ଆଶାନ୍ତା ବାଂଲାଦେଶ: ହିନ୍ଦୁଙ୍କ ସୁରକ୍ଷା ପାଇଁ ଗଠନ ହେଲା କମିଟି
Bangladesh Crisis: ସଂରକ୍ଷଣକୁ ବ୍ୟବସ୍ଥାକୁ ନେଇ ଆଶାନ୍ତ ହୋଇପଡିଛି ବାଂଲାଦେଶ । ହିଂସା ଦିନକୁ ଦିନ ବଢିବାରେ ଲାଗିଛି ଏବଂ ଟାର୍ଗେଟରେ ରହିଛନ୍ତି ହିନ୍ଦୁ । ତେବା ବାଂଲାଦେଶରେ ସଂଖ୍ୟାଲଘୁମାନଙ୍କୁ ଆକ୍ରମଣ କରାଯାଉଥିବାର ଖବର ପ୍ରକାଶ ପାଇବା ପରେ ଭାରତ ସରକାର ଏକ କମିଟି ଗଠନ କରିଛନ୍ତି । ସୂଚନା ଅନୁସାରେ ବାଂଲାଦେଶର ସ୍ଥିତି ଉପରେ ନଜର ରଖିବା ପାଇଁ ଏକ କମିଟି ଗଠନ କରାଯାଇଛି ଯାହା ଦେଶରେ ବସବାସ କରୁଥିବା ଭାରତୀୟଙ୍କ ସୁରକ୍ଷା ନିଶ୍ଚିତ କରିବ ।
ବାଂଲାଦେଶରେ ଆରମ୍ଭ ହୋଇଥିବା ଉତ୍ତେଜନା ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କଠାରୁ ତାଙ୍କ ଚେୟାର ଛଡ଼ାଇ ନେଇଛି। ସେବେଠାରୁ ବାଂଲାଦେଶର ସ୍ଥିତି ଖରାପ ରହିଛି ଏବଂ ଏବେ ପୁରା ବିଶ୍ୱ ନଜର ଦେଶର ସ୍ଥିତି ଉପରେ ରହିଛି । ବାଂଲାଦେଶରେ ସଂଖ୍ୟାଲଘୁ (ହିନ୍ଦୁ, ଖ୍ରୀଷ୍ଟିଆନ ଏବଂ ଅନ୍ୟମାନଙ୍କ) ବିରୋଧରେ ହିଂସା ସୃଷ୍ଟି ହୋଇଛି। ବର୍ତ୍ତମାନ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ନିର୍ଦ୍ଦେଶରେ ଏହି ପ୍ରସଙ୍ଗରେ ଏକ କମିଟି ଗଠନ କରାଯାଇଛି।

ଏହି କମିଟି ବାଂଲାଦେଶର ହିନ୍ଦୁ ତଥା ଅନ୍ୟାନ୍ୟ ସଂଖ୍ୟାଲଘୁଙ୍କ ଉପରେ ସାମ୍ପ୍ରତିକ ପରିସ୍ଥିତି ତଥା ଅତ୍ୟାଚାରର ଅନୁଧ୍ୟାନ କରିବ। ଏହା ସହିତ ଗୃହମନ୍ତ୍ରୀ ଅମିତ ଶାହ ବାଂଲାଦେଶ ସରକାରଙ୍କ ସହ ଆଲୋଚନା କରିବେ ଏବଂ ସେଠାରେ ସଂଖ୍ୟାଲଘୁ ସମ୍ପ୍ରଦାୟର ସୁରକ୍ଷା ତଥା ସେମାନଙ୍କ ସମ୍ପତ୍ତିର ସୁରକ୍ଷା ନିଶ୍ଚିତ କରିବା ନେଇ ସୂଚନା ରହିଛି ।
ଏହି ସମୟ ମଧ୍ୟରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାର ସହିତ ସେଠାରେ ରହୁଥିବା ଭାରତୀୟ ହିନ୍ଦୁ ସମ୍ପ୍ରଦାୟ ଏବଂ ଅନ୍ୟାନ୍ୟ ସଂଖ୍ୟାଲଘୁ ସମ୍ପ୍ରଦାୟର ସୁରକ୍ଷା ପ୍ରସଙ୍ଗ ନେଇ ଆଲୋଚନା କରିବ। ଏହା ବ୍ୟତୀତ ଗୃହ ମନ୍ତ୍ରଣାଳୟର ଏହି କମିଟି ଭାରତ-ବାଂଲାଦେଶ ସୀମାରେ ପରିସ୍ଥିତି ଉପରେ ମଧ୍ୟ ନଜର ରଖିବ।












Click it and Unblock the Notifications