ପାକିସ୍ତାନରେ ଇଣ୍ଟରନେଟ ସେବା ଉପରେ ପ୍ରତି ବନ୍ଧକ, ଜାଣନ୍ତୁ କାରଣ

ଇସଲାମବାଦ: ମୁମ୍ବାଇ ସିରିଜି ବମ୍‌ ବ୍ଲାଷ୍ଟର ମାଷ୍ଟର ମାଇଣ୍ଡ ଦାଉଦ୍‌ ଇବ୍ରାହିମ୍‌ଙ୍କ ଅବସ୍ଥା ଗୁରୁତର । ତାଙ୍କୁ ପାକିସ୍ତାନର କରାଚିସ୍ଥିତ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବିଷକ୍ରିୟା ଯୋଗୁ ଦାଉଦଙ୍କର ଏପରି ଅବସ୍ଥା ହୋଇଥିବା ଆଲୋଚନା ହେଉଥିବା ବେଳେ ସେ ଏବେ ଗୁରୁତର ରୋଗରେ ପୀଡ଼ିତ ଥିବା ବି ଚର୍ଚ୍ଚା ଚାଲିଛି। ତେବେ ଏନେଇ ଅଫିସିଆଲି କିଛି ସୂଚନା ମିଳିନି।

Dawood Ibrahim

ଦାଉଦ୍‌ ଇବ୍ରାହିମଙ୍କୁ କେହି ବିଷ ଦେଇ ହତ୍ୟା କରିବାକୁ ଉଦ୍ୟମ କରିଥିବା ଅନୁମାନ କରାଯାଉଛି । କିନ୍ତୁ ଏ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ଗତକାଲିଠୁ କରାଚିରେ ଏକ ହସ୍ପିଟାଲରେ ଭର୍ତ୍ତି ହୋଇଥିବା କୁହାଯାଉଛି । ଦାଉଦ୍ ଇବ୍ରାହିମକୁ ହସ୍ପିଟାଲ୍ ଭିତରେ କଡ଼ା ସୁରକ୍ଷା ବଳୟରେ ରଖାଯାଇଛି । କେବଳ ଉପରିସ୍ଥ ହସ୍ପିଟାଲ କର୍ତ୍ତୃପକ୍ଷ ଓ ତାଙ୍କ ନିକଟ ସମ୍ପର୍କୀୟଙ୍କୁ ସେହି ଫ୍ଲୋରକୁ ପ୍ରବେଶ ଅନୁମତି ରହିଛି । ଅଣ୍ଡରୱାର୍ଲଡ ଡନର ସମ୍ପର୍କୀୟ ଅଲିଶାହ ପାର୍କର ଓ ସାଜିଦ ବାଗଲେଙ୍କ ଠାରୁ ମୁମ୍ବାଇ ପୋଲିସ ଅଧିକ ତଥ୍ୟ ହାସଲ କରିବାକୁ ଚେଷ୍ଟା କରୁଛି ।

ପାକିସ୍ତାନରେ ଦାଉଦ୍‌ ଇବ୍ରାହିମ ବିଷାକ୍ତ ଖବର ପାଇବା ପରେ ଦେଶରେ ଉତ୍ତେଜନା ପ୍ରକାଶ ପାଇଛି। ପାକିସ୍ତାନରେ ଇଣ୍ଟରନେଟ୍ ସର୍ଭରର ଉପରେ ପ୍ରତିବନ୍ଧକ ଲାଗିଛି। ଲାହୋର, କରାଚି, ଇସଲାମାବାଦ ପରି ବଡ ବଡ ସହରରେ ସର୍ଭରଗୁଡ଼ିକ ମଧ୍ୟ ବନ୍ଦ ଅଛି | ଏହା ବ୍ୟତୀତ X, ଫେସବୁକ୍, ଇନଷ୍ଟାଗ୍ରାମ ମଧ୍ୟ କାମ କରୁନାହିଁ | ଦାବି କରାଯାଇଛି ରାତି 8ଟା ପରେ ଇଣ୍ଟରନେଟ୍ କାମ କରୁ ନାହିଁ |

ସାରା ବିଶ୍ୱରେ ଇଣ୍ଟରନେଟ୍, ସାଇବର ସୁରକ୍ଷା ଏବଂ ଡିଜିଟାଲ୍ ଉପରେ ନଜର ରଖୁଥିବା ଏକ ସଂସ୍ଥା ନେଟବ୍ଲକ୍ ପାକିସ୍ତାନରେ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଉପରେ ପ୍ରତିବନ୍ଧକ ଲଗାଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+