ବାହାନାଗା ଟ୍ରେନ୍ ଟ୍ରାଜେଡି; କରମଣ୍ଡଳର ରକ୍ତ ଭୋଜିକୁ ପୂରିଲା ବର୍ଷେ, ଆଜି ବି ମନେ ପଡିଲେ ...
ଆଜି ବି ମନେ ପଡେ ସେଦିନର ସେ କାଳ ରାତ୍ରୀର ଘଟଣା । ଲୌହ ଦାନବର ରକ୍ତ ଭୋଜି । ସେ ଦିନ ଥିଲା ଶୁକ୍ରବାର ଜୁନ ୨ ତାରିଖ ।
ଯିଏ ଯାହାର କାମ କରି ନିଜର କାର୍ଯ୍ୟ ସାରି ଯିଏ ଯାହାର ଗନ୍ତବ୍ୟ ସ୍ଥଳକୁ ବାହାରିଥିଲେ । ଟ୍ରେନରେ ବସି ଖୁସିରେ କିଏ ଘରକୁ ଫେରୁଥାଏ ତ କିଏ ନିଜ କାର୍ଯ୍ୟସ୍ଥଳୀକୁ । କିନ୍ତୁ ବିଧିର ବିଧାନ ଥିଲା ଅଲଗା ।
୨୦୨୩ ଜୁନ ୨ ତାରିଖ ସନ୍ଧ୍ୟା ପ୍ରାୟ ୭ଟାରେ ଓଡ଼ିଶାର ବାଲେଶ୍ୱର ଜିଲ୍ଲାସ୍ଥିତ ବାହାନଗା ବଜାର ନିକଟରେ ହାଓଡ଼ା-ଚେନ୍ନାଇ ମୁଖ୍ୟ ଲାଇନରେ ଦୁଇଟି ଯାତ୍ରୀବାହୀ ରେଳଗାଡ଼ି ମୁହାଁମୁହିଁ ଧକ୍କା ହୋଇଥିଲେ । ଘଟଣାସ୍ଥଳରେ ପ୍ରାୟ ୨୮୮ ଜଣଙ୍କର ମୃତ୍ୟୁ ହୋଇଥିଲା । ଆଉ ୧୦୦୦ରୁ ଉର୍ଦ୍ଧ୍ଵ ଲୋକ ଆହତ ହୋଇଥିଲେ । ପରେ ଡାକ୍ତରଖାନାରେ ମୃତ୍ୟୁ ସଂଖ୍ୟା ବଢି ୨୯୬ରେ ପହଞ୍ଚିଥିଲା ।

ବାଲେଶ୍ଵର ଜିଲ୍ଲାର ବାହାନଗାରେ ଘଟିଥିଲା ଭୟଙ୍କର ଦୁର୍ଘଟଣା । ଅକାଳରେ ଚାଲିଗଲା ୨୯୬ ଜଣଙ୍କର ଜୀବନ । ଭେଣ୍ଡା ପୁଅକୁ ହରାଇ ବୁକୁ ଫଟେଇ କାନ୍ଦୁଥିଲା ମା । ଆଉ ବାପ ଛେଉଣ୍ଡ ହେଇଯାଇଥିଲେ ଅନେକ ଶିଶୁ । ସେପଟେ ସ୍ଵାମୀକୁ ହରାଇ ସ୍ତ୍ରୀର ଆଖିରୁ ଝୁରୁଥିଲା ଲୁହ। ଆଜି ସେହି କାଳରାତ୍ରୀର ଘଟଣାକୁ ପୁରିଛି ଏକ ବର୍ଷ । ଏହି ଦୁର୍ଘଟଣାକୁ ଭାରତର ସବୁଠାରୁ ଭୟଙ୍କର ରେଳ ଦୁର୍ଘଟଣାଗୁଡ଼ିକ ଭିତରୁ ଏକ ବୋଲି ବିବେଚନା କରାଯାଏ
ତେବେ ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଥିଲା ଯେ ପ୍ରଥମ ଗୋଟେ ଟ୍ରେନ ଲାଇନଚ୍ୟୁତ ହୋଇଥିଲା । ସେହି ଟ୍ରେନର କିଛି ବଗି ଓଲଟି ବିପରୀତ ରେଳଧାରଣାରେ ପଡ଼ିଥିଲା । ସେଠାରେ ସେ ବଗିସବୁ ଦ୍ୱିତୀୟ ଟ୍ରେନ ସହ ଧକ୍କା ଖାଇଥିଲେ । ଏହି ଦୁର୍ଘଟଣାରେ ଏକ ମାଲବାହୀ ଟ୍ରେନ୍ ମଧ୍ୟ ସମ୍ପୃକ୍ତ ଥିଲା ।
ଉକ୍ତ ଘଟଣାରେ ୩ ଜଣଙ୍କୁ ଗିରଫ କରାଯାଇଥିଲା । ଇଞ୍ଜିନିୟରିଂ ଅରୁଣ ମହାନ୍ତି, ସେକ୍ସନ ଇଞ୍ଜିନିୟରିଂ ମହମ୍ମଦ ଅମ୍ମୀର ଖାନ ଓ ଟେକ୍ନିସିଆନ ପପୁ କୁମାରଙ୍କ ଅବହେଳା କାରଣରୁ ଏତେ ବଡ ଦୁର୍ଘଟଣା ଘଟିଥିଲା । ସେପଟେ ସେହି ମର୍ମନ୍ତୁଦ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ ୮୧ ଜଣଙ୍କର କୌଣସି ପରିଚୟ ମିଳିନଥିଲା ।
ସେ ସମସ୍ତ ମୃତଦେହକୁ ଏମ୍ସରେ ରଖା ଯାଇଥିଲା । ଦୀର୍ଘ କିଛି ଦିନ ପରେ ୫୩ ଜଣଙ୍କର ଡିଏନଏ ପରିକ୍ଷା କରାଯାଇଥିଲା । ଡିଏନଏ ପରିକ୍ଷା ମେଳ ଖାଇବାପରେ ଦାବୀଦାର ମାନଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଥିଲା ।
କିନ୍ତୁ ୨୮ଟି ମୃତଦେହ କାହାର କିଛି ଖୋଜ ଖବର ମିଳି ନଥିଲା ।
ବାକି ମୃତଦେହ ନେବା ଲାଗି କୌଣସି ଦାବିଦାର ଆସିନଥିଲେ। ଶେଷରେ ସିବିଆଇ ଅଧିକାରୀଙ୍କ ଉପସ୍ଥିତିରେ ଏମ୍ସ ପକ୍ଷରୁ ୨୮ ଅଚିହ୍ନା ମୃତଦେହକୁ ବିଏମସିକୁ ହସ୍ତାନ୍ତର କରାଯାଇଥିଲା।
ଦୀର୍ଘ ୪ ମାସ ଧରି ଏହି ମୃତଦେହଗୁଡ଼ିକ କଣ୍ଟେନରରେ ସଂରକ୍ଷିତ ରଖାଯାଇଥିଲା। ଗତ ୨୦୨୩ ଅକ୍ଟୋବର ୧୧ ତାରିଖରେ ସମସ୍ତ ୨୮ଟି ମୃତଦେହକୁ ସରକାରଙ୍କ ତରଫରୁ ସଂସ୍କାର କରାଯାଇଥିଲା ।
-
କଟକ SCB ଅଗ୍ନିକାଣ୍ଡ ; ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି,ସହାୟତା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ -
ସରିଲା ଭୋଟ୍ ଗଣତି,ବାଜିମାତ୍ କଲେ ଦିଲ୍ଲୀପ ରାୟ, ଜାଣନ୍ତୁ କାହାକୁ ମିଳିଲା କେତେ ଭୋଟ? -
କ୍ରସ୍ ଭୋଟିଂକୁ ନେଇ ନବୀନଙ୍କ ପ୍ରତିକ୍ରିୟା, କହିଲେ ବିଜେପି... -
୨ ବିଜେଡି ବିଧାୟକଙ୍କୁ କାରଣ ଦର୍ଶାଅ ନୋଟିସ୍, ରାତି ୯ଟା ଭିତରେ ନବୀନ ନିବାସକୁ ରିପୋର୍ଟ ନିର୍ଦ୍ଦେଶ -
ବିଧାୟିକା ଉପାସନାଙ୍କ ଭୋଟ୍କୁ ନେଇ ନବୀନଙ୍କ ଅଭିଯୋଗ -
ଭୟଙ୍କର ଘୂର୍ଣ୍ଣିଝଡ଼: ଉଡିଲା ଛପର-ନଦୀକୁ ପଶିଲା ଅଟୋ, ୨ମୃତ -
ଜାତୀୟ ରାଜପଥରେ ଯାତ୍ରା କରିବା ହେଲେ ମହଙ୍ଗା, ବାର୍ଷିକ FASTag ଟୋଲ୍ ପାସ୍ ଫି ହୋଲା ବୃଦ୍ଧି କଲେ ସରକାର -
'ଭାରତର DNAରେ ବିଜୟ ରହିଛି, ପାକିସ୍ତାନ ଉପରେ ରାଗି ଗଲେ ପୂର୍ବତନ ଖେଳାଳି -
ଅଣ୍ଡା ପ୍ରେମୀଙ୍କ ପାଇଁ ଖୁସି ଖବର ; କମିଲା ରେଟ, ଜାଣନ୍ତୁ କେତେ? -
ତମିଲନାଡରେ ବିଜେପିର ରଣନୀତି, ବିଜୟଙ୍କୁ ଦେଲା ବଡ ଅଫର୍ -
୨ ମାସ ତଳୁ ଯୋଜନା ପ୍ରସ୍ତୁତ ହୋଇଥିଲା, ଜିତିବା ପାଇଁ ଲଢୁଥିଲୁ;ବିଜୟ ମହାପାତ୍ର -
ନେପାଳ ଯାଇଥିଲେ ବୁଲିବା ପାଇଁ ଭୟଙ୍କର ଦୁର୍ଘଟଣା ଗଲା ୭ ଭାରତୀୟଙ୍କ ଜୀବନ












Click it and Unblock the Notifications