ଚଳିତବର୍ଷ ମଧ୍ୟ ଦିଲ୍ଲୀରେ ଫୁଟିବନି ବାଣ
ନୂଆଦିଲ୍ଲୀ: ଏଥର ମଧ୍ୟ ଦୀପାବଳିରେ ଦିଲ୍ଲୀରେ ଫୁଟିବନି ବାଣ । ପ୍ରଦୂଷଣ ମୁକ୍ତ କରିବା ପାଇଁ ଦିଲ୍ଲୀ ସରକାରଙ୍କ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । ଦିଲ୍ଲୀର ବର୍ଦ୍ଧିତ ପ୍ରଦୂଷଣ ଏକ ଚିନ୍ତାର କାରଣ ସାଜିଛି ।
ଦେଶର ରାଜଧାନୀକୁ ପ୍ରଦୂଷଣ ମୁକ୍ତ କରିବାକୁ କେନ୍ଦ୍ର ସରକାରଙ୍କ ସହ ରାଜ୍ୟଗୁଡିକର ମିଳିତ ବୈଠକରେ ଦିଲ୍ଲୀ ସରକାର ସମଗ୍ର ରାଜଧାନୀରେ ବାଣ ଫୁଟାଇବା ଉପରେ ରୋକ ଲଗାଇବା ସହ ଡିଜେଲ୍ ଗାଡ଼ି ଚଳାଚଳ ଉପରେ ସମ୍ପୂର୍ଣ୍ଣ ପ୍ରତିବନ୍ଧକ ଲଗାଇକୁ କେନ୍ଦ୍ର ପରିବେଶ ମନ୍ତ୍ରଣାଳୟକୁ ଅନୁରୋଧ କରିଛନ୍ତି ।

ତେବେ ଏନେଇ ଦିଲ୍ଲୀ ପିରବେଶ ମନ୍ତ୍ରୀ ଗୋପାଳ କେନ୍ଦ୍ର ପରିବେଶ ମନ୍ତ୍ରୀ ଭୁପେନ୍ଦ୍ର ଯାଦବ ଦିଲ୍ଲୀ, ପଞ୍ଜାବ, ହରିୟାଣା, ଉତ୍ତରପ୍ରଦେଶ ଏବଂ ରାଜସ୍ଥାନର ପରିବେଶ ମନ୍ତ୍ରୀଙ୍କ ଆ ଲୋଚନା କରିଛନ୍ତି । ଏହି ବୈଠକରେ ଦିଲ୍ଲୀକୁ ପ୍ରଦୂଷଣ ମୁକ୍ତ ରଖିବା ପାଇଁ ସମସ୍ତ ପ୍ରକାରର ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।
ସେଣ୍ଟର ଫର୍ ସାଇନ୍ସ ଆଣ୍ତ ଏନଭାରମେଣ୍ଟ ରିପୋର୍ଟ ଅନୁସାରେ, ଦେଶର ରାଜଧାନୀରେ ୩୧ ପ୍ରତିଶତ ପ୍ରଦୂଷଣ ଦିଲ୍ଲୀରୁ ସୃଷ୍ଚି ହୋଇଥିବା ବେଳେ ୬୯% ପ୍ରଦୂଷଣ ଏନସିଆର ରାଜ୍ୟଗୁଡିକ ଦ୍ୱାରା ସୃଷ୍ଟି ହେଉଛି । ତେଣୁ ସମସ୍ତ ଏନସିଆଲ ରାଜ୍ୟ ଗୁଡିକରେ ବାଣ ନ ଫୁଟାଇବା ଏବଂ ନଡ଼ା ଜାଳିବା ଉପରେ ସମ୍ପୂର୍ଣ୍ଣ ନିଷେଧାଦେଶ ଲଗାଇବା ଉଚିତ୍ ।ସେହିପରି ବର୍ତ୍ତମାନ କେବଳ ସିଏନଜି ଏବଂ ବୈଦ୍ୟୁତିକ ଯାନ ଚଳାଇବା ପାଇଁ ଅନୁନତି ଦେଲେ ପ୍ରଦୃଷଣ ହାର ହ୍ରାସ କରିପାରିବା ।












Click it and Unblock the Notifications