'ଯୁଦ୍ଧରେ ବଳିଦାନର ଭାବ ବିଜୟ ସୁନିଶ୍ଚିତ କରିଥାଏ'
ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି ପୁଣେରେ ଦୁର୍ଦ୍ଦର୍ଷ ଯୋଦ୍ଧା ତଥା ମହାନ୍ ରାଷ୍ଟ୍ରଭକ୍ତ ବାଜିରାଓ ପେଶୱା ପ୍ରଥମଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିଛନ୍ତି । ଏହି ଅବସରରେ ଶ୍ରୀ ଶାହା ବର୍ତ୍ତମାନର ଏନ୍ଡିଏ ସରକାରଙ୍କ ସମୟରେ ସେନାର ପ୍ରସ୍ତୁତି ଓ ବାଜିରାଓ ପେଶୱା ପ୍ରଥମଙ୍କ ସମୟରେ ଯୁଦ୍ଧକଳା ମଧ୍ୟରେ ଏକ ତୁଳନାତ୍ମକ ଚିତ୍ର ପ୍ରଦାନ କରିଛନ୍ତି ।

ଶ୍ରୀ ଶାହା କହିଛନ୍ତି, ଯୁଦ୍ଧର କେତେକ ମୌଳିକ ନିୟମ ସବୁବେଳେ ସମାନ ରହିଥାଏ । ଯୁଦ୍ଧରେ ବ୍ୟୁହ ରଚନାର ମହତ୍ତ୍ୱ, ଯୁଦ୍ଧରେ ସମର୍ପଣ ଭାବ, ଯୁଦ୍ଧରେ ଦେଶଭକ୍ତିର ଭାବ ଏବଂ ସବୁଠାରୁ ବଡ଼କଥା ହେଉଛି ଯୁଦ୍ଧରେ ବଳିଦାନର ଭାବ ହିଁ ବିଜୟ ଆଣିଦେଇଥାଏ । ଅସ୍ତ୍ର ବଦଳିଥାଏ କିନ୍ତୁ ଯୁଦ୍ଧର ଲକ୍ଷ୍ୟ ସ୍ଥିର ରହିଥାଏ ବୋଲି ଶ୍ରୀ ଶାହା କହିଛନ୍ତି । ୫୦୦ ବର୍ଷର ଭାରତୀୟ ଇତିହାସରେ ଯଦି କେହି ସେଭଳି ଯୋଦ୍ଧା ଥାଆନ୍ତି, ସେ ହେଉଛନ୍ତି ଶ୍ରୀମନ୍ତ ବାଜିରାଓ ପେଶୱା ବୋଲି ଶ୍ରୀ ଶାହା କହିଛନ୍ତି :












Click it and Unblock the Notifications