ବୈଜୟନ୍ତ ପଣ୍ଡାଙ୍କୁ ଆସାମ ଦାୟିତ୍ବ

ବୈଜୟନ୍ତ ପଣ୍ଡାଙ୍କୁ ପୁଣି ଗୁରୁ ଦାୟିତ୍ୱ । ଆସାମ ଓ ତାମିଲନାଡୁ ନିର୍ବାଚନ ପାଇଁ ପ୍ରଭାରୀଙ୍କ ନାଁ ଘୋଷଣା କରିଛି ବିଜେପି । ଆସାମ ନିର୍ବାଚନ ପ୍ରଭାରୀ ଭାବେ ନିଯୁକ୍ତ ହୋଇଛନ୍ତି କେନ୍ଦ୍ରାପଡାର ସାଂସଦ ବୈଜୟନ୍ତ ପଣ୍ଡା । ସେହିପରି ପୀୟୁଷ ଗୋଏଲ ତାମିଲନାଡୁ ନିର୍ବାଚନ ପ୍ରଭାରୀ ଭାବେ ନିଯୁକ୍ତ ହୋଇଛନ୍ତି । ଏନେଇ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ନିଯୁକ୍ତି ଦେଇଛନ୍ତି ।

Baijayant Panda

ପୂର୍ବରୁ ଆସାମରେ ବିଜେପି ସରକାର ଆଣିବାରେ ବୈଜୟନ୍ତ ପଣ୍ଡାଙ୍କୁ ନିର୍ବାଚନ ଦାୟିତ୍ୱ ଦିଆଯାଇଥିଲା । ସେ ସଫଳତାର ସହିତ ବିଜେପି ସରକାର ଆଣିବାରେ ସଫଳ ହୋଇଥିଲେ । ଯେଉଁଥିପାଇଁ ଦଳ ପକ୍ଷରୁ ଆଉ ଥରେ ତାଙ୍କୁ ଦଳ ଭରସା କରି ପୁଣି ଆସାମ ଦାୟିତ୍ୱ ଦେଇଛି । ବୈଜୟନ୍ତ ପଣ୍ଡାଙ୍କ ସହିତ ୨ ଜଣ କୋ- ଇନଚାର୍ଜ ମଧ୍ୟ ରହିଛନ୍ତି । ସୁନୀଲ ଶର୍ମା ଯିଏକି ,ଜମ୍ମୁ- କଶ୍ମୀର ବିଧାୟକ, ଆନ୍ୟ ଜଣେ ଦର୍ଶନ ଯାଦୋଶ ।

ସୂଚନାଯୋଗ୍ୟ, କେନ୍ଦ୍ର ଶାସିତ ଅଞ୍ଚଳ ଦିଲ୍ଲୀରେ ଏବେ ବିଜେପି ଶାସନ କ୍ଷମତାରେ ଅଛି। ଦିଲ୍ଲୀକୁ ନିଜ ନିୟନ୍ତ୍ରଣରେ ଆଣିବା ପାଇଁ ଭାରତୀୟ ଜନତା ପାର୍ଟି (ବିଜେପି) ଯୋଜନା ପ୍ରସ୍ତୁତ କରିଥିଲା। ୨୦୨୪ରେ ବିଜେପି ଏଥି ପାଇଁ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ବଡ଼ ଦାୟିତ୍ୱ ଦେଇଥିଲା। ଶ୍ରୀ ପଣ୍ଡାଙ୍କୁ ନିର୍ବାଚନ ପ୍ରଭାରୀ ଭାବେ ଦାୟିତ୍ୱ ମିଳିଥିଲା। ସାଂସଦ ଅତୁଲ ଗର୍ଗଙ୍କୁ ସହକାରୀ ସହପ୍ରଭାରୀ ଭାବେ ମଧ୍ୟ ନିଯୁକ୍ତି ମିଳିଥିଲା।

ଉଭୟଙ୍କୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡା ନିଯୁକ୍ତି ଦେଇଥିଲେ। ବିଜୟ ଆଶାରେ ବିଜେପି ଦୁଇ ପାୱାରଫୁଲ୍‌ ସାଂସଦ ବୈଜୟନ୍ତ ପଣ୍ଡା ଓ ଅତୁଲ ଗର୍ଗଙ୍କୁ ପ୍ରଭାରୀ ଭାବେ ନିଯୁକ୍ତି ଦେଇଥିଲା। ଗତ ବର୍ଷ ବି ବୈଜୟନ୍ତ ପଣ୍ଡା ନିଜର ଦକ୍ଷତା ପ୍ରତିପାଦନ କରିଥିଲେ ଏବଂ ନୂଆଦିଲ୍ଲୀରେ ବିଜେପିକୁ ଦୀର୍ଘ ବର୍ଷ ପରେ ପୁଣି କ୍ଷମତାର ସ୍ବାଦ ଚଖାଇଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+