ବାଂଲାଦେଶ ହିଂସା ଉପରେ ପ୍ରତିକ୍ରିୟା ଦେଲେ ମୁଖ୍ୟମନ୍ତ୍ରୀ , କହିଲେ ....
ନୂଆଦିଲ୍ଲୀ: ବର୍ତ୍ତମାନ ବଂଲାଦେଶରେ ସ୍ଥିତି ବିସ୍ଫୋରକ ରହିଛି । ଶେଖ୍ ହସିନା ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ହେବା ପରେ ଏବଂ ବାଂଲାଦେଶ ଛାଡିବା ପରେ ବି ଆନ୍ଦୋଳନରତ ଛାତ୍ର ସଂଗଠନଗୁଡ଼ିକ ପଛଘୁଞ୍ଚା ଦେଉନାହାନ୍ତି । ଅନ୍ତରୀଣ ସରକାର ଚାହୁଁନାହାନ୍ତି ବୋଲି ସେମାନେ ସ୍ପଷ୍ଟ କରିଛନ୍ତି । କ୍ଷମତା 'ବିପ୍ଳବୀ ଛାତ୍ର ଓ ନାଗରିକ'ଙ୍କ ହାତରେ ନ୍ୟସ୍ତ ହେବା ଦରକାର । ସେମାନେ ଅନ୍ୟ କୌଣସି ବିକଳ୍ପ ଗ୍ରହଣ କରିବେ ନାହିଁ ବୋଲି କହିଛନ୍ତି ଆନ୍ଦୋଳନରତ ଛାତ୍ର ।
ବାଂଲାଦେଶ ବିବାଦକୁ ନେଇ ପଥମ ପ୍ରତିକ୍ରିୟା ପ୍ରକାଶ କରିଛନ୍ତ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି । ମମତା କହିଛନ୍ତି, ବାଂଲାଦେଶ ସମସ୍ୟାର ମୁକାବିଲା ପାଇଁ ଭାରତ ସରକାର ନିଷ୍ପତ୍ତି ନେବେ । ସେ କହିଛନ୍ତି, ଉତ୍ତେଜନାମୂଳକ ମନ୍ତବ୍ୟ ନ ଦେବା ପାଇଁ ସମସ୍ତ ରାଜନୈତିକ ଦଳର ନେତାଙ୍କ ନିକଟରେ ଏକ ନିବେଦନ ରହିଛି, ଯାହା ଦ୍ୱାରା ବଙ୍ଗଳା କିମ୍ବା ଦେଶରେ ଶାନ୍ତି ଭଙ୍ଗ କରିପାରେ ।

ମମତା କହିଛନ୍ତି, କିଛି ଭାଜପା ନେତା ଏହା ଉପରେ ମନ୍ତବ୍ୟ ଦେଇସାରିଛନ୍ତି । ଏହା କରାଯିବା ଉଚିତ୍ ନୁହେଁ । ସାମ୍ପ୍ରଦାୟିକ ସୋହାର୍ଦ୍ଦ୍ୟ ରକ୍ଷା କରିବାକୁ ଆବେଦନ କରି ସେ କହିଛନ୍ତି, ମୁଁ ବଙ୍ଗଳାବାସୀଙ୍କୁ ନିବେଦନ କରୁଛି ଯେ କୌଣସି ପ୍ରକାର ଗୁଜବ ପ୍ରତି ଧ୍ୟାନ ଦିଅନ୍ତୁ ନାହିଁ, ଏହା ଦୁଇ ଦେଶ ମଧ୍ୟରେ ମାମଲା, କେନ୍ଦ୍ର ସରକାର ଯେଉଁ ନିଷ୍ପତ୍ତି ନେବେ ଆମେ ଏହାକୁ ସମର୍ଥନ କରିବୁ ।
ଗତ ମାସରେ କୋଲକାତାରେ ଅନୁଷ୍ଠିତ ଏକ ରାଲିରେ ମମତା ବାଂଲାଦେଶରୁ ଆସିଥିବା ଶରଣାର୍ଥୀଙ୍କୁ ଆଶ୍ରୟ ଦେବା ବିଷୟରେ କହିଥିଲେ । ଯାହାକୁ ନେଇ ରାଜନୀତି ଗରମ ରହିଥିଲା । ସେ କହିଥିଲେ, ମୁଁ ବାଂଲାଦେଶ ବିଷୟରେ କିଛି କହି ପାରିବି ନାହିଁ, କାରଣ ଏହା ଏକ ଅଲଗା ଦେଶ । ଭାରତ ସରକାର ଏହା ବିଷୟରେ କହିବେ, କିନ୍ତୁ ଯଦି ବାଂଲାଦେଶର ଅସହାୟ ଲୋକମାନେ ବଙ୍ଗଳାର କବାଟ ବାଡେଇବେ, ତେବେ ଆମେ ସେମାନଙ୍କୁ ଆଶ୍ରୟ ଦେବୁ ।
ଅନ୍ୟପଟେ ଶେଖ ହସିନା ଦେଶ ଛାଡିବା ପରେ ହଜାର ହଜାର ବିକ୍ଷୋଭକାରୀ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ପ୍ରବେଶ କରି ଭଙ୍ଗାରୁଜା କରିଥିଲେ । ବାଂଲାଦେଶରେ ବିରୋଧ ବଢ଼ିବା ସହିତ ଢ଼ାକାରେ ବାଂଲାଦେଶୀ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ପିତା ତଥା ପୂର୍ବତନ ରାଷ୍ଟ୍ରପତି ଶେଖ ମୁଜିବୁର ରହମାନଙ୍କ ପ୍ରତିମୂର୍ତ୍ତିକୁ ଭାଙ୍ଗି ଦେଇଛନ୍ତି ବିକ୍ଷୋବ କାରୀ ।
ବାଂଲାଦେଶ ଜାତୀୟତାବାଦୀ ପାର୍ଟି (ବିଏନପି) ର ସାଧାରଣ ସମ୍ପାଦକ ସେଠାରେ ଥିବା ଲୋକଙ୍କୁ ଶାନ୍ତି ବଜାୟ ରଖିବାକୁ ନିବେଦନ କରିଛନ୍ତି । ବାଂଲାଦେଶ ସେନା ମୁଖ୍ୟ କହିଛନ୍ତି, "ସମସ୍ତ ଅନ୍ୟାୟର ମୁକାବିଲା କରାଯିବ, ପ୍ରତ୍ୟେକ ହତ୍ୟାକାଣ୍ଡର ମୁକାବିଲା କରାଯିବ । ପ୍ରଧାନମନ୍ତ୍ରୀ ଇସ୍ତଫା ଦେଇଛନ୍ତି ଏବଂ ବର୍ତ୍ତମାନ ଶୃଙ୍ଖଳା ଫେରାଇବା ପାଇଁ ଆମେ ମଧ୍ୟବର୍ତ୍ତୀକାଳୀନ ସରକାର ଗଠନ କରିବୁ ।












Click it and Unblock the Notifications