Get Updates
Get notified of breaking news, exclusive insights, and must-see stories!

ବାହୁଡ଼ାରେ ବିଭିନ୍ନ ସ୍ଥାନରୁ ଆସିଲା ଅଘଟଣର ଖବର: ରଥରେ ଲାଗିଲା କରେଣ୍ଟ୍‌, ଜଳିଗଲେ ୬ ଶ୍ରଦ୍ଧାଳୁ

Bahuda Yatra 2023: ବାହୁଡ଼ାରେ ବିଭିନ୍ନ ସ୍ଥାନରୁ ଆସିଲା ଅଘଟଣର ଖବର । ତ୍ରିପୁରାରେ ରଥରେ କରେଣ୍ଟ ଲାଗିବାରୁ ଜଳିଗଲେ ୬ ଶ୍ରଦ୍ଧାଳୁ । ତ୍ରିପୁରାର ଉନାକୋଟି ଜିଲ୍ଲାରେ ଘଟିଛି ଏପରି ଘଟଣା ।

ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସିବାରୁ ରଥରେ ନିଆଁ ଲାଗି ଯାଇଥିଲା। ଏହି ଦୁର୍ଘଟଣାରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୫ ଜଣ ଗୁରୁତର ଆହତ ହୋଇଛନ୍ତି ।

Bahuda Yatra 2023

ସୂଚନା ମୁତାବକ ଏଭଳି ହୃଦୟ ବିଦାରକ ଘଟଣା ଓନାକୋଟି ଜିଲ୍ଲା କୁମାରଘାଟ ଅଞ୍ଚଳରେ ବୁଧବାର ସନ୍ଧ୍ୟାବେଳେ ଘଟିଛି । ଅପରାହ୍ନ ୪.୩୦ ମିନିଟ ସମୟରେ ଏଠାରେ ଭଗବାନ ଜଗନ୍ନାଥଙ୍କ ଓଲଟା ରଥଯାତ୍ରା ଉତ୍ସବ ପାଳନ କରାଯାଉଥିଲା । ଏହି କ୍ରମରେ ଭଗବାନ ଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ରଥଯାତ୍ରା ଚାଲିଥିଲା ।

ଲୁହାରେ ନିର୍ମିତ ବିଶାଳ ରଥକୁ ହଜାର ହଜାର ଲୋକ ନିଜ ହାତରେ ଟାଣି ନେଉଥିଲେ । ଏହି କ୍ରମରେ ଲୁହାରଥର କିଛି ଅଂଶ ସଡକ କଡରେ ଯାଇଥିବା ହାଇଭୋଲଟେଜ ଇଲେକ୍ଟ୍ରି ତାର ସଂସ୍ପର୍ଶରେ ଆସିଥିଲା । ଫଳରେ ରଥରେ ନିଆଁ ଲାଗିବା ସହ ରଥଟି ଚାର୍ଜ ହୋଇଯାଇଥିଲା । ଏହାଦ୍ୱାରା ଘଟଣା ସ୍ଥଳରେ ୬ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୫ରୁ ଅଧିକ ଭକ୍ତ ଗୁରୁତର ଆହାତ ହୋଇଛନ୍ତି ।

ସେପଟେ ଓଡ଼ିଶାରେ ମଧ୍ୟ ବାହୁଡ଼ାରେ ବିଭିନ୍ନ ସ୍ଥାନରୁ ଆସିଛି ଅଘଟଣର ଖବର । ଭିନ୍ନ ଭିନ୍ନ ସ୍ଥାନରେ ୩ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । କୋରାପୁଟରେ ଜଣେ ଯୁବକ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ପ୍ରାଣ ହରାଇଛନ୍ତି । ଆଉ ୨ ଗୁରୁତରଙ୍କୁ କୋରାପୁଟ ମେଡିକାଲରେ ଭର୍ତ୍ତି କରାଯାଇଛି । ସେହିପରି ଯୋଡାରେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ୨ଜଣଙ୍କ ମୃତ୍ୟୁ ହୋଇଛି । ବିଦ୍ୟୁତ୍ ଆଘାତରେ ଆହତ ହୋଇଥିବା ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+