ବଜରଙ୍ଗ ପୁନିଆଙ୍କୁ 'ହତ୍ୟା' ଧମକ
Bajrang Punia: ବଜରଙ୍ଗ ପୁନିଆଙ୍କୁ 'ହତ୍ୟା' ଧମକ, କଂଗ୍ରେସ ଛାଡିବାକୁ ଦିଆ ଗଲା ଚେତାବନୀ । ହ୍ୱାଟସଆପରେ ଜଣେ ଅଜ୍ଞାତ ବ୍ୟକ୍ତି ତାଙ୍କୁ ଏକ ଧମକପୂର୍ଣ୍ଣ ମ୍ୟାସେଜ୍ କରିଥିବା ନେଇ ବଜରଙ୍ଗ ପୁନିଆ ସୂଚନା ଦେଇଛନ୍ତି । ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, ଦୁଇ ଦିନ ତଳେ ପୁନିଆ କଂଗ୍ରେସରେ ଯୋଗ ଦେଇଥିଲେ ।

ଏହି ମାମଲାରେ ପୋଲିସ କିହିଛି, ଏକ ବିଦେଶୀ ନମ୍ବରରୁ ଏହି SMS ଆସିଛି । ଅନ୍ୟପଟେ ବଜରଙ୍ଗ ପୁନିଆ ଏକ ଏଫଆଇଆରି ଦେଇଛନ୍ତି । ବର୍ତ୍ତମାନ ଘଟଣାର ତଦନ୍ତ ଜାରି ରହିଛି । ବଜରଙ୍ଗ ପୁନିଆ ଅଭିଯୋଗ କରିଛନ୍ତି ତାଙ୍କୁ କଂଗ୍ରେସ ଛାଡିବା ପାଇଁ କୁହାଯାଇଛି, ନହେଲେ ତାଙ୍କ ପରିବାର ଅସୁବିଧାରେ ପଡିପାରେ ବୋଲି ।












Click it and Unblock the Notifications