ହାଇ ଆଲର୍ଟରେ ବେଙ୍ଗାଲୁରୁ: ଟାର୍ଗେଟରେ ୩ଟି ପ୍ରସିଦ୍ଧ ହୋଟେଲ୍

Bangalore Bomb Threat: ବେଙ୍ଗାଲୁରୁରେ, ଗୁରୁବାର ଦିନ ସହରର ତିନୋଟି ବଡ ହୋଟେଲକୁ ବୋମା ବିସ୍ଫୋରଣରେ ଉଡାଇ ଦେବାକୁ ମିଳିଛି ଧମକ । ଏନେଇ ଏକ ଧମକପୂର୍ଣ୍ଣ ଇମେଲ୍ ମିଳିବା ପରେ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ବଢାଯାଇଛି । ସହରର ତିନୋଟି ନାମି ଦାମି ହୋଟେଲକୁ ବୋମାରେ ଉଡାଇବାର ଧମକ ମିଳିବା ପରେ ପୋଲିସ ସମସ୍ତ ତିନୋଟି ସହରରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଛି ।

Bangalore Bomb Threat

ଦକ୍ଷିଣ ପୂର୍ବ ବେଙ୍ଗାଲୁରୁର ଡିସିପି କହିଛନ୍ତି ଯେ, ସୂଚନା ପାଇବା ମାତ୍ରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ତିନୋଟି ହୋଟେଲକୁ ବୋମା ନିଷ୍କ୍ରିୟକାରୀ ସ୍କ୍ୱାଡ ସହ ଉକ୍ତ ସ୍ଥାନରେ ପହଞ୍ଚିଛି । ବର୍ତ୍ତମାନ ଦଳ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି। ଆଖପାଖ ଅଞ୍ଚଳରେ ସୁରକ୍ଷା ମଧ୍ୟ ବୃଦ୍ଧି କରାଯାଇଛି। ଏହାର ଗୋଟିଏ ଦିନ ପୂର୍ବରୁ ଦିଲ୍ଲୀ ଗୃହ ମନ୍ତ୍ରଣାଳୟକୁ ମଧ୍ୟ ବୋମା ବିସ୍ଫୋରମରେ ଉଡାଇଦେବାର ଧମକ ଇମେଲ ମିଳିଥିଲା ।

ଏହା ପୂର୍ବରୁ ଏପ୍ରିଲ 2024 ରେ, ଦିଲ୍ଲୀ-ଏନସିଆର, ଜୟପୁର, ଉତ୍ତରପ୍ରଦେଶ ଏବଂ ବେଙ୍ଗାଲୁରୁର ଅନେକ ସ୍କୁଲକୁ ବୋମା ବିସ୍ଫୋରଣରେ ଉଡାଇବା ନେଇ ଧମକପୂର୍ଣ୍ଣ ଇମେଲ୍ ମିଳିଥିଲା । ଯାହା ପରେ ଉକ୍ତ ଅଞ୍ଚଳରେ ଚହଳ ସୃଷ୍ଟି ହୋଇଥିଲା ଏପରିକି ସ୍କୁଲ ଗୁ଼ଡିକ ବନ୍ଦ କରାଯିବାର ନିଷ୍ପତ୍ତି ନିଆଯାଇଥିଲା ଏବଂ ଭୟର ବାତାବରଣ ସୃଷ୍ଟି ହୋଇଥିଲା ।

ପରେ ଏହି ସମସ୍ତ ଧମକ ଗୁଜବ ବୋଲି ପ୍ରମାଣିତ ହୋଇଥିଲା । ତେବେ ଏହି ଧମକ ପରେ ଦିଲ୍ଲୀ ପୋଲିସ ସତର୍କ ମୋଡରେ ଅଛି ଏବଂ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରାଯାଇଛି । ଦିଲ୍ଲୀ ପୋଲିସ 17 ମଇରେ ଦିଲ୍ଲୀ ହାଇକୋର୍ଟରେ ଏକ ରିପୋର୍ଟ ଦାଖଲ କରିଥିଲା ​​ଯେଉଁଥିରେ ସହରରେ ପାଞ୍ଚଟି ବୋମା ନିଷ୍କ୍ରିୟକାରୀ ସ୍କ୍ୱାଡ ଏବଂ 18 ଟି ବୋମା ଚିହ୍ନଟ ଦଳ ନିୟୋଜିତ କରିବାକୁ କୁହାଯାଇଥିଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+