ୍ତେଜନା ଲାଗି ରହିଥିବା ବେଳେ ଭାରତ ବିରୋଧୀ ଆଭିମୁଖ୍ୟ ବଢ଼ିବାରେ ଲାଗିଛି। ଯୋଜନାବଦ୍ଧ ଭାବେ ଭାରତ ବିରୋଧୀ ଉତ୍ତେଜନା ବଢ଼ାଇବାକୁ ବିଭିନ୍ନ ଚରମପନ୍ଥୀ ଗୋଷ୍ଠୀ ପ୍ରୟାସ କରୁଛନ୍ତି। ଆଜି ମହମ୍ମଦ ଯୁନୁସଙ୍କ ଅନ୍ତରୀଣ ସରକାର ହାତିଙ୍କ ମୃତ୍ୟୁରେ ରାଷ୍ଟ୍ରୀୟ ଶୋକ ପାଳନ କରିବା ସହ ହିଂସାକୁ ନିନ୍ଦା କରିଛନ୍ତି। ସଂଖ୍ୟାଲଘୁଙ୍କ ସୁରକ୍ଷା ନେଇ ଅନ୍ତରୀଣ ସରକାରର କେତେକ ପଦାଧିକାରୀ ଉଦ୍‌ବେଗ ପ୍ରକାଶ କରିଥିବା ବେଳେ ବାସ୍ତବ ସ୍ଥିତିରେ ବିଶେଷ ପରିବର୍ତ୍ତନ ଦେଖିବାକୁ ମିଳିନାହିଁ। ସଂଖ୍ୟାଲଘୁ ହିନ୍ଦୁଙ୍କ ଏଭଳି ସ୍ଥିତି ନେଇ ଭାରତର କଂଗ୍ରେସ ସାଂସଦ ଶଶୀ ଥରୁର ଗଭୀର ଉଦ୍‌ବେଗ ପ୍ରକାଶ କରିବା ସହ ଯୁନୁସ୍ ସରକାର ଦୋଷୀଙ୍କୁ ଦଣ୍ଡ ଦେବାପାଇଁ ପ୍ରତିବଦ୍ଧ କି ବୋଲି ପ୍ରଶ୍ନ କରିଛନ୍ତି।

Bangladesh violence

ଗତକାଲିର ଭୀଷଣ ହିଂସାକୁ ଦେଖି ଆଜି ଢାକାରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ସମସ୍ତ ଗୁରୁତ୍ବପୂର୍ଣ୍ଣ ରାସ୍ତା ବନ୍ଦ ରଖାଯାଇଥିବା ବେଳେ ଡ୍ରୋନ୍ ନିଷିଦ୍ଧ କରାଯାଇଛି। ସମସ୍ତ ସମ୍ଭେଦନଶୀଳ ଅଂଚଳରେ ପୁଲିସ ସୁରକ୍ଷା କଡ଼ାକଡ଼ି ହୋଇଛି। ଆଜି ମଧ୍ୟ ହଜାର ହଜାର ଜନତା କଟକଣାକୁ ବେଖାତିର କରି ଭାରତ ବିରୋଧୀ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ହାଦିଙ୍କ ମୃତ୍ୟୁ ବୃଥା ଯିବନାହିଁ ବୋଲି କଠୋରପନ୍ଥୀ ନେତାମାନେ କହିଛନ୍ତି। ଗତକାଲି ଚଟ୍ଟଗ୍ରାମରେ ଭାରତୀୟ ହାଇକମିସନରଙ୍କ କାର୍ଯ୍ୟାଳୟ ତଥା ବାସଭବନ ଉପରେ ପଥର ମାଡ଼ ଘଟଣାକୁ ଭାରତ ଗମ୍ଭୀରତାର ସହ ନେଇଛି ଏବଂ ଦୂତାବାସ ସୁରକ୍ଷା ସୁନିଶ୍ଚିତ କରିବାକୁ କହିଛି। ସୂଚନାଯୋଗ୍ୟ, ହାଦିଙ୍କ ହତ୍ୟାକାରୀମାନେ ଭାରତ ପଳାଇଥିବା ଦାବି କରି କେତେକ ଚରମପନ୍ଥୀ ଗୋଷ୍ଠୀ ଲୋକଙ୍କ ଭାରତ ବିରୋଧୀ ମନୋଭାବକୁ ଉସୁକାଉଛନ୍ତି। ଆମେରିକୀୟ ଦୂତାବାସ ମଧ୍ୟ ଅଧିକ ହିଂସାର ସମ୍ଭାବନା ନେଇ ଚେତାବନୀ ଜାରି କରିଛି। ବାଂଲାଦେଶର ଏଭଳି ସ୍ଥିତିରେ ହିନ୍ଦୁମାନେ ଆତଙ୍କିତ ହୋଇ ରହିଛନ୍ତି। ପୁଲିସର ଭୂମିକାକୁ ନେଇ ବିଭିନ୍ନ ହିନ୍ଦୁ ସଂଗଠନ ପ୍ରଶ୍ନ ଉଠାଇଛନ୍ତି। ଏହି ହତ୍ୟା ମାମଲାରେ ଏ ପର୍ଯ୍ୟନ୍ତ ମୁଖ୍ୟ ଅଭିଯୁକ୍ତ ଦ୍ବୟ ଫେରାର ଥିବା ଜଣାପଡ଼ିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+