ରେଳ ମନ୍ତ୍ରୀଙ୍କ ବଡ଼ ଘୋଷଣା , ୬୦ ଦିନ ମଧ୍ୟରେ ଗଡିବ ‘ବନ୍ଦେ ଭାରତ ସ୍ଲିପର'
ଶନିବାର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସାମ୍ବାଦିକଙ୍କୁ କହିଛନ୍ତି ଯେ ସରକାର ଟ୍ରେନରେ ୱେଟିଂ ସମସ୍ୟାର ସମଧାନ ପାଇଁ ଲଗାତାର ଉଦ୍ୟମ କରୁଛି । ମାତ୍ର ୨ ମାସ ମଧ୍ୟରେ ଦେଶରେ 'ବନ୍ଦେ ଭାରତ ସ୍ଲିପର' ଟ୍ରେନ୍ ଗଡ଼ିବ । ସରକାର ୱେଟିଂ(ଅପେକ୍ଷା) ସମସ୍ୟା ସହ ଲଢ଼ିବା ଲାଗି ଲଗାତର ଚେଷ୍ଟା କରୁଛନ୍ତି ।
ଏଣୁ ୬୦ ଦିନ ମଧ୍ୟରେ ଏହି ଟ୍ରେନ୍ ଚାଲିବ । ରେଳ ମନ୍ତ୍ରୀ କହିଛନ୍ତି ଯେ ବର୍ତ୍ତମାନ ସମୟରେ ୨ ଟ୍ରେନ୍ ସେଟ୍ ଏଥିପାଇଁ ପ୍ରସ୍ତୁତ ଅଛି । ଏହି ଦୁଇ ଟ୍ରେନରେ ଆଗାମୀ ୬ ମାସ ଯାଏ ଟେଷ୍ଟି ହେବ । ଏହାପରେ ଏହାକୁ ଲୋକଙ୍କ ସେବା ପାଇଁ ଆରମ୍ଭ କରାଯିବ । ବର୍ତ୍ତମାନ ସମୟରେ ବନ୍ଦେ ଭାରତ ସ୍ଲିପର ପାଇଁ ୪ କୋଚ୍ ବିଶିଷ୍ଟ ଏକ ବେସିକ ଟ୍ରେନ୍ ସେଟ୍ ତିଆରି କରାଯାଇଛି ।

କେବଳ ଏତିକି ନୁହେଁ ଆଗାମୀ ୫ ବର୍ଷ ମଧ୍ୟରେ ପ୍ରାୟ ୪୦୦ ବନ୍ଦେ ଭାରତ ଟ୍ରେନ୍ ଟ୍ରାକ୍କୁ ଆଣିବାକୁ ଯୋଜନା ରହିଛି । ବନ୍ଦେ ଭାରତ ଟ୍ରେନ୍ରେ ଇଞ୍ଜିନ ଭିନ୍ନ ନ ଥାଏ । ଦ୍ରୁତ ଗତି ପାଇଁ ଏହା ଲୋକପ୍ରିୟ ହେବାରେ ଲାଗିଛି ।
ରେଳ ମନ୍ତ୍ରୀ ଆହୁରି କହିଛନ୍ତି ଯେ ଚଳିତ ଥର ଭିଡକୁ କମ କରିବା ପାଇଁ ଗ୍ରୀଷ୍ମ ଋତୁରେ ଟ୍ରେନର ୧୯,୮୩୭ ଟ୍ରିପ୍ ବଢାଯାଇଛି । ଚଳିତ ଥର ଗ୍ରୀଷ୍ମ ଋତୁରେ ପ୍ରାୟ ୪ କୋଟି ଅଧିକ ଲୋକ ଟ୍ରେନରେ ଯାତ୍ରା କରିଛନ୍ତି ।












Click it and Unblock the Notifications