ସଂସଦ ପବ୍ଲିକ ଅଣ୍ଡରଟେକିଂ କମିଟିର ଅଧ୍ୟକ୍ଷ ଭାବେ ବୈଜୟନ୍ତ ପଣ୍ଡାଙ୍କୁ ମିଳିଲା ଗୁରୁ ଦାୟିତ୍ଵ
ବିଜେପିର କେନ୍ଦ୍ରାପଡ଼ା ଲୋକସଭା ସଦସ୍ୟ ବୈଜୟନ୍ତ ପଣ୍ଡାଙ୍କୁ ମିଳିଛି ଗୁରୁ ଦାୟିତ୍ୱ। ସଂସଦର ପବ୍ଲିକ ଅଣ୍ଡରଟେକିଂ କମିଟିର ଅଧ୍ୟକ୍ଷ ଭାବେ ତାଙ୍କୁ ନିଯୁକ୍ତ କରାଯାଇଛି। ଲୋକସଭା ବାଚସ୍ପତି ଓମ୍ ବିର୍ଲା ତାଙ୍କୁ ଏହି ଗୁରୁ ଦାୟିତ୍ୱ ନ୍ୟସ୍ତ କରିନ୍ତି।

କମିଟିରେ ଲୋକସଭାରୁ ୧୫ ଓ ରାଜ୍ୟସଭାରୁ ୭ ସଦସ୍ୟ ମନୋନୀତ ହୋଇଛନ୍ତି। ଏହି କମିଟି ଗତ ୧୪ ତାରିଖରୁ ନିଜ କାର୍ଯ୍ୟ ଆରମ୍ଭ କରିଥିବା ବେଳେ ଆସନ୍ତା ବର୍ଷ ଏପ୍ରିଲ ୩୦ ତାରିଖ ପର୍ଯ୍ୟନ୍ତ ଏହା କାର୍ଯ୍ୟକ୍ଷମ ରହିବ।
ଏହି କମିଟିରେ ଲୋକସଭାର ସମୁଦାୟ ୧୫ ଜଣଙ୍କୁ ସାମିଲ କରାଯାଇଛି। ସେମାନଙ୍କ ମଧ୍ୟରେ ଅଛନ୍ତି ବୈଜୟନ୍ତ ପଣ୍ଡା, ତାରିକ ଅନୱାର, ସୁଦୀପ ବନ୍ଦୋପାଧ୍ୟାୟ, ଆର.କେ ଚୌଧୁରୀ, ଚନ୍ଦ୍ରପ୍ରକାଶ ଯୋଶୀ, କାନିମୋଝୀ କରୁଣାନିଧି, କୌଶଳେନ୍ଦ୍ର କୁମାର, ଶଙ୍କର ଲାଲୱାନୀ, ପୁନମବେନ ହେମଥଭାଇ ମାଡାମ ପ୍ରମୁଖ।
ଏହାବ୍ୟତୀତ ବି. ୱାଇ ରାଘବେନ୍ଦ୍ର, ମୁକେଶ ରାଜପୁତ, ସୁଖଜିନ୍ଦର ସିଂହ ରାନ୍ଧୱା, ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ, କୁଡିକୁନିଲ୍ ସୁରେଶ, ପ୍ରଭାକର ରେଡ୍ଡି ଭମରେଡ୍ଡି ପ୍ରମୁଖ ବି ଏହି କମିଟିର ସଦସ୍ୟ ଭାବେ ସ୍ଥାନ ପାଇଛନ୍ତି।












Click it and Unblock the Notifications