ପଦ୍ମଶ୍ରୀ ଫେରାଇବାକୁ ଘୋଷଣା କଲେ ବଜରଙ୍ଗ ପୁନିଆ
ଦିଲ୍ଲୀ: ରେସଲର ବଜରଙ୍ଗ ପୁନିଆ ଶୁକ୍ରବାର ଦିନ କହିଛନ୍ତି ଯେ ସେ ତାଙ୍କ ପଦ୍ମଶ୍ରୀ ପୁରସ୍କାର ଫେରାଇବାକୁ ଯାଉଛନ୍ତି । ସେ ନିଜେ ସୋସିଆଲ ମିଡ଼ଆ ଏକ୍ସ ରେ ପୋଷ୍ଟ କରି ଏହି ସୂଚନା ଦେଇଛନ୍ତି । ପୁନିଆଙ୍କ ପଦକ୍ଷେପକୁ ନେଇ କ୍ରୀଡା ମନ୍ତ୍ରଣାଳୟ ତୁରନ୍ତ ପ୍ରତିକ୍ରିୟା ପ୍ରକାଶ କରିଛି । କ୍ରୀଡ଼ା ମନ୍ତ୍ରଣାଳୟ ସୂତ୍ରରୁ ପିଟିଆଇ କହିଛି ଯେ ପଦ୍ମଶ୍ରୀ ଫେରିଇବା ହେଉଛି ବଜରଙ୍ଗ ପୁନିଆଙ୍କ ବ୍ୟକ୍ତିଗତ ନିଷ୍ପତ୍ତି ।
କ୍ରୀଡା ମନ୍ତ୍ରଣାଳୟ ପକ୍ଷରୁ ଏହା ମଧ୍ୟ କହିଛନ୍ତି ଯେ ଡବ୍ଲୁଏଫ୍ଆଇ ନିର୍ବାଚନ ଏକ ନିରପେକ୍ଷ ଏବଂ ଗଣତାନ୍ତ୍ରିକ ଢ଼ଙ୍ଗରେ କରାଯାଇଥିଲା, ଏଥିରେ ପ୍ରଶ୍ନ ଉଠାଇବାର କୌଣସି ଅର୍ଥ ନାହିଁ । ସୂତ୍ର ଆହୁରି ମଧ୍ୟ କହିଛି ଯେ ବଜରଙ୍ଗ ପୁନିଆ ପଦ୍ମଶ୍ରୀ ଫେରାଇବାର ନିଷ୍ପତ୍ତିକୁ ବଦଳାଇବା ପାଇଁ କ୍ରୀଡ଼ା ମନ୍ତ୍ରଣାଳୟ ଚେଷ୍ଟା କରିବ ।

ବଜରଙ୍ଗ ପୁନିଆ କହିଛନ୍ତି, "ଆମେ ଭଉଣୀ ଏବଂ ଝିଅଙ୍କ ଲଢେଇରେ ମୁଁ ବି ଲଢ଼େଇ କରୁଥିଲି । କିନ୍ତୁ ମୁଁ ସେମାନଙ୍କୁ ସମ୍ମାନ ଦେଇପାରିଲି ନାହିଁ ତେଣୁ ମୁଁ ମୋର ପଦକକୁ ଗେଟ୍ ନିକଟରେ ରଖିଦେଇ ଆସିଲି । ପୁନିଆ ତାଙ୍କ ପୁରସ୍କାର ନେଇ ଦିଲ୍ଲୀ ର କତ୍ତବ୍ୟ ମାର୍ଗରେ ଯାଉଥିଲେ । ଆଉ ସେହି ସମୟରେ ପୋଲିସ ତାଙ୍କୁ ଅଟକାଇଥିଲା । ଆଉ ସେତେବେଳେ ଦିଲ୍ଲୀ ପୋଲିସକୁ କହିଥିଲେ ଯେ, ମୁଁ ପଦ୍ମଶ୍ରୀ ପୁରଷ୍କାର ସେହି ବ୍ୟକ୍ତିଙ୍କୁ ଦେବି ଯିଏ ଏହାକୁ ପ୍ରଧାନମନ୍ତ୍ରୀଙ୍କ ନିକଟରେ ପହଁଞ୍ଚାଇପାରିବ ।
ବଜରଙ୍ଗ ପୁନିଆ ତାଙ୍କ ଚିଠିରେ କହିଛନ୍ତି, "... ଯେଉଁ ଝିଅମାନେ ବେଟି ବାଚାଓ ବେଟି ପାଢ଼ଓର ବ୍ରାଣ୍ଡ ଆମ୍ବାସାଡର ହେବାକୁ ଯାଉଥିଲେ, ସେମାନଙ୍କୁ ଏପରି ପରିସ୍ଥିତିରେ ପହଁଞ୍ଚାଇଦିଆଗଲା ଯେ, ସେମାନଙ୍କୁ ତାଙ୍କ ଖେଳରୁ ପଛକୁ ଯିବାକୁ ପଡ଼ିଲା । ଆମେ 'ସମ୍ମାନିତ' କୁସ୍ତି ଯୋଦ୍ଧାମାନେ କିଛି କରିପାରିଲୁ ନାହୁଁ । ମହିଳା କୁସ୍ତି ଯୋଦ୍ଧାଙ୍କ ଅପମାନ କରିବା ପରେ, ମୁଁ ମୋ ଜୀବନକୁ 'ସମ୍ମାନନୀୟ' ଭାବରେ ବଞ୍ଚି ପାରିବି ନାହିଁ । ଏହା ମୋତେ ସାରା ଜୀବନ ଅସୁବିଧାରେ ପକାଇବ । ସେଥିପାଇଁ ମୁଁ ଏହି ସମ୍ମାନୀୟ ପଦକକୁ ଫେରାଉଛି ।












Click it and Unblock the Notifications