ବାହାନଗା ଟ୍ରେନ୍ ଟ୍ରାଜେଡି:ଆଉ ଜଣେ ଆହତଙ୍କ ମୃତ୍ୟୁ
ବାହାନଗା ଟ୍ରେନ୍ ଟ୍ରାଜେଡି:ବାହାନଗା ଟ୍ରେନ୍ ଦୁର୍ଘଟଣାରେ ଆଉ ଜଣେ ଆହତଙ୍କ ମୃତ୍ୟୁ । କଟକ ଏସସସିବିରେ ଚିକିତ୍ସିତ ହେଉଥିବା ପଲତୁ ନସ୍କାର ନାମକ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ତାଙ୍କ ଘର ପଶ୍ଚିମବଙ୍ଗ ଅଞ୍ଚଳରେ ବୋଲି ସୂଚନା ରହିଛି । ସେ ସେଣ୍ଟ୍ରାଲ ଆଇସିୟୁ ବେଡ୍ ନମ୍ବର ୧୪ରେ ଚିକିତ୍ସିତ ହେଉଥିଲେ ।

ସୂଚନାଥାଉ ଯେ, କରମଣ୍ତଳ ଟ୍ରେନ ଦୁର୍ଘଟଣାରେ ଆହତ ହୋଇଥିବା ଆହୁରି ୮୧ ଜଣଙ୍କର ଏସସିବିରେ ଚିକିତ୍ସା କରାଯାଉଛି । ୧୧ ଜଣଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି । ବାହାନଗା ଟ୍ରେନ ଦୁର୍ଘଟଣାରେ ୨୯୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୨୦୦ ଅଧିକ ଯାତ୍ରୀ ଆହତ ହୋଇଥିଲେ ।
ଏହା ପୂର୍ବରୁ କଟକ ଏସସିବିରେ ତିନି ଜଣ ଆହତଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା । ବର୍ତ୍ତମାନ ୪୨ ଜଣ ଆହତ ଚିତିତ୍ସିତ ହେଉଥିବା ନେଇ ସୂଚନା ରହିଛି । ଯାହା ମଧ୍ୟରୁ ୧୨ ଜଣ ଆଇସିୟୁରେ ଚିକିତ୍ସିତ ହେଉଛନ୍ତି ।












Click it and Unblock the Notifications