ଦିଲ୍ଲୀ ବିସ୍ଫୋରଣ ପଛରେ ବାଂଲାଦେଶ ଲିଙ୍କ୍, NIA ହାତରେ ଲାଗିଲା ବଡ ସୁରାଗ

ଦିଲ୍ଲୀ ଲାଲ୍ କିଲ୍ଲା ନିକଟରେ ଗତ ୧୦ ତାରିଖରେ ଘଟିଥିବା କାର ବିସ୍ଫୋରଣ ଘଟଣାରେ ବାଂଲାଦେଶ ଲିଙ୍କ୍‌ ସାମ୍ନାକୁ ଆସିଛି। ଏହି ଆତ୍ମଘାତୀ ଆକ୍ରମଣ ପଛରେ ବାଂଲାଦେଶର ହାତ ଥିବା ତଦନ୍ତକାରୀ ସଂସ୍ଥା ଏନଆଇଏକୁ ସୂଚନା ମିଳିଛି। ଆକ୍ରମଣ ପୂର୍ବରୁ ବାଂଲାଦେଶର ରାଜଧାନୀ ଢାକାରେ ଷଡ଼ଯନ୍ତ୍ରକାରୀ ଆତଙ୍କୀଙ୍କ ବୈଠକ ବସିଥିଲା। ଏହି ବୈଠକରେ ଆକ୍ରମଣର ସମ୍ପୂର୍ଣ୍ଣ ଯୋଜନା ପ୍ରସ୍ତୁତ ହୋଇଥିଲା। ବୈଠକରେ ଆତଙ୍କବାଦୀ ସୈଫୁଲ୍ଲା ସୈଫ, ହିଜବୁଲ ଆତଙ୍କୀ ସଂଗଠନର ଢାକା ମୁଖ୍ୟ ଜୁବେର ଅହମ୍ମଦ, ସୈଫର ସହଯୋଗୀ ଇବତିମାସ ଇଲ୍ଲାହୀ ଜାହିର, ହାଫିଜ ଶୁଜାଦୁଲ୍ଲା ଏବଂ ହାଫିଜ ଅଲି ଫଜୁଲ ସମେତ ଅନ୍ୟ କେତେକ ଆତଙ୍କୀ ସାମିଲ ଥିଲେ ବୋଲି ଜଣାପଡ଼ିଛି।

NIA

ତଦନ୍ତକାରୀ ସଂସ୍ଥାର ସୂଚନା ଅନୁସାରେ, ବୈଠକ ପରେ ଆତଙ୍କୀଙ୍କ ଏକ ଟିମ୍ ପଶ୍ଚିମବଙ୍ଗ ଦେଇ ଭାରତ ଆସିଥିଲା। ଭାରତର ବିଭିନ୍ନ ଜାଗା ବୁଲି ଆକ୍ରମଣ ସ୍ଥଳ ଚିହ୍ନଟ କରିଥିଲା। ପରବର୍ତ୍ତୀ ସମୟରେ ପାକିସ୍ତାନର ଏକ ରାଲିରେ ଆତଙ୍କୀ ସୈଫୁଲ୍ଲା ସୈଫ ଯୋଗଦେଇଥିବାବେଳେ ତାହାର ଏକ ଭିଡିଓ ସାମ୍ନାକୁ ଆସିଥିଲା। ଭିଡିଓରେ ସୈଫୁଲ୍ଲା କହିଥିଲା ଯେ, ଲଶ୍କର ଆତଙ୍କୀ ସଂଗଠନର ସଦସ୍ୟମାନେ ବାଂଲାଦେଶରେ ସକ୍ରିୟ ଅଛନ୍ତି ଏବଂ ଭାରତରେ ଆକ୍ରମଣ ଯୋଜନା କରୁଛନ୍ତି। ଭାରତୀୟ ସୁରକ୍ଷା ସଂସ୍ଥାଗୁଡ଼ିକ ଏହି ଭିଡିଓ ପାଇବା ପରେ ହାଇ ଆଲର୍ଟରେ ରହିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+