ଭ୍ରଷ୍ଟାଚାର ରୋକିବାକୁ ଚନ୍ଦ୍ରବାବୁଙ୍କ ଅପିଲ୍, ନୋଟବନ୍ଦୀ ପାଇଁ କେନ୍ଦ୍ରଙ୍କୁ ଦେଲେ ଆହ୍ୱାନ
ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ସରକାରଙ୍କୁ ପୁଣିଥରେ ନୋଟବନ୍ଦୀ ପାଇଁ ଦାବି କରିଛନ୍ତି । ଚନ୍ଦ୍ରବାବୁ ନାଇଡୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ୫୦୦ ଟଙ୍କିଆ ବନ୍ଦ କରିବାକୁ ନିବେଦନ କରିଛନ୍ତି । କଳାଧନ ଉପରେ ଅଙ୍କୁଶ ଲଗାଇବା ସହିତ, ଡିଜିଟାଲ ରାଜନୈତିକ ଦାନ ଦେବା ଏବଂ ନଗଦ ପ୍ରଚଳନକୁ କମ୍ କରିବା ପାଇଁ ୫୦୦ ଟଙ୍କିଆ ଏବଂ ୨୦୦୦ ଟଙ୍କିଆ ନୋଟ୍କୁ ବନ୍ଦ କରିବାକୁ ଆହ୍ବାନ ଦେଇଛନ୍ତି ।
ୱାଇଏସଆର କଡପା ଜିଲ୍ଲାରେ ଟିଡିପିର ମହାନାଡୁ କାର୍ଯ୍ୟକ୍ରମରେ ଦଳୀୟ କର୍ମୀଙ୍କୁ ସମ୍ବୋଧିତ କରି ସେ କହିଛନ୍ତି ଯେ ଦେଶରେ ଦୁର୍ନୀତି ରୋକିବା ଏବଂ ଆର୍ଥିକ କାରବାରରେ ସ୍ୱଚ୍ଛତା ଆଣିବା ପାଇଁ ଡିଜିଟାଲ ମୁଦ୍ରାକୁ ପ୍ରାଥମିକତା ଦିଆଯିବା ଉଚିତ । ଭାଷଣରେ ନାଇଡୁ କହିଥିଲେ ଯେ ପୂର୍ବରୁ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଡିଜିଟାଲ ମୁଦ୍ରା ଉପରେ ଏକ ରିପୋର୍ଟ ପ୍ରଦାନ କରିବା ସମୟରେ ସେ ବଡ଼ ନୋଟ୍ ମୁଦ୍ରଣ ବନ୍ଦ କରିବା ଉଚିତ ବୋଲି ପରାମର୍ଶ ଦେଇଥିଲେ । ସେ କହିଥିଲେ ଯେପର୍ଯ୍ୟନ୍ତ ବଡ଼ ନୋଟ୍ ପ୍ରଚଳନରେ ରହିବ, ସେପର୍ଯ୍ୟନ୍ତ ନଗଦ କାରବାରରେ ଦୁର୍ନୀତିର ସୁଯୋଗ ରହିବ । ଡିଜିଟାଲ ପେମେଣ୍ଟ ସହିତ ପ୍ରତ୍ୟେକ କାରବାରକୁ ଚିହ୍ନଟ କରାଯାଇପାରିବ, ଯାହା ସ୍ୱଚ୍ଛତା ସୁନିଶ୍ଚିତ କରିବ ।
ସେ ଏହା ମଧ୍ୟ କହିଛନ୍ତି ଯେ ସାରା ବିଶ୍ୱରେ ଡିଜିଟାଲ ମୁଦ୍ରାର ଧାରା ବୃଦ୍ଧି ପାଉଛି ଏବଂ ଭାରତକୁ ମଧ୍ୟ ଏହି ଦିଗରେ ଦୃଢ଼ ପଦକ୍ଷେପ ନେବାକୁ ପଡିବ । ଚନ୍ଦ୍ରବାବୁ ନାଇଡୁ ଡିଜିଟାଲ କାରବାରକୁ ପ୍ରୋତ୍ସାହିତ କରିବା ପାଇଁ ଦଳୀୟ ପାଣ୍ଠିର ଉଦାହରଣ ଦେଇଥିଲେ, ଯେଉଁଠାରେ ଏବେ କର୍ମୀମାନେ QR କୋଡ୍ ମାଧ୍ୟମରେ ଦାନ ଜମା କରିପାରିବେ । ଏହା ନଗଦ ବ୍ୟବହାର କରିବାର ଆବଶ୍ୟକତାକୁ ଦୂର କରେ ।

ସେ କହିଛନ୍ତି, ଏହାଦ୍ବାରା ରାଜୀନିତରେ ମଧ୍ୟ ଫାଇଦା ହେବ । ଏବେ ଡିଜିଟାଲ ମାଧ୍ୟମରେ ରାଜନୈତିକ ଦଳକୁ ଫଣ୍ଡିଂ ଦେଇହେବ । କଳାଧନ ଦୂର କରିବା ପାଇଁ ୨୦୦୦ ନୋଟ୍ ସମ୍ପୂର୍ଣ୍ଣ ପ୍ରତ୍ୟାହାର ଉପରେ ନାଇଡୁ ଗୁରୁତ୍ୱାରୋପ କରିଥିଲେ । ତେଲୁଗୁ ଦେଶମ ପାର୍ଟି ସବୁବେଳେ ସ୍ବଚ୍ଛ ରାଜନୀତି ପାଇଁ ପ୍ରତିବଦ୍ଧ ରହିଥାଏ । କଳାଧନ ଜମା କରିବାକୁ କେବେ ବି ପ୍ରୋତ୍ସାହନ ଦେଇନାହିଁ । ଆଉ ବଡ ନୋଟ୍ କଳାଧନକୁ ପ୍ରୋତ୍ସାହନ ଦେଇଥାଏ । ତେଣୁ ଏହାକୁ ବନ୍ଦ କରିଦେବା ଭଲ । ୨୦୦୦ ଟଙ୍କିଆକୁ ସଂପୂର୍ଣ୍ଣ ଭାବେ ବନ୍ଦ କରିବାକୁ ଦାବି କରିଛନ୍ତି ଚନ୍ଦ୍ରବାବୁ ନାଇଡୁ ।
-
ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା, ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ -
ଯୁଦ୍ଧ ଭିତରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ କଥା ହେଲେ ଟ୍ରମ୍ପ, କହିଲେ ଆଲୋଚନା... -
T20 ବିଶ୍ୱକପ: କେତେ ମିଳିଲା ପୁରସ୍କାର ରାଶି ? -
ସୋମବାର ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ -
ମଧ୍ୟପ୍ରାଚ୍ୟରେ ମହା ଭୟଙ୍କର ଯୁଦ୍ଧ, ଇସ୍ରାଏଲର ମିସାଇଲ ମାଡ଼ରେ ଆମେରିକାର ୩୦ କୋଟି ଡଲାର ମୂଲ୍ୟର ଥଡ୍ ରେଡାର ସିଷ୍ଟମ ଧ୍ବଂସ -
ବର୍ଷିଲେ ରାଷ୍ଟ୍ରପତି, ଅସନ୍ତୋଷ ପରେ ମମତା ବାନାର୍ଜୀ ଦେଲେ ପ୍ରତିକ୍ରିୟା -
ବଦଳିଲା ବୁକିଂ ନିୟମ, ଏଣିକି ୨୧ ଦିନ ନ ହେଲେ ମିଳିବନି ନୂଆ ସିଲିଣ୍ଡର -
ଦକ୍ଷିଣ ଲେବାନନ୍ ଉପରେ ପୁନର୍ବାର ଆକ୍ରମଣ କଲା ଇସ୍ରାଏଲ, ଏପର୍ଯ୍ୟନ୍ତ ଯୁଦ୍ଧରେ ୧,୨୩୦ ଲୋକଙ୍କର ମୃତ୍ୟୁ -
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ












Click it and Unblock the Notifications