ଲୋକସଭା ସଦସ୍ୟ ପଦରୁ ଇସ୍ତଫା ଦେଲେ ବାବା ବାଲକନାଥ

ରାଜସ୍ଥାନ: ଲୋକସଭା ସଦସ୍ୟ ପଦରୁ ଇସ୍ତଫା ଦେଲେ ବାବା ବାଲକନାଥ । ସେ ରାଜସ୍ଥାନର ଅଲୱର ଲୋକସଭା ଆସନରେ ସାଂସଦ ଥିଲେ । ବାବା ବାଲକନାଥ ଲୋକସଭା ଅଧକ୍ଷ ଓମ୍ ବିଲ୍ଲାଙ୍କୁ ଭେଟି ନିଜ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି । ବିଜେପି ପକ୍ଷରୁ ସେ ତିଜାରା ଆସନରୁ ସେ ନିର୍ବାଚନ ଲଢିଥିଲେ । ଯେଉଁଠି ସେ କଂଗ୍ରେସ ପ୍ରାର୍ଥୀ ଇମ୍ରାନ ଖାନଙ୍କୁ ପରଜାୟ କରିଥିଲେ ।

ବର୍ତ୍ତମାନ ସେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଦୌଡରେ ସାମିଲ ଅଛନ୍ତି । ଅନେକ ରିପୋର୍ଟରେ ଦର୍ଶାଯାଇଛି ଯେ ବିଜେପି ନେତା ବାବା ମହନ୍ତ ବାଳକନାଥଙ୍କୁ ରାଜସ୍ଥାନର ସିଏମ୍ ପ୍ରାର୍ଥୀ ଭାବରେ ବିଚାର କରାଯାଉଛି । ଏସବୁ ବ୍ୟତୀତ ବାବା ବାଳକନାଥ ମଧ୍ୟ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ ଘନିଷ୍ଠତା ପାଇଁ ଆଜିକାଲି ସମ୍ବାଦରେ ଅଛନ୍ତି । ଗେରୁଆ ବସ୍ତ୍ର ପିନ୍ଧିବା, ମହନ୍ତ ଏବଂ ସନାତନ ... ୟୁପି ସିଏମ୍ ଯୋଗୀ ଏବଂ ବାବା ବାଳକନାଥଙ୍କ ମଧ୍ୟରେ ଅନେକ ସମାନତା ଅଛି ।ଦୁହେଁ ପରସ୍ପରର ବନ୍ଧୁ ।

Rajasthan

୨୦୧୯ ଲୋକସଭା ନିର୍ବାଚନରେ ସିଏମ ଯୋଗୀ ଆଦିତ୍ୟନାଥ ବାବା ବାଳକନାଥ ପାଇଁ ପ୍ରଚାର କରିଥିଲେ । ଏଥର ନାମାଙ୍କନ ଦାଖଲ ଦିନ ସିଏମ ଯୋଗୀଙ୍କୁ ମଧ୍ୟ ତିଜରାଠାରେ ଦେଖିବାକୁ ମିଳିଥିଲା । ଏହି ଅଞ୍ଚଳର ଅଧିକାଂଶ ବଡ ହୋର୍ଡିଂରେ କେବଳ ଦୁଇଟି ଚେହେରା ଅଛି, ଗୋଟିଏ ସିଏମ୍ ୟୋଗୀ ଆଦିତ୍ୟନାଥ ଏବଂ ଅନ୍ୟଟି ବାଳକନାଥ । ସୂଚନାଥାଉ ଯେ, ଗତକାଲି ରାଜସ୍ଥାନ, ମଧ୍ୟପ୍ରଦେଶ ଏବଂ ଛତିଶଗଡରେ ବିଧାୟକ ଭାବେ ଲଢି ବିଜୟ ହୋଇଥିବା ବିଜେପି ସାଂସଦମାନେ ସାଂସଦ ପଦରୁ ଇସ୍ତଫା ଦେଇଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+