Get Updates
Get notified of breaking news, exclusive insights, and must-see stories!

ନିଜକୁ ସ୍ୱାଧୀନ ଘୋଷଣା କଲା ବଲୁଚିସ୍ତାନ, କହିଲା-'ବଲୁଚିସ୍ତାନ ପାକିସ୍ତାନ ନୁହେଁ'

ବଲୋଚ ନେତାମାନେ ବଲୁଚିସ୍ତାନକୁ ପାକିସ୍ତାନଠାରୁ ସ୍ବାଧୀନ ଘୋଷଣା କରିଛନ୍ତି । ପାକିସ୍ତାନ ଅଧିକୃତ ବଲୁଚିସ୍ତାନର ବେଲୁଚିସ୍ତାନ ଲୋକମାନେ ରାସ୍ତାକୁ ଓହ୍ଲାଇଛନ୍ତି ଏବଂ ଏହା ସେମାନଙ୍କର ଜାତୀୟ ନିଷ୍ପତ୍ତି ଯେ ବେଲୁଚିସ୍ତାନ ପାକିସ୍ତାନ ନୁହେଁ ଏବଂ ବିଶ୍ୱ ଆଉ ନୀରବ ଦର୍ଶକ ହୋଇ ରହିପାରିବ ନାହିଁ।

ବୁଧବାର ଦିନ ବଲୁଚ୍ ନେତା ମୀର ୟାର ବାଲୁଚ୍ ପାକିସ୍ତାନ ଠାରୁ ସ୍ୱାଧୀନତା ଘୋଷଣା କରିଛନ୍ତି। ବରିଷ୍ଠ ବଲୋଚ ନେତା ମୀର୍‌ ୟାର୍ ବଲୋଚ ବୁଧବାର ଏହି ଅଞ୍ଚଳରେ ଦଶନ୍ଧି ଧରି ଚାଲିଥିବା ହିଂସା, ଜବରଦସ୍ତ ନିଖୋଜ ଓ ମାନବାଧିକାର ଉଲ୍ଲଂଘନକୁ ଦର୍ଶାଇ ପାକିସ୍ତାନରୁ ସ୍ୱାଧୀନତା ଘୋଷଣା କରିଛନ୍ତି ।

ଏକ୍ସରେ ଏକ ପୋଷ୍ଟରେ ସେ କହିଛନ୍ତି ଯେ, ପାକିସ୍ତାନ-ଅଧିକୃତ ବଲୁଚିସ୍ତାନରେ ବଲୋଚ ଲୋକମାନେ ରାଜରାସ୍ତାକୁ ଓହ୍ଲାଇଛନ୍ତି ଏବଂ ଏହା ସେମାନଙ୍କର ଜାତୀୟ ରାୟ ଯେ ବଲୁଚିସ୍ତାନ ପାକିସ୍ତାନ ନୁହେଁ ଏବଂ ବିଶ୍ୱ ଆଉ ନୀରବ ଦର୍ଶକ ହୋଇପାରିବ ନାହିଁ। ତାଙ୍କର ଏହି ଘୋଷଣା ବିଶ୍ବବ୍ୟାପୀ ଚର୍ଚ୍ଚାର ପ୍ରସଙ୍ଗ ହୋଇଥିବା ବେଳେ ଏହା ପାକିସ୍ତାନରେ ହଇଚଇ ସୃଷ୍ଟି କରିଛି। ବଲୋଚ ନେତା ମୀର୍‌ ଭାରତୀୟ ନାଗରିକ, ବିଶେଷ କରି ଗଣମାଧ୍ୟମ, ୟୁଟ୍ୟୁବର ଓ ବୁଦ୍ଧିଜୀବୀମାନଙ୍କୁ ଅନୁରୋଧ କରି କହିଛନ୍ତି, ବଲୋଚମାନଙ୍କୁ ପାକିସ୍ତାନୀ କହିବାରୁ ଦୂରେଇ ରହିବାକୁ ହେବ। ସେ କହିଛନ୍ତି, ଆମେ ପାକିସ୍ତାନୀ ନୁହଁ, ଆମେ ବଲୁଚିସ୍ତାନୀ।

Balochistan declared itself independent

ପାକିସ୍ତାନର ନିଜ ଲୋକମାନେ ହେଉଛନ୍ତି ପଞ୍ଜାବୀ ଯେଉଁମାନେ କେବେ ବି ବିମାନ ଆକ୍ରମଣ, ବୋମା ବିସ୍ଫୋରଣ, ଜବରଦସ୍ତ ନିଖୋଜ ଓ ଗଣହତ୍ୟାର ସମ୍ମୁଖୀନ ହୋଇ ନ ଥିଲେ। ମୀର ୟାର୍ ବଲୋଚ ମଧ୍ୟ ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ) ଉପରେ ଭାରତର ଆଭିମୁଖ୍ୟକୁ ପୂର୍ଣ୍ଣ ସମର୍ଥନ ଜଣାଇଛନ୍ତି। ଏହି ଅଞ୍ଚଳ ଖାଲି କରିବାକୁ ପାକିସ୍ତାନ ଉପରେ ଚାପ ପକାଇବାକୁ ସେ ଅନ୍ତର୍ଜାତୀୟ ସମୁଦାୟକୁ ଅନୁରୋଧ କରିଛନ୍ତି। ଭାରତ ପାକିସ୍ତାନ ସେନାକୁ ପରାସ୍ତ କରିବାରେ ସକ୍ଷମ ଏବଂ ଯଦି ପାକିସ୍ତାନ ଏଥିପ୍ରତି ଧ୍ୟାନ ନ ଦିଏ ତେବେ ରକ୍ତପାତ ପାଇଁ ପାକ୍‌ ସେନା ଜେନେରାଲଙ୍କୁ ଦାୟୀ କରାଯିବା ଉଚିତ ବୋଲି ସେ କହିଛନ୍ତି। ଇସଲାମାବାଦ ପିଓକେ ଲୋକଙ୍କୁ ମାନବ ଢାଲ ଭାବରେ ବ୍ୟବହାର କରୁଥିବାରୁ ଭାରତ ଅତି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ବୋଲି ବଲୋଚ ନେତା ଦାବି କରିଛନ୍ତି। ବଲୁଚିସ୍ତାନର ସ୍ୱାଧୀନତା ନିମନ୍ତେ ଭାରତ ଓ ବିଶ୍ୱ ସମୁଦାୟର ସ୍ୱୀକୃତି ଓ ସମର୍ଥନ ପାଇଁ ସେ ଆହ୍ୱାନ ଦେଇଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+